୧ ଏପ୍ରିଲରୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ମହଙ୍ଗା ହୋଇଯିବ; ଜାଣନ୍ତୁ କାରଣ

ଟେଲିକମ୍ କମ୍ପାନୀଗୁଡିକ ୧ ଏପ୍ରିଲରୁ ଟାରିଫ ଦରରେ ବୃଦ୍ଧି କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ଗ୍ରାହକ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ହେବାକୁ ଯାଉଛି ।

୧ ଏପ୍ରିଲରୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ମହଙ୍ଗା ହୋଇଯିବ; ଜାଣନ୍ତୁ କାରଣ
୧ ଏପ୍ରିଲରୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ମହଙ୍ଗା ହୋଇଯିବ
  • News18 Odia
  • Last Updated: February 17, 2021, 12:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡିକ ଆସନ୍ତା ମାସରେ ଟାରିଫ ପ୍ଲାନରେ ବୃଦ୍ଧି କରିପାରନ୍ତି । ଯେଉଁ କାରଣରୁ ଗ୍ରାହକ ମାନଙ୍କ ପାଇଁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ଟେଲିକମ୍ କମ୍ପାନୀଗୁଡିକ ୧ ଏପ୍ରିଲରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିବେଶ ସୂଚନା ଓ କ୍ରେଡିଟ୍ ରେଟିଂ ଏଜେନ୍ସି (ICRA) ରିପୋର୍ଟ ଅନୁଯାୟୀ କମ୍ପାନୀଗୁଡିକ ଏପ୍ରିଲ୍ ୧ ରୁ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷରେ ସେମାନଙ୍କ ରାଜସ୍ୱ ବୃଦ୍ଧି କରିବାକୁ ଟାରିଫ ବୃଦ୍ଧି କରିପାରନ୍ତି । ତେବେ ସେମାନେ ଦାମ୍ କେତେ ବୃଦ୍ଧି କରିବେ ସେନେଇ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

ICRA କହିଛି ଯେ ଟାରିଫ ବୃଦ୍ଧି ଓ ଗ୍ରାହକଙ୍କ ୨G ରୁ ୪G ପର୍ଯ୍ୟନ୍ତ ନବୀକରଣ ପ୍ରତ୍ୟେକ ଉପଭୋକ୍ତା (ARPU) ଅର୍ଥାତ ଗ୍ରାହକଙ୍କ ପାଇଁ ହାରାହାରି ରାଜସ୍ୱ ଉନ୍ନତି କରିପାରିବ । ବର୍ଷର ମଧ୍ୟଭାଗରେ ଏହା ପ୍ରାୟ ୨୨୦ ଟଙ୍କା ହୋଇପାରେ । ଏହା ଆଗାମୀ ୨ ବର୍ଷରେ ଶିଳ୍ପର ରାଜସ୍ୱକୁ ୧୧% ରୁ ୧୩% କୁ ବୃଦ୍ଧି କରିବ ଓ FY-୨୦୨୨ ରେ ଅପରେଟିଂ ମାର୍ଜିନ ପ୍ରାୟ ୩୮% ବୃଦ୍ଧି କରିବ ।

କରୋନା ମହାମାରୀ ଟେଲିକମ୍ ଶିଳ୍ପ ଉପରେ ପ୍ରଭାବ ପକାଇ ନଥିଲା
କରୋନା ମହାମାରୀ ଟେଲିକମ୍ ଶିଳ୍ପ ଉପରେ ଅଧିକ ପ୍ରଭାବ ପକାଇ ନଥିଲା । ଡାଟା ବ୍ୟବହାର ଓ ଲକଡାଉନରେ ଟାରିଫ ବୃଦ୍ଧି ଯୋଗୁଁ ପରିସ୍ଥିତିରେ ସୁଧାର ଆସିଥିଲା । ଘରୁ କାମ, ଅନଲାଇନ୍ କ୍ଲାସ୍ ହେତୁ ଡାଟା ବ୍ୟବହାର ବୃଦ୍ଧି ପାଇଥିଲା ।

ଟେଲିକମ୍ କମ୍ପାନୀଗୁଡିକ ଉପରେ ୧.୬ ଲକ୍ଷ କୋଟି ଟଙ୍କା ବକେୟା
ଟେଲିକମ୍ କମ୍ପାନୀଗୁଡିକରେ ବକେୟା ଥିବା ମୋଟ ଆଡଜଷ୍ଟଡ୍ ମୋଟ ରାଜସ୍ୱ (AGR) ହେଉଛି ୧.୬୯ ଲକ୍ଷ କୋଟି ଟଙ୍କା । ଏଥି ସହିତ କେବଳ ୧୫ ଟି ଟେଲିକମ୍ କମ୍ପାନୀ କେବଳ ୩୦,୨୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏୟାରଟେଲର ପ୍ରାୟ ୨୫,୯୭୬ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆର ୫୦୩୯୯ କୋଟି ଓ ଟାଟା ଟେଲି ସର୍ଭିସେସ୍ ପ୍ରାୟ ୧୬,୭୯୮ କୋଟି ଟଙ୍କାର ବକେୟା ରହିଛି । କମ୍ପାନୀଗୁଡିକୁ ଚଳିତ ଆର୍ଥିକ ବର୍ଷରେ ୧୦ ପ୍ରତିଶତ ଓ ପରବର୍ତ୍ତୀ ବର୍ଷରେ ଅବଶିଷ୍ଟ ପରିମାଣ ଦେବାକୁ ପଡିବ ।

୨୦୧୯ ରେ ଟାରିଫ ହାର ବୃଦ୍ଧି କରାଯାଇଥିଲା
୨୦୧୯ ରେ ପ୍ରଥମ ଥର ପାଇଁ କମ୍ପାନୀଗୁଡିକ ଟାରିଫ ବୃଦ୍ଧି କରିଥିଲେ । ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବର ୨୦୧୯ ରେ ଟାରିଫ ହାର ବୃଦ୍ଧି କରିଥିଲେ ।
Published by: Jagdish Barik
First published: February 17, 2021, 12:35 PM IST