• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିଶ୍ବ ସ୍ବାସ୍ଥ୍ୟ ଦିବସରେ କମିଶନରେଟ ପୋଲିସର ମାଗଣା ସ୍ବାସ୍ଥ୍ୟ ସେବା ଶିବିର; ସ୍ବାସ୍ଥ୍ୟ ପରୀକ୍ଷା କଲେ ଲୋକେ

ବିଶ୍ବ ସ୍ବାସ୍ଥ୍ୟ ଦିବସରେ କମିଶନରେଟ ପୋଲିସର ମାଗଣା ସ୍ବାସ୍ଥ୍ୟ ସେବା ଶିବିର; ସ୍ବାସ୍ଥ୍ୟ ପରୀକ୍ଷା କଲେ ଲୋକେ

ଗୁରୁବାର ଥିଲା ବିଶ୍ବ ସ୍ବାସ୍ଥ୍ୟ ଦିବସ। ସାଧାରଣତଃ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ବେଚନା କରାଯାଏ। ଧରା ପୃଷ୍ଠରୁ ରୋଗ ଦୂରୀକରଣ ନିମନ୍ତେ ଏହି ଦିନ ମାନଙ୍କରେ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ପଦକ୍ଷେପ ନେଇଥାନ୍ତି। ଭୁବନେଶ୍ବର ସହରାଞ୍ଚଳ ପୋଲିସ ମଧ୍ୟ ଏହି ଦିବସକୁ ଯଥେଷ୍ଟ ଗୁରୁତ୍ବ ଦେବା ସହ ଏଦିଗରେ ଯଥାସାଧ୍ୟ ପଦକ୍ଷେପ ଗ୍ରହଣ କରିଛି।

ବିଶ୍ବ ସ୍ବାସ୍ଥ୍ୟ ଦିବସରେ କମିଶନରେଟ ପୋଲିସର ମାଗଣା ସ୍ବାସ୍ଥ୍ୟ ସେବା ଶିବିର

ବିଶ୍ବ ସ୍ବାସ୍ଥ୍ୟ ଦିବସରେ କମିଶନରେଟ ପୋଲିସର ମାଗଣା ସ୍ବାସ୍ଥ୍ୟ ସେବା ଶିବିର

  • Share this:
News18 Odia Digital

ଭୁବନେଶ୍ବର: ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ କେତେ ଗୁଡିଏ ଥାନା ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିରମାନ ଆୟୋଜନ କରାଯାଇଥିଲା। ଏହି ଶିବିର ଗୁଡିକରେ ଜଣସାଧାରଣ ମାନଙ୍କର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଗତ ସମସ୍ୟାର ପରୀକ୍ଷା ନିରୀକ୍ଷା ସହ ସଫଳ ଉପଚାର କରାଯାଇଛି। ଏହି ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ଥାନା ତଥା ଅଫିସରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ନିଜର ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ଆସିବା ସହିତ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।

ଗୁରୁବାର ଥିଲା ବିଶ୍ବ ସ୍ବାସ୍ଥ୍ୟ ଦିବସ। ସାଧାରଣତଃ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ବେଚନା କରାଯାଏ। ଧରା ପୃଷ୍ଠରୁ ରୋଗ ଦୂରୀକରଣ ନିମନ୍ତେ ଏହି ଦିନ ମାନଙ୍କରେ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ପଦକ୍ଷେପ ନେଇଥାନ୍ତି। ଭୁବନେଶ୍ବର ସହରାଞ୍ଚଳ ପୋଲିସ ମଧ୍ୟ ଏହି ଦିବସକୁ ଯଥେଷ୍ଟ ଗୁରୁତ୍ବ ଦେବା ସହ ଏଦିଗରେ ଯଥାସାଧ୍ୟ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ସ୍ବରୂପ କମିଶନରେଟ ପୋଲିସ ତରଫରୁ ସହରର କେତୋଟି ଥାନା ଅଞ୍ଚଳ ଗୁଡିକରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିରମାନ ଆୟୋଜନ କରାଯାଇଥିଲା।

ଭୁବନେଶ୍ବର ସହରାଞ୍ଚଳ ମଧ୍ୟରେ ଏଭଳି କିଛି ପରିବାର ରହୁଛନ୍ତି ଯେଉଁ ମାନେ କି ନିଜ ସ୍ବାସ୍ଥ୍ୟ ଖରାପ ହେଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ କିମ୍ବା ଅନ୍ୟ କାରଣ ବଶତଃ ଡାକ୍ତରଙ୍କ ନିକଟକୁ ଯାଇପାରନ୍ତି ନାହିଁ। ସେମାନଙ୍କ ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ପରି ପ୍ରେକ୍ଷୀରେ ଭୁବନେଶ୍ବର କମିଶନରେଟ ପୋଲିସ ଦ୍ବାରା ବାଲିପାଟଣା ଥାନା ଅନ୍ତର୍ଗତ କଣ୍ଟାଗୋଠ ଗ୍ରାମରେ ଏକ ମାଗଣାସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଭାଗରେ ଅଭିଜ୍ଞ ଡାକ୍ତରୀ ଦଳମାନଙ୍କ ଦ୍ବାରା ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା।

ସେହିଭଳି ଭୁବନେଶ୍ବର କମିଶନରେଟ ପୋଲିସର ପ୍ରୟାସରେ ଓ ‘ଲରେନ୍ସ ଆଣ୍ଡ ମାୟୋ ଡ଼ଟ କୋ’ର ମିଳିତ ଆନୁକୂଲ୍ୟରେ ଲକ୍ଷ୍ମୀସାଗର ଥାନା ଠାରେ ମଧ୍ୟ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏଠାରେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ବୟସ୍କ ବ୍ୟକ୍ତିମାନଙ୍କ ମୋତିଆବିନ୍ଦୁ, ରେଟିନା ଓ ସ୍ବଚ୍ଛପଟଳ ଆଦିର ଅସ୍ତ୍ରୋପ୍ରଚାର ନିମନ୍ତେ ଶିବିର ତରଫରୁ ସହଯୋଗ ପ୍ରଦାନ କରାଯାଇଥିଲା। ଭୁବନେଶ୍ବର ସହରାଞ୍ଚଳ ପୋଲିସର ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
Published by:Lipina Das
First published: