ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

Free LPG Gas Connection To Be Given This Month, Know How to Apply Online | PMUY ଯୋଜନା ଅଧୀନରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଅଣାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ । ଯଦି ଆପଣ ଏହି ସ୍କିମ୍ ପାଇଁ ଆବେଦନ କରି ମାଗଣା LPG ସଂଯୋଗ ପାବାକୁ ଚାହାଁନ୍ତି, ତେବେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାଣିବା ଦରକାର ।

ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ
PMUY ଯୋଜନା ଗ୍ରାମାଞ୍ଚଳରେ ମହିଳାମାନଙ୍କ ସଶକ୍ତିକରଣରେ ସାହାଯ୍ୟ କରିଥାଏ ।
  • News18 Odia
  • Last Updated: June 19, 2021, 10:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ମାଗଣାରେ ରୋଷେଇ ଗ୍ୟାସ୍‌ କନେକ୍ସନ୍‌ (LPG connections) ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (Pradhan Mantri Ujjwala Yojana - PMUY) ଅଧୀନରେ କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଏଲ୍‌.ପି.ଜି. ସଂଯୋଗ ଦେଉଛନ୍ତି ।

PMUY ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟ ଏହି ମାସରେ ହିଁ ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି । କୁହାଯାଉଛି ଯେ ଯୋଜନାର ଏହି ପର୍ଯ୍ୟାୟ ମଧ୍ୟ ପୂର୍ବ ଭଳି ହେବ, ଅର୍ଥାତ ନିୟମ ପରିବର୍ତ୍ତନ ହେବ ନାହିଁ । ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର (PMUY) ପରବର୍ତ୍ତୀ ପର୍ଯ୍ୟାୟର ରୂପରେଖା ପ୍ରସ୍ତୁତ କରି ଏହି ମାସ ଏହାକୁ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ବାବା କା ଢାବା ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ମାଗଣା ଏଲ୍‌.ପି.ଜି. ସ୍କିମର (ଉଜ୍ଜ୍ୱାଳା) ସମ୍ପ୍ରସାରଣ କରିଯିବ ବୋଲି ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଅଣାଯିବ ବୋଲି ଅର୍ଥ ମନ୍ତ୍ରୀ କହିଥିଲେ । ତେଣୁ ଯଦି ଆପଣ ଏହି ସ୍କିମ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଏହା ବିଷୟରେ ସବୁ କିଛି ଜାଣିବା ଦରକାର ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ 

ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାରକୁ ଘରୋଇ ଏଲ୍‌.ପି.ଜି. ସଂଯୋଗ ଯୋଗାଇବା କାର୍ଯ୍ୟ କରୁଛନ୍ତି । ଏହି ସଂଯୋଗ ପରିବାରର ମହିଳାମାନଙ୍କ ନାମରେ ଜାରି କରାଯାଉଛି । ବିଶେଷକରି ଭାରତର ଗ୍ରାମାଞ୍ଚଳରେ ଏହା ମହିଳାମାନଙ୍କ ସଶକ୍ତିକରଣରେ ସାହାଯ୍ୟ କରିଥାଏ । 

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

ଅନଲାଇନରେ କେମିତି ଆବେଦନ କରିବେ ଜାଣନ୍ତୁ:

<< ଯଦି ଆପଣ ଆବେଦନ କରିବାକୁ ଚାହାଁନ୍ତି, ତେବେ ସର୍ବ ପ୍ରଥମେ ଆପଣ ନିଜ କମ୍ପ୍ୟୁଟରରେ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଅଫିସିଆଲ୍ ୱେବସାଇଟ୍ (pmujjwalayojana.com) ଖୋଲନ୍ତୁ ।

<< ୱେବସାଇଟ୍ ଖୋଲିବା ମାତ୍ରେ ମୂଳ ପୃଷ୍ଠା ଦେଖାଯିବ । ଆପଣ ଡାଉନଲୋଡ୍ ଫର୍ମକୁ ଯାଆନ୍ତୁ ଓ ଏଥିରେ କ୍ଲିକ୍ କରନ୍ତୁ ।

<< ଆପଣ ଡାଉନଲୋଡ୍ ଫର୍ମ ଉପରେ କ୍ଲିକ୍ କରିବା ମାତ୍ରେ ପ୍ରଧାନ ମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଫର୍ମ ଦେଖିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

<< ଆପଣଙ୍କୁ ଏହି ଫର୍ମକୁ ପୂରଣ କରିବାକୁ ପଡି଼ବ । ଏଥିରେ ନିଜ ନାମ, ଇ-ମେଲ୍ ଆଇଡି ଓ ଫୋନ୍ ନମ୍ବର ଦେବା ପରେ ଏକ କ୍ୟାପଚା ପୂରଣ କରିବାକୁ ପଡି଼ବ । ତା’ପରେ ଆପଣଙ୍କୁ OTP ସୃଷ୍ଟି କରିବାକୁ ଥିବା ବଟନ୍ ଉପରେ କ୍ଲିକ୍ କରିବାକୁ ପଡି଼ବ ।

<< ତା’ ପରେ ଆପଣ ପୂରଣ କରିଥିବା ଫର୍ମକୁ ଡାଉନଲୋଡ୍ କରିବେ ।

<< ତା’ ପରେ ଆପଣଙ୍କୁ ନିଜ ନିକଟତମ LPG ଏଜେନ୍ସିରେ ସେହି ଫର୍ମକୁ ଦାଖଲ କରିବାକୁ ପଡ଼ିବ ।



<< ଫର୍ମ ସହିତ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ୍ ମଧ୍ୟ ଦେବାକୁ ପଡି଼ବ । ଉଦାହରଣ ସ୍ୱରୂପ, ଆଧାର କାର୍ଡ, ସ୍ଥାନୀୟ ଠିକଣାର ପ୍ରମାଣ ଓ ପାସପୋର୍ଟ ସାଇଜର ଫଟୋ ଦେବାକୁ ପଡ଼ିବ ।

<< ଡକ୍ୟୁମେଣ୍ଟ୍ ଯାଞ୍ଚ ହେବା ପରେ ଆପଣଙ୍କୁ LPG ଗ୍ୟାସ୍ କନେକ୍ସନ୍‌ ଯୋଗାଇ ଦିଆଯିବ ।
Published by: Anand ST Das
First published: June 19, 2021, 10:39 PM IST