News 18 Odia Digital
ପୁରୀ; ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ୱ ନେବାକୁ ଯାଉଛି ଓର୍ମାସ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ଶନିବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା ସମିତି ଓ ଓରମାସ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

"ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଓ ଓର୍ମାସ ପୁରୀ ତରଫରୁ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ( Deputy CEO) ପ୍ରଶାନ୍ତ କୁମାର ଦାସ ବୁଝାମଣାପତ୍ର ରେ ସ୍ଵାକ୍ଷର କରିଛନ୍ତି । ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର । ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଓର୍ମାସ ଯୋଡି ହେଲେ ଏହାଦ୍ୱାରା ଅନେକ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେବା ସହିତ ସ୍ୱର୍ଗଦ୍ୱାରକୁ ଶବ ସଂସ୍କାର ନିମନ୍ତେ ଆସୁଥିବା ମୃତକଙ୍କ ପରିଜନ ମାନେ ସୁଲଭ ମୂଲ୍ୟରେ ଉତ୍ତମ ମାନର ଗୁଣାତ୍ମକ ଆବଶ୍ୟକୀୟ ସାମଗ୍ରୀ ପାଇପାରିବେ ବୋଲି କହିଥିଲେ ଏବଂ ଏହି ସାମଗ୍ରୀଯୋଗାଣ ପାଇଁ ବିଧିବଦ୍ଧ ଭାବରେ ସ୍ୱୟଂସହାୟକ ଉତ୍ପାଦକ ଗୋଷ୍ଠିର ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ବୋଲି ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳବିଭାଗ ତରଫରୁ ସବୁଜ ସଂକେତ ମିଲିବା ସହିତ ସହାୟ ନାମକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସ୍ୱର୍ଗଦ୍ୱାର ଠାରେ ଆରମ୍ଭ ହେବାକୁ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟକେନ୍ଦ୍ରର ସୁପରିଚାଳନା ପାଇଁ ସ୍ଵୟଂ ସହାୟକ ଉତ୍ପାଦକ ଗୋଷ୍ଠିକୁ ଆର୍ଥିକ ଋଣ ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥା ସ୍ୱର୍ଗଦ୍ୱାରରେ ବାଧା ରହିତ ସେବା ସହିତ ସ୍ୱର୍ଗଦ୍ୱାର ଏକକ ଗବାକ୍ଷ (single window counter) କୁ ଆହୁରି ମଜବୁତ କରିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି"। "ଏହି ଅବସରରେ ସ୍ୱର୍ଗଦ୍ୱାର ସେବାସମିତିର କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ ଯୋଗଦେଇ କହିଥିଲେ କି ,ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଏହା ଆଉ ଏକ ଫର୍ଦ୍ଦ ଯୋଡି ହେଲା । ଏହି ଅବସରରେ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରର ସମସ୍ତ ସେବକ ଏବଂ ଓର୍ମାସ୍ ର ସମସ୍ତ କର୍ମଚାରୀକୁ ନେଇ ସହାୟ ଯୋଜନାର ସୁପରିଚାଳନା ପାଇଁ ଏକ ମିଳିତ କର୍ମଶାଳାର ଆୟୋଜନ କରାଯାଇଥିଲା ।

ମିଳିଥିବା ସୂଚନା ମୁତାବକ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ର ର ଦାୟିତ୍ୱ ନବ ଓରମାସ ।
ସ୍ୱର୍ଗଦ୍ୱାର ସେବା ସମିତି ଓରମାସ ମଧ୍ୟରେ ଏ ନେଇ ହୋଇଛି ବୁଝାମଣା ପତ୍ର ସ୍ୱାକ୍ଷରିତ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।