୩୧ ଜାନୁୟାରୀ ପର୍ଯ୍ୟନ୍ତ ଆପଣ ମାଗଣାରେ ବୁକ୍ କରିପାରିବେ LPG ସିଲିଣ୍ଡର; ଜାଣନ୍ତୁ ଏହି ବିଶେଷ ଅଫର ବିଷୟରେ...
Free LPG Cylinder: ୩୧ ଜାନୁୟାରୀ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ବୁକିଂ ଉପରେ ଏକ ବିଶେଷ ଅଫର ରହିଛି । ଯେଉଁମାନେ ଗ୍ରାହକ ପେଟିଏମ୍ ମାଧ୍ୟମରେ LPG ବୁକ୍ କରିବେ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଗ୍ୟାସ୍ ସିଲିଣ୍ଡର ମିଳିବାର ସୁଯୋଗ ରହିଛି । ଏହି ଅଫର ସମସ୍ତ କମ୍ପାନୀର ଗ୍ୟାସ ସଂଯୋଗ ପାଇଁ ଉପଲବ୍ଧ ।

୩୧ ଜାନୁୟାରୀ ପର୍ଯ୍ୟନ୍ତ ଆପଣ ମାଗଣାରେ ବୁକ୍ କରିପାରିବେ LPG ସିଲିଣ୍ଡର
- News18 Odia
- Last Updated: January 28, 2021, 9:51 AM IST
ନୂଆ ଦିଲ୍ଲୀ: ଯଦି ଆପଣ ଆପଣଙ୍କର ଏଲପିଜି ସିଲିଣ୍ଡରକୁ (LPG Cylinder) ସମ୍ପୂର୍ଣ୍ଣ ମାଗଣାରେ ବୁକ୍ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଖେ ଏକ ବଡ଼ ସୁଯୋଗ ରହିଛି । ଯଦି ଆପଣ ୩୧ ଜାନୁଆରୀ ପୂର୍ବରୁ LPG ବୁକ୍ କରନ୍ତି । ତେବେ ଆପଣଙ୍କୁ ଘରୋଇ ଗ୍ୟାସ୍ ସିଲିଣ୍ଡରର ମାଗଣା ଡେଲିଭରି ମିଳିପାରିବ । ଏହି ବିଶେଷ ଅଫର ଅନୁଯାୟୀ ଆପଣଙ୍କ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଯେତେ ଟଙ୍କା ତାହା ଆପଣଙ୍କୁ ଫେରାଇ ଦିଆଯିବ । ମୋବାଇଲ୍ ୱାଲେଟ୍ ପ୍ଲାଟଫର୍ମ ପେଟିଏମ୍ ଏହାର ଗ୍ରାହକଙ୍କୁ ଏହି ଅଫର ପ୍ରଦାନ କରୁଛି । ଏହି ଅଫର ଅନୁଯାୟୀ ଗ୍ରାହକଙ୍କୁ ପେଟିଏମ୍ ମାଧ୍ୟମରେ ମାତ୍ର ଥରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ପଡିବ । ପେଟିଏମର ଏହି ଅଫର ସମସ୍ତ କମ୍ପାନୀର ଗ୍ୟାସ ସଂଯୋଗରେ ଉପଲବ୍ଧ ହେବ ।
Paytm ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇଁ ଏହି ଷ୍ଟେପ ଗୁଡିକୁ ଅନୁସରଣ କରନ୍ତୁ
>> ଯଦି ଆପଣଙ୍କର ଫୋନରେ ପେଟିଏମ୍ ଆପ୍ ନାହିଁ ତେବେ ପ୍ରଥମେ ଏହାକୁ ଡାଉନଲୋଡ୍ କରିବାକୁ ପଡିବ
>> ଏହାପରେ ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ଓପନ କରନ୍ତୁ
>> ଏହାପରେ 'ବୁକ୍ ସିଲିଣ୍ଡର' ଅପ୍ସନ୍ ଖୋଲନ୍ତୁ
>> ଭରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇନ୍ଦନରୁ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀକୁ ବାଛନ୍ତୁ
>> ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର LPG ID ଏଣ୍ଟ୍ରି କରନ୍ତୁ
>> ଏହା ପରେ ଆପଣ ଦେୟ ବିକଳ୍ପ ଦେଖିବେ
>> ବର୍ତ୍ତମାନ ଦେୟ ପୂର୍ବରୁ, ଅଫରରେ 'FIRSTLPG' ପ୍ରୋମୋ କୋଡ୍ ଏଣ୍ଟ୍ରି କରନ୍ତୁ
ଏହି ଅଫର ପାଇବା ପାଇଁ କ’ଣ ରହିଛି ସର୍ତ୍ତ ?
ଯଦି ଆପଣଙ୍କର ବୁକିଂ ପରିମାଣ ୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ତେବେ ଏହି ପେଟିଏମ୍ ଅଫର୍ କାମ କରିବ । ଏହି ଅଫର କେବଳ ୩୧ ଜାନୁୟାରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି । ଆପଣ ପେମେଣ୍ଟ କଲାବେଳେ ଆପଣ ଏକ ସ୍କ୍ରାଚ୍ କୁପନ୍ ପାଇବ । ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ ଏହି କୁପନ୍ ପାଇପାରିବେ । ଏହି କୁପନକୁ ୭ ଦିନ ମଧ୍ୟରେ ଖୋଲନ୍ତୁ । ଏହା ପରେ ଆପଣଙ୍କ ଆକାଉଣ୍ଟରେ ଏକ କ୍ୟାସବ୍ୟାକ୍ ଆସିଯିବ ।
୩୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ବୈଧ ରହିବ ଏହି ଅଫର୍
ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଏହି କ୍ୟାସବ୍ୟାକ୍ ଗ୍ରାହକମାନଙ୍କ ଦ୍ୱାରା ପାଇଟ୍ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଗ୍ରାହକମାନେ Paytm LPG Cylinder Booking Cashback Offer ଲାଭକେବଳ ୩୧ ଜାନୁୟାରୀ ୨୦୨୧ ମଧ୍ୟରେ ନେଇପାରିବେ ।