ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ‘ଭୂତ ଚାଷୀ’ଙ୍କ ଯୋଗୁଁ ଖରିଫ ଧାନ ବିକିବାକୁ ଏ ଥର ସାନି ପଞ୍ଜୀକରଣ କରିବେ ଚାଷୀମାନେ

ରାଜ୍ୟରେ ‘ଭୂତ ଚାଷୀ’ଙ୍କ ଯୋଗୁଁ ଖରିଫ ଧାନ ବିକିବାକୁ ଏ ଥର ସାନି ପଞ୍ଜୀକରଣ କରିବେ ଚାଷୀମାନେ

ଧାନ ଚାଷୀଙ୍କ ପଞ୍ଜୀକରଣରେ ଅନେକ ଭୂତ ଚାଷୀ ସାମିଲ୍ ହୋଇଯାଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ‘‘ଯେଉଁ ଡାଟା ତିଆରି ହୋଇଛି ତାକୁ ସାନିଟାଇଜ୍ କରାଯିବ,’’ ସେ କହିଛନ୍ତି ।

ରାଜ୍ୟରେ ‘ଭୂତ ଚାଷୀ’ଙ୍କ ଯୋଗୁଁ ଖରିଫ ଧାନ ବିକିବାକୁ ଏ ଥର ସାନି ପଞ୍ଜୀକରଣ କରିବେ ଚାଷୀମାନେ
(ବାମରୁ ଡାହାଣ) ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଏକ ଧାନ ମଣ୍ଡି, ଓ ପ୍ରଦୀପ ପୁରୋହିତ
  • News18 Odia
  • Last Updated: July 15, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ ପାଇଁ ଅନଲାଇନ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ଚାଷୀମାନଙ୍କର ନାମ ପଞ୍ଜୀକରଣ କାର୍ଯ୍ୟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳମାନେ । ଖରିଫ ଧାନ ବିକ୍ରି କରିବା ପାଇଁ ସବୁ ଚାଷୀଙ୍କୁ ସାନି ନାମ ପଞ୍ଜୀକରଣ କରିବାକୁ ପଡ଼ିବ କାରଣ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ ଅନେକ ଭୂତ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇଯାଇଛନ୍ତି ।

ଜୁଲାଇ ୧୫ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ପୂର୍ବ ପଞ୍ଜୀକରଣର ନବୀକରଣ ହେବ ନାହିଁ । ୨୦୨୧-୨୨ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ନଭେମ୍ବର ୧, ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ମଧ୍ୟରେ ପରିଚାଳିତ ହେବ ।

ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

‘‘ଆମେ ସାନି ପଞ୍ଜୀକରଣ କରୁଛୁ କାରଣ ଅନେକ ଭୂତ ଚାଷୀ ସାମିଲ୍‌ ହୋଇଯାଇଛନ୍ତି । ଯେଉଁ ଡାଟା ତିଆରି ହୋଇଛି ତାକୁ ସାନିଟାଇଜ୍‌ କରାଯିବ । ପ୍ରକୃତ ଚାଷୀଙ୍କୁ, ପ୍ରକୃତ ଲୋକଙ୍କୁ ପ୍ରକୃତ ହିତାଧିକାରୀଙ୍କୁ ମୂଲ୍ୟାଙ୍କନ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହା ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କରାଯାଉଛି,’’ କହିଛନ୍ତି ସ୍ୱାଇଁ ।

ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

‘‘ଚାଷୀମାନେ ସୁବିଧାରେ ଫର୍ମ ପୂରଣ କରିବା ପାଇଁ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପ-ଡେସ୍କ୍‌ ରହିବ। କୌଣସି ଆପତ୍ତି-ଅଭିଯୋଗ ଆସିଲେ ତା’ର ତୁରନ୍ତ ଶୁଣାଣି କରାଯିବ,’’ କହିଛନ୍ତି ସ୍ୱାଇଁ । ଫାଇଭ୍‌-ଟି (5T) ବିଭାଗ ଏଥି ପାଇଁ ଗ୍ରାଉଣ୍ଡରେ କାମ କରୁଛି ବୋଲି ବି ସେ କହିଛନ୍ତି ।

ଏହା ପୂର୍ବରୁ ପଞ୍ଜୀକରଣ କରିଥିବା ଚାଷୀମାନେ କେବଳ ନବୀକରଣ କରୁଥିବା ବେଳେ ଏବେ ସେହି ବ୍ୟବସ୍ଥାକୁ କାହିଁକି ବନ୍ଦ କରିଦିଆଗଲା ବୋଲି ପ୍ରଶ୍ନ ଉଠିଛି । ଯଦି ଭୂତ ଚାଷୀମାନଙ୍କ କଥା ସରକାର ଜାଣିଥିଲେ ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଡ଼ି କାର୍ ଏତେ ଜୋରରେ ପିଟିଲା ଅଟୋକୁଯାତ୍ରୀର ମୃତ୍ୟୁ; CCTV ଫୁଟେଜରେ ବେଗର ପରିଣତି

‘‘ଭୂତ ଚାଷୀଙ୍କୁ ଏବେ କେମିତି ଚିହ୍ନଟ କଲେ ସରକାର? ଟୋକନ୍‌ ବ୍ୟବସ୍ଥା ପରା ଭାରତର ସବୁଠାରୁ ବଢ଼ିଆ ବ୍ୟବସ୍ଥା! ସରକାର ପରା ଭୁବନେଶ୍ୱରରୁ ଟୋକନକୁ ନିୟନ୍ତ୍ରଣ କରୁଥିଲେ! ତାହେଲେ ଏହି ଭୂତ ଚାଷୀମାନଙ୍କ ପାଖକୁ ଟୋକନ୍‌ କିଏ ପଠେଇଲା?’’ ସରକାରଙ୍କ କାର୍ଯ୍ୟଶୈଳୀକୁ ବିଦ୍ରୁପ କରି ପଚାରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ । ଭୂତ ଚାଷୀମାନଙ୍କୁ ବର୍ତ୍ତମାନ ସୁଦ୍ଧା ଦିଆଯାଇଥିବା ରାଶି ବାବଦକୁ ହୋଇଥିବା କ୍ଷତିକୁ କିଏ ଭରଣା କରିବ ବୋଲି ବି ସେ ପଚାରିଛନ୍ତି ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

କଂଗ୍ରେସ କୃଷକ ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି, ‘‘ଯେତେ ଚାଷୀ ନାମ ପଞ୍ଜୀକରଣ କରିଥିଲେ ସେମାନଙ୍କ ଭିତରୁ ହକଦାର ଚାଷୀ, ଯେଉଁମାନେ ଧାନ ବିକିବାକୁ ଯୋଗ୍ୟ, ସେମାନଙ୍କ ସଂଖ୍ୟା ତିନି ଲକ୍ଷରୁ ଉର୍ଦ୍ଧ । ହେଲେ ସରକାର ତାଙ୍କ ଧାନ କିଣିଲେ ନାହିଁ । ରୋକଠୋକ ମନା କରିଦେଲେ । ତାହେଲେ ସରକାରୀ ବ୍ୟବସ୍ଥାର ଫାଇଦା ଉଠାଇଥିବା ଭୂତ ଚାଷୀମାନେ କିଏ?’’

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ବର୍ଷ ରବି ଓ ଖରିଫ ଋତୁରେ ୧୪,୭୨,୪୯୬ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ୧୧,୯୧,୧୨୭ ଜଣ ଚାଷୀ ଧାନ ବିକ୍ରି କରିପାରିଥିଲେ । ବାକି ୨,୮୧,୦୦୦ ଚାଷୀ ଧାନ ବିକି ପାରିନାହାନ୍ତି । ସରକାରୀ ଅବ୍ୟବସ୍ଥା ଯୋଗୁଁ ଏମିତି ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | ବେଙ୍ଗଲ୍ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

ଗତ ବର୍ଷ ଖରିଫ ଋତୁରେ ସରକାର ୫୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବା ପାଇଁ ଟାର୍ଗେଟ ରଖିଥିବା ବେଳେ ୬୨.୮୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ରବିରେ ୨,୨୪,୫୪୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୨,୦୩,୭୮୯ ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ବୋଲି କହିଛନ୍ତି ସରକାର । ବାକି ୨୦,୦୦୦ରୁ ଅଧିକ ଚାଷୀ ଧାନ ବିକ୍ରି କରି ନ ପାରି ହାତାଶ ହୋଇଛନ୍ତି । ରବିରେ ସରକାର ୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବାର ଟାର୍ଗେଟ୍‌ ରଖିଥିବା ବେଳେ ମାତ୍ର ୧୪.୪୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିଛନ୍ତି ।



ବର୍ଷା ଅଭାବରୁ ରାଜ୍ୟରେ ମରୁଡି ଆଶଙ୍କା ଦେଖାଦେଇଛି । ପାଞ୍ଚଟି ଜିଲ୍ଲାର ୨୭ଟି ବ୍ଲକରେ ବର୍ଷାର ଅଭାବ ଦେଖାଯାଇଛି । କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ‘‘ଆଶା କରୁଛୁ ଖୁବ୍‌ ଶୀଘ୍ର ବର୍ଷା ହେବ ଓ ସ୍ଥିତିରେ ସ୍ଵାଭାବିକତା ଆସିବ । ନହେଲେ ଆଗକୁ ଏଥି ପାଇଁ ଆମେ ଆପାତକାଳୀନ ସହାୟତା ବ୍ୟବସ୍ଥା କରିବୁ ।’’ ରାଜ୍ୟରେ ସାରର ଅଭାବ ରହିଛି ବୋଲି ବି ସେ କହିଛନ୍ତି ।
Published by: Anand ST Das
First published: July 15, 2021, 11:57 PM IST