ଟ୍ରାଫିକ ପୋଲିସ ପକ୍ଷରୁ ଆରମ୍ଭ ହେଲା 'ଫ୍ରି ଲେଫ୍ଟ ପାସେଜ'; ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଲା କମିଶନରେଟ ପୋଲିସ । ଟ୍ରାଫିକ ପୋଷ୍ଟର ‘ ଫ୍ରି ଲେଫ୍ଟ’ ଫାଙ୍କା ରହିବ ଓ ପାଦଚଲା ରାସ୍ତାରେ ଯାନବାହନ ନ ଗଡ଼ିବା ଉପରେ ଅଧିକ ପ୍ରାଥମିକତା ଦେଇଛନ୍ତି ଟ୍ରାଫିକ ଡି.ସି.ପି।

ଟ୍ରାଫିକ ପୋଲିସ ପକ୍ଷରୁ ଆରମ୍ଭ ହେଲା ଫ୍ରି ଲେଫ୍ଟ ପାସେଜ (ପ୍ରତୀକାତ୍ମକ ଛବି)

ଟ୍ରାଫିକ ପୋଲିସ ପକ୍ଷରୁ ଆରମ୍ଭ ହେଲା ଫ୍ରି ଲେଫ୍ଟ ପାସେଜ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଲା କମିଶନରେଟ ପୋଲିସ । ଆରମ୍ଭ ହେଲା ଟ୍ରାଫିକ୍ ଡି.ସି.ପିଙ୍କ  ଟ୍ରାଫିକ୍ ରୂପରେଖ । ଟ୍ରାଫିକ ପୋଷ୍ଟର ‘ ଫ୍ରି ଲେଫ୍ଟ’ ଫାଙ୍କା ରହିବ ଓ  ପାଦଚଲା ରାସ୍ତାରେ  ଯାନବାହନ ନ ଗଡ଼ିବା ଉପରେ ଅଧିକ ପ୍ରାଥମିକତା ଦେଇଛନ୍ତି ଟ୍ରାଫିକ ଡି.ସି.ପି I ସେହିଭଳି ମାଷ୍ଟରକ୍ୟାଣ୍ଟିନ ଛକର ରୂପରେଖ ବଦଳିଥିବାରୁ ସେଇ ସ୍ଥାନରେ ଖୁବ ଶୀଘ୍ର ସିଗନାଲ୍ ଲଗାଇବାକୁ ଯୋଜନା କରିଛି ଟ୍ରାଫିକ ବିଭାଗ ।

ସହରାଞ୍ଚଳ ପୁଲିସ ଆଇନ ଧାରା ୨୮ ଅନୁସାରେ, ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ ନିକଟରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ଵ ରାସ୍ତାରେ ତଥା ଫ୍ରି ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ । କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗନାଲକୁ ଅପେକ୍ଷା କରିବେ । ଟ୍ରାଫିକ୍ ପୋଷ୍ଟରେ ଯାନବାହନ ପୁରା ରାସ୍ତା କଭର କରି ଛିଡ଼ା ହେଉଛନ୍ତି । ଯାହାଫଳରେ ବାମପଟକୁ ଯିବାକୁ ଚାହୁଁଥିବା ଲୋକମାନେ ଅଟକି ରହୁଛନ୍ତି । ସିଗନାଲ୍ ବାମପଟକୁ ଯିବାକୁ ସୂଚନା ଦେଇଥିଲେ ବି ଗାଡ଼ିମୋଟର କାମ ଯୋଗୁଁ ଆଗକୁ ବଢ଼ିପାରୁନାହାନ୍ତି ।

ଟ୍ରାଫିକ ଡି.ସି.ପି ଭାବେ ଯୋଗଦେବା ପରେ ଶୁକ୍ରବାର ପ୍ରଥମଥର ପାଇଁ ବିଭିନ୍ନ ଟ୍ରାଫିକ ପୋଷ୍ଟକୁ ଯାଇ ସ୍ଥିତି ପରଖିଛନ୍ତି । ବିଶେଷ କରି ରାଜଧାନୀରେ ଯେଉଁ ସବୁ ଛକ ମାନଙ୍କରେ ଅଧିକ ଟ୍ରାଫିକ ସମସ୍ୟା ଉପୁଜୁଛି, ସେହି ସବୁ ସ୍ଥାନମାନଙ୍କରେ କିଭଳି ସମସ୍ୟାର ସମାଧାନ ହୋଇପାରିବ ସେଦିଗରେ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ବିଶେଷ କରି 'ଫ୍ରି ଲେଫ୍ଟ ପାସେଜ' କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି ।

"ବିଭିନ୍ନ ଟ୍ରାଫିକ୍ ପୋଷ୍ଟମାନରେ ଲୋକେ ଅଯଥା ବାମ ପାଶ୍ୱର୍ ରାସ୍ତାକୁ ଅକ୍ରିଆର କରିଥାନ୍ତି । ଯଦ୍ୱାରା ଟ୍ରାଫିକ୍ ସମସ୍ୟା ଅଧିକ ବିଗିଡି ଯାଇଥାଏ । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ସହ ଆଇନ୍ ଭାଙ୍ଗୁଥିବା ଗାଡି ଚାଳକଙ୍କ ଠାରୁ ୫ଶହ ଟଙ୍କା ଫାଇନ୍ ଆଦାୟ କରାଯିବ । ଏଥିପାଇଁ ଦୁଇରୁ ତିନିଦିନ ଲୋକଙ୍କୁ ଟ୍ରାଫିକ୍ ପୋଲିସ ପକ୍ଷରୁ ସଚେତନ କରାଯିବ । ପରେ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯିବ । ଏଜି ଛକରୁ ଏହା କାର୍ଯ୍ୟକାରୀ ଆରମ୍ଭ ହେବ" କହିଛନ୍ତି ଟ୍ରାଫିକ ଡି.ସି.ପି ଏସ ଶୁଶ୍ରୀ ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେ ୬୭ଟି ଟ୍ରାପିକ୍ ପୋଷ୍ଟ ରହିଛି । ସେଥି ମଧ୍ୟରୁ କିଟ୍ ଛକ, ଓୟୁଏଟି ଛକ ଭଳି ୨୩ଟି ଟ୍ରାଫିକ୍ ପୋଷ୍ଟ ଗୁଡିକ ନଷ୍ଟ ହେବାକୁ ବସିଲାଣି । ତେଣୁ ଏସବୁ ଟ୍ରାଫିକ ପୋଷ୍ଟ ଗୁଡିକ ନବିକରଣ କରାଯିବାକୁ ଯୋଜନା କରିଥିବା ବେଳେ , ୧୬ଟି ନୁଆ ଟ୍ରାଫିକ୍ ପୋଷ୍ଟ ଖୋଲିବାକୁ ଯୋଜନା କରିଛି କମିଶନରେଟ ପୋଲିସର ଟ୍ରାଫିକ ବିଭାଗ ।

ଫ୍ରି ଲେଫ୍ଟ ପାସେଜ କଣ

ଏହି 'ଫ୍ରି ଲେଫ୍ଟ ପାସେଜ' କଣ । ବିଭିନ୍ନ ସମୟରେ ଦେଖିବାକୁ ମିଳେ, ଟ୍ରାଫିକ୍ ସିଙ୍ଗନାଲ ବନ୍ଦ ଥିବା ବେଳେ ସିଧା ଯାଉଥିବା ଗାଡି ଚାଳକ ବାମ ପାଶ୍ୱର୍ରେ ଗାଡି ରଖି ଛିଡା ହୋଇଥାନ୍ତି । ଯାହାଦ୍ୱାରା ବାମ ପାଶ୍ୱର୍କୁ ଯାଉଥିବା ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି । ବେଳେ ବେଳେ ଆମ୍ବୁଲାନ୍ସ ଏହି ସମସ୍ୟାର ସମ୍ମୁଖୀନ ହୋଇ ଭିଡ଼ ଭିତରେ ଫସି ରହେ ।  ତେଣୁ ଏଭଳି ସମସ୍ୟାକୁ ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି ଟ୍ରାଫିକ ପୋଲିସ ।
Published by:Soumya Das
First published: