ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା

Minister Pratap Jena role in Mahanga double murder to be probed again | ପୋଲିସର ତଦନ୍ତ ବେଳେ ବହୁତ ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାକ୍ଷ୍ୟ ପ୍ରମାଣ ଦେଇଥିଲେ ମଧ୍ୟ ତାଙ୍କ ନାଁକୁ ତଦନ୍ତକାରୀ ଅଧିକାରୀ ରଞ୍ଜନ ପ୍ରଧାନ ଚାର୍ଜଶୀଟରୁ ବାହାର କରିଦେଇଥିଲେ ବୋଲି କହିଛନ୍ତି ଓକିଲ ପ୍ରବୀଣ କୁମାର କାନୁନଗୋ ।

ମୃତ ବିଜେପି ନେତା କୁଳମଣି ବରାଳ ଓ (ଡାହାଣ) ମନ୍ତ୍ରୀ ପ୍ରତାପ ଜେନା

ମୃତ ବିଜେପି ନେତା କୁଳମଣି ବରାଳ ଓ (ଡାହାଣ) ମନ୍ତ୍ରୀ ପ୍ରତାପ ଜେନା

  • Share this:
News18 Odia Digital

ସାଲେପୁର: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ତାଙ୍କ ସଂପୃକ୍ତି ଅଛି ନା ନାହିଁ ତାହା ଜାଣିବା ପାଇଁ ସାନି ତଦନ୍ତ କରିବାକୁ ଆସିଛି କୋର୍ଟଙ୍କ ନିର୍ଦ୍ଦେଶ । ମାହାଙ୍ଗା ପୋଲିସକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେ.ଏମ୍‌.ଏଫ୍‌.ସି. (JMFC) କୋର୍ଟ ।

କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମାହାଙ୍ଗାର ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତିକୁ ନେଇ ହୋଇଥିବା ଅଭିଯୋଗ ଉପରେ ଏକ ରିପୋର୍ଟ ଦେଉ। ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମୃତକ କୁଳମଣି ବରାଳଙ୍କ ପରିବାର ଏଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ । ଥାନାରେ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତାଲାରେ ମନ୍ତ୍ରୀଙ୍କ ନାଁ ମଧ୍ୟ ଉଲ୍ଲେଖ ଥିଲା । କିନ୍ତୁ ପୋଲିସ ଯେଉଁ ଚାର୍ଜଶୀଟ୍ ଦାଖଲ କରିଥିଲା ସେଥିରେ ମନ୍ତ୍ରୀଙ୍କ ନାଁ ନ ଥିଲା ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

ଚାର୍ଜଶିଟରୁ ମନ୍ତ୍ରୀଙ୍କ ନାଁ ପୋଲିସ ହଟେଇ ଦେବା ଉପରେ ଆପତ୍ତି ପ୍ରକାଶ କରି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏକ ପ୍ରୋଟେଷ୍ଟ୍‌ ପିଟିସନ୍ (୨୧୭/୨୦୨୧) ସାଲେପୁର JMFC କୋର୍ଟରେ ଦାଖଲ କରିଥିଲେ । ସେହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଥଲେ । ତାଙ୍କ ଆବେଦନର ଶୁଣାଣି କରି ଗୁରୁବାର ଦିନ (ଅଗଷ୍ଟ ୨୬) ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ରମାକାନ୍ତ ବରାଳଙ୍କ ଏଫ୍‌.ଆଇ.ଆର୍‌.ର ଏକ ଅଂଶ


ଏହା ବି ପଢ଼ନ୍ତୁ | କରୋନା 3rd Wave ଅକ୍ଟୋବରରେ ଶୀର୍ଷ ଛୁଇଁବ; ପିଲାଙ୍କ ପ୍ରତି ଅଧିକ ବିପଦ: ଗୃହ ମନ୍ତ୍ରାଳୟ ରିପୋର୍ଟ

ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ଏହି ଡବଲ୍‌ ମର୍ଡ଼ର୍‌ ହୋଇଥିଲା । ମାହାଙ୍ଗାର ଜଣାଶୁଣା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ଏତାଲା ଦେଇଥିଲେ ।

ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJP ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେ

‘‘ଯେତେବେଳେ ଏହି ମାମଲାର ତଦନ୍ତ କରାଗଲା, ଯିଏ ଥିଲେ ତଦନ୍ତକାରୀ ଅଧିକାରୀ, ତତ୍କାଳୀନ ମାହାଙ୍ଗା ଥାନାଧିକାରୀ ରଞ୍ଜନ ପ୍ରଧାନ ବହୁତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିଲେ । ତା’ ପରେ ସେ ଚାର୍ଜଶୀଟ୍‌ କୋର୍ଟରେ ଉପସ୍ଥାପିତ କରିଥିଲେ । କିନ୍ତୁ ବହୁତ ଲୋକ ପ୍ରତାପ ଜେନାଙ୍କ ନାଁରେ ସାକ୍ଷ୍ୟ ପ୍ରମାଣ ଦେଇଥିଲେ ମଧ୍ୟ ତାଙ୍କ ନାଁକୁ ଚାର୍ଜଶୀଟରୁ ବାହାର କରିଦେଇଥିଲେ ରଞ୍ଜନ ପ୍ରଧାନ । ସେଇଥି ପାଇଁ ପାଗଳବାବୁଙ୍କ (କୁଳମଣି ବରାଳଙ୍କ) ପୁଅ ରମାକାନ୍ତ ବରାଳ ସାଲେପୁର କୋର୍ଟରେ ପ୍ରଦୀପ୍ତ କୁମାର ଭୁୟାଁଙ୍କ ଓ ମୋ’ ସହାୟତାରେ ଏକ ପ୍ରୋଟେଶ୍ଟ ପିଟିସନ୍‌ ଦେଇଥିଲେ । ତା’ର ଶୁଣାଣି ପରେ କୋର୍ଟଙ୍କ ପକ୍ଷରୁ ସାନି ତଦନ୍ତ ନିର୍ଦ୍ଦେଶ ଆସିଛି,’’ କହିଛନ୍ତି ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କୁମାର କାନୁନଗୋ ।



ମୃତ କୁଳମଣି ଙ୍କ ପୁଅ ରମାକାନ୍ତ ବରାଳ କହିଛନ୍ତି, ‘‘ମନ୍ତ୍ରୀଙ୍କ ବିରୁଦ୍ଧରେ ଏତେ ସାକ୍ଷ୍ୟ ପ୍ରମାଣ ସତ୍ତ୍ୱେ ତାଙ୍କ ନାଁ ଚାର୍ଜଶୀଟରୁ ହଟାଇ ଦିଆଯିବା ପରେ ଆମେ ଆଇନରେ ଥିବା ବ୍ୟବସ୍ଥା ଓ ଅଧିକାରର ଉପଯୋଗ କରି ଏହି ପିଟିସନ୍‌ ଦେଇ ତାଙ୍କ ନାମ ଯୋଡ଼ିବା ପାଇଁ ଅନୁରୋଧ କରିଥିଲୁ । କୋର୍ଟ ଏହାର ଶୁଣାଣି କରି ଡବଲ୍‌ ମର୍ଡ଼ର ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଁ ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ସବୁ ଲୋକଙ୍କୁ କଠୋରତମ ସଜା ମିଳିବା ପର୍ଯ୍ୟନ୍ତ ସବୁ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତ ।’’
Published by:Anand S.T. Das
First published: