ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ଗାଇଡଲାଇନ ବା ଏସଓପି

ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ଗାଇଡଲାଇନ ବା ଏସଓପି

କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ବଳବତ୍ତର ରହିଛି ଦର୍ଶନ ବ୍ୟବସ୍ଥାକୁ ନେଇ ମାର୍ଗଦର୍ଶିକା ବା ଏସଓପି । ତେବେ ଅଗଷ୍ଟ ୨୩ରୁ ଆରମ୍ଭ ହୋଇଥିବା ସ୍ୱାଭାବିକ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାକୁ କିଭଳି ରହିଥିଲା ତାର ସମୀକ୍ଷା ବୈଠକ ପରେ ପୁଣି ଥରେ ସେପ୍ଟେମ୍ବର ମାସ ପାଇଁ ଆସିଛି ପରିବର୍ତ୍ତିତ ମାର୍ଗଦର୍ଶିକା ।

ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ଗାଇଡଲାଇନ ବା ଏସଓପି
ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ଗାଇଡଲାଇନ ବା ଏସଓପି
  • News18 Odia
  • Last Updated: September 11, 2021, 4:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ମାର୍ଗଦର୍ଶିକା ବା ଏସଓପି । ସପ୍ତାହରେ କେବଳ ରବିବାର ସାନିଟାଇଜେସନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ବନ୍ଦ ହେବାକୁ ଥିବା ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ ଓ ମନ୍ଦିରରେ ଭକ୍ତମାନେ କରିପାରିବେ ଦୀପ ଦା । ଏହା ସହ ରାଜ୍ୟ ସରକାରଙ୍କ ସେପ୍ଚେମ୍ବରର ନୂଆ ଗାଇଡଲାଇନକୁ ନେଇ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଆଉ ଦୁଇ ଘଣ୍ଟା ଆର୍ଥାତ ସନ୍ଧ୍ୟା ସାତଟା ପରିବର୍ତ୍ତେ ନଅଟା ଯାଏଁ ହେବ ଦର୍ଶନ । ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ବନ୍ଦ ରହିବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ।

କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ବଳବତ୍ତର ରହିଛି ଦର୍ଶନ ବ୍ୟବସ୍ଥାକୁ ନେଇ ମାର୍ଗଦର୍ଶିକା ବା ଏସଓପି । ତେବେ ଅଗଷ୍ଟ ୨୩ରୁ ଆରମ୍ଭ ହୋଇଥିବା ସ୍ୱାଭାବିକ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥାକୁ କିଭଳି ରହିଥିଲା ତାର ସମୀକ୍ଷା ବୈଠକ ପରେ ପୁଣି ଥରେ ସେପ୍ଟେମ୍ବର ମାସ ପାଇଁ ଆସିଛି ପରିବର୍ତ୍ତିତ ମାର୍ଗଦର୍ଶିକା।

ଏଣିକି କେବଳ ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ରହିବା ସହ ଦର୍ଶନ ସମୟ ସକାଳ ସାତଟାରୁ ରାତି ନଅଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେପଟେ ଶ୍ରୀମନ୍ଦିର ଭିତରେ ଦିପ ଜାଳିବା ପାଇଁ କୋହଳ କରାଯାଇଥିବା ବେଳେ ପୂର୍ବ ଏସଓପି ବଳବତ୍ତର ରହିଛି । ପର୍ବପର୍ବାଣି ଦିନମାନଙ୍କରେ ଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ମହାଳୟା, ଦଶହରା ଓ କୁମାର ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ ।

କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ବଳବତ୍ତର ରହିଛି ଦର୍ଶନ ବ୍ୟବସ୍ଥା


ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଦର୍ଶନ ଏସଓପିର ସମୀକ୍ଷା ବୈଠକ କରାଯାଇଥିଲା । ଆଉ ସେଥିରେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସର ନୂଆ ଗାଇଡଲାଇନ ପରେ କୋହଳ ହୋଇଛି ଶ୍ରୀମନ୍ଦିର ଏସଓପି । ସମିକ୍ଷା ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଶନିବାର ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ ଶ୍ରୀମନ୍ଦିର। ବଡ଼ ବଡ଼ ପର୍ବପର୍ବାଣି ମାନଙ୍କରେ ଗହଳିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଦୁଇ ଦିନ ଓ ଅକ୍ଟୋବର ମାସରେ ତିନି ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବିଶେଷକରି ସେପ୍ଟେମ୍ବର ୧୦ରେ ଗଣେଶ ପୂଜା, ସେପ୍ଟେମ୍ବର ୧୭ ବିଶ୍ୱକର୍ମା ପୂଜା, ବାମନ ଜନ୍ମ, ଅକ୍ଟୋବର ୬ରେ ମହାଳୟା, ଅକ୍ଟୋବର ୧୫ରେ ଦଶହରା, ଅକ୍ଟୋବର ୨୦ରେ କୁମାର ପୂର୍ଣିମା ପ୍ରଭୃତି ଦିନରେ ବନ୍ଦ ରହିବ ଦର୍ଶନ । ନଭେମ୍ବର ମାସରେ ହେବ ପୁନଃ ସମୀକ୍ଷା ବୈଠକ ।

କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସିଙ୍ଗାରୀ ସେବାୟତ ଜଗନ୍ନାଥ କର କହିଛନ୍ତି, "କୋଭିଡର ସ୍ଥିତିରେ ଟିକିଏ ସ୍ୱାଭାବିକ ରହିଥିବା ବେଳେ ତୃତୀୟ ଲହର ପୁଣି ଚିନ୍ତା ବଢ଼ାଇଛି । ପୁଣି ଏହା ଶିଶୁମାନଙ୍କ ପାଇଁ ବିପଦ ପାଲଟିଲେଣି । ଯାହାକୁ ଦୃଷ୍ଟିରେ ରଖି ପୂର୍ବ ଏସଓପି ଅନୁସାରେ ପୂର୍ବ ଭଳି ଦୁଇ ଡୋଜ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ମଧ୍ୟର ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତା ମୂଳକ ରଖାଯାଇଥିବା ବେଳେ କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ବଳବତ୍ତର ରହିଛି । ଶ୍ରଦ୍ଧାଳୁମାନେ ପିଲାଙ୍କୁ ମନ୍ଦିରକୁ ଆଣନ୍ତୁ ନାହିଁ ଆଉ ଯଦି ଆଣୁଛନ୍ତି ତେବେ କୋଭିଡ ନିୟମ ଅନୁଯାୟୀ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷାକରି ମନ୍ଦିରକୁ ପ୍ରବେଶ କରନ୍ତୁ । କେବଳ ରବିବାର ଦିନଟିଏ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଥିବା ବେଳେ ସେହି ଦିନ ଶ୍ରୀମନ୍ଦିରକୁ ଓ ବାହାର ବ୍ୟାରିକେଡକୁ ସାନିଟାଇଜେସନ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।"

ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ମାର୍ଗଦର୍ଶିକା ବା ଏସଓପି


"ସେପ୍ଟେମ୍ବର ମାସ ପୂରା ନୂଆ ଏସଓପିରେ ଦର୍ଶନ ବ୍ୟବସ୍ଥା ହେବାକୁ ଥିବା ବେଳେ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ପୁଣି ଭକ୍ତଙ୍କ ଦର୍ଶନ କୋହଳ ହୋଇପାରେ । ସେପଟେ କେବଳ ମହପ୍ରସାଦ ନେଇ ଭକ୍ତମାନେ ଯାଇପାରୁଥିବା ବେଳେ ଏଣିକି ଶ୍ରୀମନ୍ଦିରରେ ବସିକି ମହାପ୍ରସଦ ଆନନ୍ଦବଜାରରେ ଖାଇପାରିବେ । ଜିଲ୍ଲାପାଳଙ୍କ ସହ ସୁଆର ମହାସୁଆର ନିଯୋଗର ବୈଠକ ପରେ ନିଆଯାଇଛି ନିଷ୍ପତ୍ତି । ଏଥି ପାଇଁ ଆନନ୍ଦବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ପରେ ସେହି ଠାରେ ସାମାଜିକ ଦୂରତ୍ୱ ରକ୍ଷାକରି ଶ୍ରଦ୍ଧାଳୁମାନେ ବସି କରି ମହାପ୍ରସାଦ ସେବନ କରିପାରିବେ । ତେବେ ଏଥି ପାଇଁ ପ୍ରଶାସନର କଟକଣା ଅନୁପାଳନ ବାଧ୍ୟତାମୁଳକ,’’ କହିଛନ୍ତି ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ ସଦସ୍ୟ ଅନନ୍ତ ତିଆଡି ।

ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି ଯେ ଦର୍ଶନକୁ ନେଇ ଶ୍ରଦ୍ଧାଳୁ ମାନେ ବୈଧ ପ୍ରମାଣପତ୍ର ନେଇ ଆସନ୍ତୁ । ଏଭଳି ନକଲି ପ୍ରମାଣପତ୍ର ଶ୍ରଦ୍ଧାଳୁଙ୍କୁ ଯୋଗାଇବା ଅଭିଯୋଗରେ ଗତ ସପ୍ତାହରେ ତିନି ଜଣ ଗିରଫ ହୋଇଥିବା ବେଳେ ପୂର୍ବରୁ ଚାରିଜଣଙ୍କୁ ନୋଟିସ ଦିଆଯାଇ ଥାନାରୁ ଜାମିନ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବହାର ହେଉଛି ଅସାଧୁ ଉପାୟ । ନକଲି ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବାକୁ ଚେଷ୍ଟା କରାଯାଉଛି। ଆଉ ପ୍ରମାଣପତ୍ର ନଥିବା ଭକ୍ତଙ୍କୁ ନକଲି ପ୍ରମାଣପତ୍ର ଯୋଗାଇଦେବା ପାଇଁ ସହରରେ ରାକେଟ୍ ସକ୍ରିୟ ରହିଛି । ବିଭିନ୍ନ ସମୟରେ ଚେକିଂ ବେଳେ ଭକ୍ତଙ୍କ ଠାରୁ ନକଲି କୋଭିଡ ନେଗେଟିଭ ଆରଟିପିସିଆର ପ୍ରମାଣପତ୍ର ଜବତ କରାଯାଉଛି।

ଏହି ଘଟଣାରେ ସିଂହଦ୍ୱାର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ କୁମ୍ଭାରପଡ଼ା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ଏହି ପ୍ରମାଣପତ୍ର ଜାଲ୍ ରାକେଟରେ ମୋଟ ୧୨ ଜଣ ଧରାପଡ଼ିଥିବା ବେଳେ ସେଥିରେ ଅଛନ୍ତି ରାକେଟର ମାଷ୍ଟରମାଇଣ୍ଡ ଓ ୪ ଜଣ ଦର୍ଶନାର୍ଥୀ ରହିଛନ୍ତି । ଏଥିସହିତ କମ୍ପ୍ୟୁଟର, ବହୁ ନକଲି ପ୍ରମାଣପତ୍ର ଜବତ ହୋଇଛି । ପୋଲିସ ଏହି ମାମଲାକୁ ଅତି ଗୁରୁତ୍ୱର ସହ ନେଇଛି । ସିଂହଦ୍ୱାର ଥାନାରେ ଅଗଷ୍ଟ ୨୭ରେ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ମଧ୍ୟ ପ୍ରଦେଶର ଦୁଇଜଣ ଦର୍ଶନାର୍ଥୀଙ୍କ ସମେତ ୪ ଜଣ ଧରା ଯାଇ ପଡ଼ିଥିଲେ । ସେହିପରି ଗତ ସେପ୍ଟେମ୍ବର ୬ ତାରିଖରେ କୁମ୍ଭାରପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେଥିରେ ଛତିଶଗଡ ଅଞ୍ଚଳର ଜଣେ ଦର୍ଶନାର୍ଥୀଙ୍କ ସମେତ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ। ସେପ୍ଟେମ୍ବର ୮ରେ ପୁନର୍ବାର ସିଂହଦ୍ଵାର ଥାନାରେ ଏହିଭଳି ଏକ ମାମଲା ରୁଜୁ ହେବା ସହ ଜଣେ ଭକ୍ତଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପୁଲିସ ସବୁବେଳେ ଏହା ଉପରେ କଡ଼ା ନଜର ରଖିଛି । ଏହା ବ୍ୟତୀତ ଆଉ କିଛି ନକଲି ପ୍ରମାଣପତ୍ର ମାମଲା ରହିଛି । ତାହାର ତଦନ୍ତ ଚାଲିଛି । ଆଉ କିଛି ଗିରଫ ହୋଇପାରନ୍ତି ଓ ଆଗକୁ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି ପୁରୀ ଏସପି କନୱର ବିଶାଳ ସିଂ ।
Published by: Lipina Das
First published: September 11, 2021, 4:40 PM IST