ପୋଲିସ୍ କନେଷ୍ଟବଳରୁ OAS ଅଫିସର୍: କୋରାପୁଟର ଋତୁ ସିଂ ପ୍ରଥମ ଚ଼େଷ୍ଟାରେ, ବିନା କୋଚ଼ିଂରେ ସଫଳ

ଋତୁ ବର୍ତ୍ତମାନ ଓଡିଶା ପୋଲିସର କୋରାପୁଟ ଜିଲ୍ଲା ହେଡ୍‌କ୍ୱାଟର୍ସ୍‌ରେ କନେଷ୍ଟବଳ ରୂପେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଟିମ୍‌ର ଓଡ଼ିଶା କ୍ୟାପ୍‌ଟେନ୍‌ ଭାବେ ରାଜ୍ୟ ପାଇଁ ସେ ଅନେକ କ୍ରିକେଟ୍ ମ୍ୟାଚ଼ ଖେଳିଛନ୍ତି ।

ପୋଲିସ୍ କନେଷ୍ଟବଳରୁ OAS ଅଫିସର୍: କୋରାପୁଟର ଋତୁ ସିଂ ପ୍ରଥମ ଚ଼େଷ୍ଟାରେ, ବିନା କୋଚ଼ିଂରେ ସଫଳ
ମାଆ ଓ ବାପାଙ୍କ ସହ ଋତୁ ସିଂ
  • News18 Odia
  • Last Updated: January 8, 2020, 12:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: ଇଚ୍ଛା ଥିଲେ ଯେ ଉପାୟ ମିଳେ, ଏହାର ଜ୍ୱଳନ୍ତ ଉଦାହରଣ ଦେଖେଇଛନ୍ତି କୋରାପୁଟ ଜିଲ୍ଲା ସଦର ମହକୁମା ଜୟପୁର ସହରର ଋତୁ ସିଂ । ଜଣେ ଉଚ୍ଚ କୋଟୀର କ୍ରିକେଟ୍‌ ଖେଳାଳି ଭାବେ ନିଜର ପରିଚ଼ିୟ ବନେଇଥିବା ଓଡ଼ିଶା ପୋଲିସର ଏହି କନ୍‌ଷ୍ଟେବ୍‌ଲ୍‌ ଏଥର ଓଡିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୧୮ ଜଣଙ୍କ ମଧ୍ୟରୁ ଜଣେ ।

ଋତୁଙ୍କ ପାଇଁ ଓ ତାଙ୍କ ଶୁଭାକାଙ୍‌କ୍ଷୀମାନଙ୍କ ପାଇଁ ସବୁଠୁ ଆନନ୍ଦର କଥା ଏହା ଯେ ସେ ଏଥର ପ୍ରଥମ ଥର ପାଇଁ OAS ପରୀକ୍ଷା ଦେଇଥିଲେ ଓ ବିନା କୌଣସି କୋଚ଼ିଂରେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ସଫଳ ହୋଇଥିଲେ ।

ଏହି ୨୬ ବର୍ଷୀୟା ଝିଅ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମୁଦାୟ ୭୨ ଜଣ ମହିଳାଙ୍କ ମଧ୍ୟରେ ଜଣେ । ସଫଳ ହୋଇଥିବା ମୋ’ଟ ୨୧୮ ଜଣଙ୍କ ମଧ୍ୟରେ ତାଙ୍କ ନମ୍ବର ୨୦୪ । ତାଙ୍କ ସଫଳତା ପରେ ସାରା କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।

ପରାବେଡ଼ ଶ୍ରୀରାମ କଲୋନୀରେ ରହୁଥିବା ଋତୁ ଏକ ଗାଡ଼ି ଗ୍ୟାରେଜ୍‌ ଚ଼ଳାଉଥିବା ରାଜରାମ ସିଂହଙ୍କର ଦ୍ୱିତୀୟ କନ୍ୟା । ଏକ ଗ୍ୟାରେଜରୁ ଅର୍ଥ ଉପାର୍ଜନ କରି ଝିଅକୁ OAS କରିବାରେ ସଫଳ ହୋଇଥିବାରୁ ରାଜାରାମ ନିଜକୁ ଧନ୍ୟ ମନେକରୁଛନ୍ତି ।

‘‘ପିଲାଟି ବେଳୁ ମୁଁ OAS ଅଫିସର୍‌ ହେବି ବୋଲି ସ୍ୱପ୍ନ ଦେଖିଆସୁଥିଲି । ସେ ସ୍ବପ୍ନ ଆଜି ପୂରଣ ହୋଇଛି । ଏହି ସଫଳତା ପାଇଁ ମୁଁ ନିଜ ବାପା ଓ ମା ତଥା କୋରାପୁଟ ପୋଲିସ ଏବଂ ସବୁ ଭାଇଭଉଣୀଙ୍କୁ ଶ୍ରେୟ ଦେଉଛି,’’ କହିଛନ୍ତି ଋତୁ ।

ସେ ବର୍ତ୍ତମାନ ଓଡିଶା ପୋଲିସର କୋରାପୁଟ ଜିଲ୍ଲା ହେଡକ୍ୱାଟର୍ସ୍‌ରେ କନେଷ୍ଟବଳ ରୂପେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ର ଓଡ଼ିଶା ଅଧିନାୟକା ଭାବେ ରାଜ୍ୟ ପାଇଁ ସେ ଅନେକ କ୍ରିକେଟ୍‌ ମ୍ୟାଚ଼ ଖେଳିଛନ୍ତି ।

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଋତୁ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରନ୍ତୁ ବୋଲି କୋରାପୁଟ ସହର ବାସିନ୍ଦା ଆଶା ପ୍ରକାଶ କରିଛନ୍ତି ।
First published: January 8, 2020, 12:55 PM IST