ପ୍ରେରଣା: ମୋଟର ମେକାନିକରୁ ସଫଳ ଫୁଲ ଚାଷୀ କେ ଶ୍ୟାମସୁନ୍ଦର; କରିଛନ୍ତି ୧୫ ପରିବାରକୁ ରୋଜଗାରକ୍ଷମ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ମହାନଳା ଗାଁର କେ.ଶ୍ୟାମସୁନ୍ଦର ଦୋରା। ଜଣେ ମୋଟର ମେକାନିକରୁ ନିଜକୁ ଜଣେ ସଫଳ ଫୁଲ ଚାଷୀ ଭାବେ ତିଆରି କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ମୋଟର ମେକାନିକରୁ ଫୁଲ ଚାଷୀ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି (ପ୍ରତୀକାତ୍ମକ ଛବି)

ମୋଟର ମେକାନିକରୁ ଫୁଲ ଚାଷୀ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: କୁହାଯାଏ ଇଚ୍ଛା ଥିଲେ ଉପାୟ ଚିନ୍ତା ଆସେ। ଏହି କଥାକୁ ପ୍ରମାଣ କରି ଦେଖାଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ମହାନଳା ଗାଁର କେ.ଶ୍ୟାମସୁନ୍ଦର ଦୋରା। ଜଣେ ମୋଟର ମେକାନିକରୁ ନିଜକୁ ଜଣେ ସଫଳ ଫୁଲ ଚାଷୀ ଭାବେ ତିଆରି କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।

“ଏହି ଚାଷ ଦ୍ଵାରା ସେ ବେଶ ଲାଭବାନ ହୋଇପାରୁଛି। ନିଜେ ବଞ୍ଚିବା ସହ ଅନ୍ୟ କିଛି ପରିବାରକୁ ସେ ରୋଜଗାରକ୍ଷମ କରିପାରିଥିବା ହେତୁ ବେଶ ଖୁସି ଲାଗେ,"କହିଛନ୍ତି ସଫଳ ଫୁଲ ଚାଷୀ କେ.ଶ୍ୟାମସୁନ୍ଦର ଦୋରା।

ଖାଲି ସେତିକି ନୁହଁ । ଏବେ ତାଙ୍କରି ଫୁଲ ଚାଷ ଜମିରେ ଭଳି କି ଭଳି ଫୁଲରେ ପୁରା ଜମି ଏବେ ହସି ଉଠୁଥିବା ବେଳେ ସେ କାହା ଉପରେ ନିର୍ଭର କରିନାହାଁନ୍ତି। ନିଜ ଜମିରେ କାମ ଯୋଗାଇ ପ୍ରାୟ ପନ୍ଦର ଗରିବ ପରିବାରକୁ ନିଜେ ରୋଜଗାରକ୍ଷମ କରିଛନ୍ତି । ଏମିତି କି ଏଠାକାର ଫୁଲ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ଯାଉଥିବା ବେଳେ ଆଗାମୀ ଦିନରେ ସବୁ ସ୍ଥାନରେ କିପରି ସୁବିଧା ଉପଲବ୍ଧ ହୋଇପାରିବ ସେ ଦିଗରେ ସେ ପ୍ରାୟସ କରିବେ ବୋଲି କହିଛନ୍ତି।

“ଏମିତି କି ତାଙ୍କରି ଏହି ଉଦ୍ୟମକୁ ମଧ୍ୟ ଗ୍ରାମବାସୀମାନେ ପ୍ରଶଂସା କରୁଛନ୍ତି। ଏହି ଭଳି ସମସ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି," କହିଛନ୍ତି ଅଞ୍ଚଳର ବରିଷ୍ଠ ସମାଜସେବୀ ପଦ୍ମଲୋଚନ ପାଣିଗ୍ରାହୀ।
Published by:Soumya Das
First published: