+୨ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ ଆରମ୍ଭ: ଏ ବର୍ଷ ୧୫ ହଜାରଙ୍କୁ ମିଳିବ, ସେଥିରୁ ଅନୁସୂଚିତ ଜାତି ଓ ଜନଜାତିର ୫,୫୦୯ ଜଣ

ଏ ବର୍ଷ ଲେନୋଭୋ କମ୍ପାନୀର ଲ୍ୟାପଟପ ଦିଆଯାଉଛି । ଏହାର ବଜାର ମୂଲ୍ୟ ୨୯,୫୫୪ ଟଙ୍କା । ଏଥିରେ ୫୦୦ ଜିବିର ହାର୍ଡ ଡିସ୍କ ରହିଥିବା ବେଳେ ୪ ଜିବିର ରାମ୍ ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ ହୋଇଛି ୪୪ କୋଟି ୩୩ ଲକ୍ଷ ଟଙ୍କା ।

+୨ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ ଆରମ୍ଭ: ଏ ବର୍ଷ ୧୫ ହଜାରଙ୍କୁ ମିଳିବ, ସେଥିରୁ ଅନୁସୂଚିତ ଜାତି ଓ ଜନଜାତିର ୫,୫୦୯ ଜଣ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛାତ୍ରକୁ ମାଗଣା ଲାପଟପ ଦେଉଛନ୍ତି । ପାଖରେ ଅଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ (ବାମ) ।
  • News18 Odia
  • Last Updated: December 6, 2019, 8:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଜ୍ୟରେ ୨୦୧୯-୨୦ ବର୍ଷ ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି ଲୋକସେବା ଭବନରେ ୧୦ ଜଣ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ‌ଟପ ବାଣ୍ଟି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚଳିତ ବର୍ଷ ୧୫ ହଜାର ଛାଚ୍ରଛାତ୍ରୀଙ୍କୁ ଲାପ‌ଟପ ଦିଆୟିବ । ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ଓ ଜନଜାତିର ୫,୫୦୯ ଜଣ ରହିଥିବା ବେଳେ ସାଧାରଣ ବର୍ଗର ୯,୪୯୧ ଜଣ ରହିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଚ଼ଳିତ ବର୍ଷ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି ।

“ପୂର୍ବରୁ ରାଜ୍ୟ ସ୍ତରରେ ଚୟନ କରି ଲାପଟପ ଦିଆଯାଉଥିବା ବେଳେ ଏଥର ଜିଲ୍ଲା ସ୍ତରରେ ଚୟନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଥିବା ନୋଡାଲ କଲେଜରେ ଜିଲ୍ଲା ସ୍ତରରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଲାପଟପ ଦିଆଯିବ,” କହିଛନ୍ତି ସାହୁ ।

ଚଳିତ ବର୍ଷ ଓକାକ୍‌ ମାଧ୍ୟମରେ ଲ୍ୟାପଟପ ସଂଗ୍ରହ କରାଯାଇ ୩୦ ଟି ନୋଡାଲ ସେଣ୍ଟରକୁ ବଣ୍ଟନ ନିମନ୍ତେ ପଠାଯାଇଛି । ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ ଆଦି ବିଭିନ୍ନ ବିଭାଗରେ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରରେ ୟୁକ୍ତ ଦୁଇ ପରୀକ୍ଷା ଫଳର ମେଧା ତାଲିକା ଅନୁସାରେ ଲ୍ୟାପ୍‌ଟପ ବଣ୍ଟନ କରାଯାଉଛି ।



ଲାପଟପ ପାଇଥିବା ପ୍ରଥମ ଦଶ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ।

ଏ ବର୍ଷ ଲେନୋଭୋ କମ୍ପାନୀର ଲ୍ୟାପଟପ ଦିଆଯାଉଛି । ଏହାର ବଜାର ମୂଲ୍ୟ ୨୯ ହଜାର ୫୫୪ ଟଙ୍କା । ଏଥିରେ ୫୦୦ ଜିବିର ହାର୍ଡ ଡିସ୍କ ରହିଥିବା ବେଳେ ୪ ଜିବିର ରାମ୍‌ ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ ହୋଇଛି ୪୪ କୋଟି ୩୩ ଲକ୍ଷ ୫ ହଜାର ୮୭୨ ଟଙ୍କା ।

କଳା ବିଭାଗରୁ ୫,୪୦୦, ବିଜ୍ଞାନରୁ ୭ ହଜାର, ବାଣିଜ୍ୟରୁ ୨ ହଜାର, ଧନ୍ଧାମୂଳକ ଶିକ୍ଷାରୁ ୨ ଶହ ଓ ସଂସ୍କୃତରୁ ୪ ଶହ ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଲ୍ୟାପଟପ ।

ବିଜୁ ସଶକ୍ତିକରଣ ଯୋଜନାରେ ୨୦୧୩ ମସିହା ଠାରୁ ମାଗଣାରେ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ ଦିଆଯାଇଆସୁଛି । ବର୍ତ୍ତମାନ ସୁଦ୍ଧା ୯୦ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଦିଆ ସରିଲାଣି ।

“ଲାପ୍‌ଟପ ପାଇ ମୁଁ ଭାରି ଖୁସି । ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି । ଆଗକୁ ଭଲ ପାଠ ପଢିବା ପାଇଁ ଲାପ୍‌ଟପ ମୋତେ ପ୍ରେରଣା ଦେବ," କହିଛନ୍ତି ଲାପ୍‌ଟପ ପାଇଥିବା ବିଜେବି କଲେଜର ଛାତ୍ରୀ ରୋନି ସିଂ ।

ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରୁ ୩୫୫, ବାଲେଶ୍ୱରରୁ ୧,୧୧୧, ବରଗଡ଼ରୁ ୪୩୧, ଭଦ୍ରକରୁ ୫୭୨, ବଲାଙ୍ଗୀରରୁ ୪୪୭, ବୌଦରୁ ୮୨, କଟକରୁ ୧,୨୫୨, ଦେବଗଡରୁ ୭୫, ଢେଙ୍କାନାଳରୁ ୪୨୫, ଗଜପତିରୁ ୧୨୬, ଗଞ୍ଚାମରୁ ୧,୫୨୨, ଜଗତସିଂପୁରରୁ ୩୮୦, ଯାଜପୁରରୁ ୩୮୦, ଝାରସଗୁଡାରୁ ୭୨୮, କଳାହାଣ୍ଡିରୁ ୩୯୧, କନ୍ଧମାଳରୁ ୧୮୩, କେନ୍ଦ୍ରାପଡାରୁ ୫୩୪, କେଉଁଝରରୁ ୩୮୪, ଖୋର୍ଧାରୁ ୧୬୨୪, କୋରାପୁଟରୁ ୨୯୫, ମାଲକାନଗିରିରୁ ୧୪୦, ମୟୁରଭଞ୍ଜରୁ ୮୦୦, ନବରଙ୍ଗପୁରରୁ ୧୬୧, ନୟାଗଡରୁ ୪୨୪, ନୂଆପଡାରୁ ୧୩୪, ପୁରୀରୁ ୭୬୪, ରାୟଗଡାରୁ ୨୨୫, ସମ୍ବଲପୁରରୁ ୪୬୫ ,ସୋନପୁରରୁ ୧୯୨ ଓ ସୁନ୍ଦରଗଡ଼ରୁ ୬୪୩ ଛାତ୍ରଛାତ୍ରୀ ଲାପଟପ ପାଉଛନ୍ତି ।
First published: December 6, 2019, 8:35 PM IST