ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କର ଦେହାନ୍ତ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ସ୍ୱାଧୀନତା ସଂଗ୍ରାମୀ (Freedom fighter) ସୁଲକ୍ଷଣା ମହାପାତ୍ରଙ୍କ ପରଲୋକ (Death) ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ଶନିବାର ସଂନ୍ଧ୍ୟା ୬.୨୫ମି ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ତାଙ୍କ ବାସଭବନରେ ପରଲୋକ ହୋଇଥିବା ଜଣାପଡିଛି । ବିବାହ ପରେ ସୁଲକ୍ଷଣା ତାଙ୍କ ସ୍ୱାମୀ ହରିହର ମହାପାତ୍ରଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ।
ମହାତ୍ମାଗାନ୍ଧି ଯେତେବେଳେ ଡେଲାଙ୍ଗ ବେରବୋଇ ଆସିଥିଲେ ସେତେବେଳେ ମହାତ୍ମାଗାନ୍ଧି ଓ କସ୍ତୁରୁବାଙ୍କୁ ଭେଟି ସ୍ୱାଧୀନତା ସଂଗ୍ରାମ ପାଇଁ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ପ୍ରଦାନ କରିଥିଲେ । ସୁନା ଗହଣାକୁ ବିକ୍ରି କରି ସ୍ୱାଧୀନତା ସଂଗ୍ରାମରେ ସେହି ଟଙ୍କାକୁ ଲଗାଇବାପାଇଁ କହିଥିଲେ। ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ। ତାଙ୍କର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ସମ୍ପର୍କ ରହିଥିଲା । ଆଜି ତାଙ୍କର ବିୟୋଗରେ ଚାରିଆଡେ ଦୁଃଖର କଳାବାଦଲ ଛାଇଯାଇଛି। ପରିବାର ଓ ସାହି ବାସିନ୍ଦାଙ୍କ ମନରେ ଶୋକର ଛାଇ ଖେଳିଯାଇଛି।
୨୦୧୩ ଅଗଷ୍ଟ ୯ ତାରିଖରେ ସୁଲକ୍ଷଣା ମହାପାତ୍ରଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମ୍ମାନିତ କରିଥିଲେ । ତାଙ୍କର ଚାରିପୁଅରୁ ଦୁଇ ପୁଅ ଜୀବିତ ଅଛନ୍ତି । ତିନି ଝିଅରୁ ଦୁଇ ଝିଅ ଉପସ୍ଥିତ ଅଛନ୍ତି । ତାଙ୍କର ବଡ ପୁଅ ଦୁର୍ଗା ପ୍ରସାଦ ମହାପାତ୍ର ଅନ୍ତେଷ୍ଟି କରିଛନ୍ତି । ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ପୁରୀର ଅନେକ ସାହିତ୍ୟିକ , ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ସେବାୟତଙ୍କ ପକ୍ଷରୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ -
http://ରାହୁଲ ଗାନ୍ଧିଙ୍କ ନକାରାତ୍ମକତା ତାଙ୍କର ସମସ୍ତ ଉଦ୍ୟମକୁ ନଷ୍ଟ ଦେବ - ଯୋଗୀ ଆଦିତ୍ୟନାଥPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।