ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀବାସୀଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା; ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ ଦର୍ଶନ କରିପାରିବେ

ପୁରୀବାସୀଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା; ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ ଦର୍ଶନ କରିପାରିବେ

ନଭେମ୍ବର ୧ ତାରିଖରୁ ପୁରୀବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ କରିପାରିବେ ମହାପ୍ରଭୁଙ୍କ ଦର୍ଶନ। ପୁଣି କୋହଳ ହେଲା କରୋନା କଟକଣା ।

ପୁରୀବାସୀଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା; ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ ଦର୍ଶନ କରିପାରିବେ
ପୁରୀବାସୀଙ୍କ ଦର୍ଶନ ପାଇଁ କୋହଳ ହେଲା କଟକଣା
  • News18 Odia
  • Last Updated: October 28, 2021, 2:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digitial

ପୁରୀ: ବିଭିନ୍ନ ସଙ୍ଗଠନମାନଙ୍କ ଦାବି ପରେ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସିଥିବା ଭର୍ଚୁଆଲ ବୈଠକରେ ନିଆଯାଇଛି ସ୍ୱତନ୍ତ୍ର କୋହଳ ନିଷ୍ପତ୍ତି । ହେଲେ ସର୍ବସାଧାରଣ ଦର୍ଶନ ଭଳି ପୁରୀବାସୀଙ୍କ ପାଇଁ ବି ଦୁଇଟି ଡୋଜ ଟିକାକରଣ ପ୍ରମାଣ ପତ୍ର କିମ୍ବା ଆର୍ଟିପିସିଆର ପ୍ରମାଣ ପତ୍ର ସହ ଆଧାର କାର୍ଡ଼ ଭଳି ପରିଚୟ ପତ୍ର ବାଧ୍ୟତାମୁଳକ ରହିଛି। ଏ ସବୁ ଦେଖାଇ ମନ୍ଦିରକୁ ଯିବା ପାଇଁ ହୋଇଛି ନିଷ୍ପତ୍ତି । ନଭେମ୍ବର ୧ ତାରିଖରୁ ପୁରୀବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ କରିପାରିବେ ମହାପ୍ରଭୁଙ୍କ ଦର୍ଶନ।

ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, "ରହିବନି ବ୍ୟାରିକେଡ, ନାଁ ରହିବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସବୁଥିରେ ପୁରୀବାସୀଙ୍କ ପାଇଁ କୋହଳ ହେଲା କଟକଣା । ହେଲେ ଶ୍ରୀମନ୍ଦିର ଦର୍ଶନ ପାଇଁ ରହିଥିବା ଏସଓପି ବା ମାର୍ଗଦର୍ଶିକାକୁ ଅନୁପାଳନ କରାଯିବ । ଶ୍ରୀମନ୍ଦିରକୁ ଯିବା ପାଇଁ ପଶ୍ଚିମ ଦ୍ୱାର ପଟେ ପ୍ରବେଶ ସହ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି। ହେଲେ ପଶ୍ଚିମ ଦ୍ୱାର ପଟେ ରହିବ କିଓସ୍କ ସହ କରାଯିବ ସେଡ । ଭକ୍ତଙ୍କ ବିଶ୍ରାମ ପାଇଁ କରାଯିବ ସେଡ ସହ ପାନୀୟ ଜଳ ବ୍ୟବସ୍ଥା । ପୁରୀବାସୀ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଯାଉଥିବା ବେଳେ ଅନେକ ସମସ୍ୟାରେ ହେଉଥିଲା । ତେଣୁ ତାହାକୁ ବିଚାର କରି ନିଆଯାଇଛି ଏଭଳି ନିଷ୍ପତ୍ତି। ମାତ୍ର ଶ୍ରୀମନ୍ଦିର ଏସଓପିକୁ କଡ଼ାକଡ଼ି ସମସ୍ତଙ୍କ ପାଇଁ ପାଳନ କରାଯିବ। ସେଥିରେ ହେଲେ ସର୍ବସାଧାରଣ ଦର୍ଶନ ଭଳି ପୁରୀବାସୀଙ୍କ ପାଇଁ ବି ଦୁଇଟି ଡୋଜ ଟିକାକରଣ ପ୍ରମାଣ ପତ୍ର କିମ୍ବା ଆର୍ଟିପିସିଆର ପ୍ରମାଣ ପତ୍ର ସହ ଆଧାର କାର୍ଡ଼ ଭଳି ପରିଚୟ ପତ୍ର ବାଧ୍ୟତାମୁଳକ ରହିଛି। ନଭେମ୍ବର ୧ ତାରିଖରୁ ପୁରୀବାସୀଙ୍କୁ ଏହି ଦର୍ଶନର ସୁବିଧା ମିଳିବ ।’’

ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ ଦର୍ଶନ କରିପାରିବେ


"କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଅଗଷ୍ଟ ୧୬ରୁ ଭକ୍ତଙ୍କ ଲାଗି ଖୋଲି ଥିଲା ଶ୍ରୀମନ୍ଦିର। ଗତ ୨୧ତାରିଖ ପର୍ଯ୍ୟନ୍ତ କେବଳ ଫଟୋ ପରିଚୟ ପତ୍ର ଦେଖାଇ କିଓସ୍କରେ ପଞ୍ଜିକରଣ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେମାନଙ୍କ ପାଇଁ ଆର୍ଟିପିସିଆର ନେଗେଟିଭ ପ୍ରମାଣ ପତ୍ର ହେଉ କି ଦୁଇଟି ଡୋଜ ଟିକାକରଣ ପ୍ରମାଣ ପତ୍ର ବାଧ୍ୟତାମୂଳକ ନଥିଲା। ହେଲେ ଅଗଷ୍ଟ ୨୩ରୁ ଯେତେବେଳେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ସେତେବେଳେ ପୁରୀବାସୀଙ୍କୁ ମିଳିନଥିଲା ସ୍ୱତନ୍ତ୍ର ଦର୍ଶନ ସୁବିଧା। ସେମାନେ ବି ମଧ୍ୟ ଏସଓପିରେ କରିଥଲେ ଦର୍ଶନ। ତେବେ ପୁରୀ ସହରର ଅନେକ ବରିଷ୍ଠ ନାଗରିକ ହୁଅନ୍ତୁ ଅବା ମା' ମାଉସୀ ସମସ୍ତେ ମହାପ୍ରଭୂଙ୍କର ମଙ୍ଗଳା ଆଳତୀ ଦର୍ଶନ କରିବା ସହ ରାତ୍ର ପହୁଡ ସମୟରେ ବଡ଼ ସିଂହାର ବେଶ ଦର୍ଶନ ପାଇଁ ଭିଡ଼ ଜମାଇଥାନ୍ତି। ପୁଣି କାର୍ତ୍ତିକ ମାସରେ ସେମାନେ ମହାପ୍ରଭୁଙ୍କୁ ନ ଦେଖିଲେ ଅନ୍ନ ଜଳ ଗ୍ରହଣ କରନ୍ତି ନାହିଁ। ତେଣୁ ଏହା ଉପରେ ଆଗରୁ ବିଚାର କରିବାର ଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କ ପାଇଁ କୋହଳ ଦର୍ଶନ ବ୍ୟବସ୍ଥା ନିଷ୍ପତ୍ତିକୁ ସ୍ୱାଗତ କରିବା କରୁଛି । ତଥାପି ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ,’’ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି, "ପୁରୀବାସୀଙ୍କୁ ଶ୍ରୀମନ୍ଦିରର ଚାରି ଦ୍ୱାରରେ ପ୍ରବେଶ ପାଇଁ ସୁବିଧା ଦିଆଯିବାକୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା ଦାବି ପତ୍ର। ଆଉ ଏହାକୁ ଗୁରତର ସହ ନେଇ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିଲା ଭର୍ଚୁଆଲ ବୈଠକ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧିଙ୍କୁ ନେଇ ଆଲୋଚନା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟାୟରେ କେବଳ ପଶ୍ଚିମ ଦ୍ୱାରରେ ପରୀକ୍ଷାମୂଳକ ଭାବେ ଦର୍ଶନ ବ୍ୟବସ୍ଥା କରି ତାହାର ଅନୁଧ୍ୟାନ ପରେ ଅନ୍ୟ ଦ୍ୱାରରେ ଲାଗୁ କରାଯିବା ନେଇ ପଦକ୍ଷେପ ନିଆଯିବ ।’’

ନଭେମ୍ବର ୧ ତାରିଖରୁ ପୁରୀବାସୀ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ଯାଇ କରିପାରିବେ ମହାପ୍ରଭୁଙ୍କ ଦର୍ଶନ


ସେପଟେ ଶନିବାର ଦିନ ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଉପରେ ହେବ ବୈଠକ। ଅନ୍ୟପଟେ ଗର୍ଭଗୃହକୁ ପ୍ରବେଶ ପାଇଁ ଉଭୟ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ରଙ୍ଗର ଡ୍ରେସ କୋଡ଼। ଏ ନେଇ ନଭେମ୍ବର ୨ରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏସଓପି ସମୀକ୍ଷା ସହ ଡ୍ରେସ କୋଡ଼ ନେଇ ହେବ ଆଲୋଚନା।
Published by: Lipina Das
First published: October 28, 2021, 2:27 PM IST