ଭୁବନେଶ୍ୱରରେ ଛାଡଖାଇ; ସ୍ୱିଗି ଦେଲା ମାଗଣା ଚିକେନ ବିରିଆନି

ଆଜି ଛାଡଖାଇରେ ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ମାଗଣାରେ ଚିକେନ ବିରିଆନି ଦେଇଛି । ଭୁବନେଶ୍ୱରରେ ବ୍ୟକ୍ତିଙ୍କୁ ମିଳିଛି ଏହି ସୁବିଧା ।

ଭୁବନେଶ୍ୱରରେ ଛାଡଖାଇ; ସ୍ୱିଗି ଦେଲା ମାଗଣା ଚିକେନ ବିରିଆନି

ଭୁବନେଶ୍ୱରରେ ଛାଡଖାଇ; ସ୍ୱିଗି ଦେଲା ମାଗଣା ଚିକେନ ବିରିଆନି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଧର୍ମର ମାସ କାର୍ତ୍ତିକ ସରିବା ପରେ ଆଜି ସବୁଠି ଛାଡଖାଇ ପାଳନ କରାଯାଉଛି । ଆମିଷ ବଜାରରେ ଆଜି ସକାଳୁ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଦୀର୍ଘଦିନ ପରେ ଆମିଷ ଖାଇବାକୁ ଲୋକେ ଯେମିତି ଚାହିଁ ରହିଥିଲେ । ତେବେ ଆଜି ଛାଡଖାଇରେ ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ମାଗଣାରେ ଚିକେନ ବିରିଆନି ଦେଇଛି ।

ଘଟଣାଟି ଏପରି, ଭୁବନେଶ୍ୱରର ଟଙ୍କପାଣି ରୋଡରେ ଭଡାଘରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଆଜି ସକାଳୁ ଡ୍ୟୁଟି ଥିଲା । ଏବଂ ଡ୍ୟୁଟିର ସମୟ ଥିଲା ସକାଳ ୬ଟାରୁ ଅପରାହ୍ଣ ୨ଟା । ବ୍ୟକ୍ତି ଜଣକ ରାଜଧାନୀରେ ଏକା ରହୁଥିବାରୁ କାମ ଥିବା କାରଣରୁ ଛାଡଖାଇ ପାଳନ କରିବାକୁ ଇଚ୍ଛା କରି ମଧ୍ୟ ନିରାଶ ହୋଇଥିଲେ । ଏବଂ ଭାବିଥିଲେ ହୋଟେଲ କିମ୍ୱା ଅନଲାଇନ ଫୁଡ୍ ଡେଲିଭରି ଆପରୁ ଖାଦ୍ୟ ଅର୍ଡର କରିବେ ଏବଂ ଡ୍ୟୁଟି ସରିବା ପରେ ଛାଡଖାଇ କରିବେ ଚିକେନ ବିରିଆନି ସହ । ତେବେ ଠିକ ଦିନ ଗୋଟାଏ ସମୟରେ ବ୍ୟକ୍ତି ଜଣକ ଫୁଡ୍ ଡେଲିଭରି ଆପ୍ ସ୍ୱିଗି ମାଧ୍ୟମରେ ଏକ ବ୍ରାଣ୍ଡ୍ ହୋଟେଲରୁ ମଗାଇଥିଲେ ଚିକେନ୍ ବିରିଆନି । ତାହା ଦେୟଯୁକ୍ତ ଥିଲେ ମଧ୍ୟ ବ୍ୟକ୍ତିଙ୍କୁ ମାଗଣାରେ ମିଳିଥିଲା ।

ବିରିଆନିର ସମୁଦାୟ ଦାମ ଥିଲା ୨୦୮ଟଙ୍କା । ବ୍ୟକ୍ତି ଜଣକ ପ୍ରଥମେ ବିରିଆନି ଅର୍ଡର କଲେ । ପରେ ଆକାଉଣ୍ଟରୁ ୨୦୮ଟଙ୍କା ଫୋନ୍ ପେ ମାଧ୍ୟମରେ କଟିଲା । ବିରିଆନି ୧ଘଣ୍ଟା ସମୟ ମଧ୍ୟରେ ଆସି ପହଞ୍ଚିବ ବୋଲି ମୋବାଇଲ୍ ସ୍କିନରେ ଦେଖାଇଲା । କିନ୍ତୁ ଅନେକ ଦୂରରୁ ଆସି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ପାଇଁ ଦେଢ ଘଣ୍ଟାରୁ ଉର୍ଦ୍ଧ ସମୟ ନେଇଗଲା । ପ୍ରଥମେ ଫୁଡ୍ ପ୍ରିପେୟାରରେ ବିଳମ୍ୱ ପରେ ଟ୍ରାଫିକ ଜାମ୍ କାରଣରୁ ଡେଲିଭର ବଏର ଦୀର୍ଘ ସମୟ ବିଳମ୍ୱ ହୋଇଥିଲେ ମଧ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ବିରିଆନି ପ୍ରଦାନ କରିଥିଲା । ବ୍ୟକ୍ତି ଜଣକ ବିରିଆନି ଗ୍ରହଣ କରି ଘର ଭିତରକୁ ଗଲେ ଏବଂ ଖାଇବା ପାଇଁ ଖୋଲିଲେ । କିନ୍ତୁ ଖୋଲିବା ପରେ ଦେଖିଲେ ଯେ, ବିଳମ୍ୱ କାରଣରୁ ବିରିଆନି ଥଣ୍ଡା ହୋଇଯାଇଛି । ତେଣୁ ସେ ନଖାଇ ପ୍ରଥମେ ଫଟୋ ଉଠାଇଲେ ଏବଂ ସ୍ୱିଗିକୁ ରିପୋର୍ଟ କଲେ । ସ୍ୱିଗି ତରଫରୁ କର୍ମଚାରୀ କହିଲେ ଯେ, ଆମେ କ୍ଷମା ଚାହୁଁଛୁ ଏବଂ ଆପଣଙ୍କୁ ୪୮ଟଙ୍କାର ଏକ ଏକ୍ସଟ୍ରା କୁପନ ଦେଉଛୁ ଯାହାକୁ ଆପଣ ପରେ ବ୍ୟବହାର କରିପାରିବେ । କିନ୍ତୁ ବ୍ୟକ୍ତି ଜଣକ କହିଲେ ଯେ, ଆପଣ ଆପଣଙ୍କ ଡେଲିଭରି ବଏଙ୍କୁ କୁହନ୍ତୁ ବିରିଆନି ଫେରସ୍ତ ନେଇଯିବେ ଏବଂ ଆପଣ ମୋର ସମ୍ପୁର୍ଣ୍ଣ ଅର୍ଥ ରାଶି ଫେରସ୍ତ କରନ୍ତୁ । ଏ ବିରିଆନି ମୁଁ ଖାଇବି ନାହିଁ । ପରେ ବ୍ୟକ୍ତିଙ୍କ କଥା ଶୁଣି ସ୍ୱିଗି କର୍ମଚାରୀ ଉତ୍ତର ଦେଲେ ଯେ, ଆପଣ ବିରିଆନି ଗ୍ରହଣ କରନ୍ତୁ । ବିଳମ୍ୱ ହୋଇଥିବାରୁ ଆମେ କ୍ଷମା ଚାହୁଁଛୁ ଏବଂ ଆପଣଙ୍କ ନିକଟରେ ଥଣ୍ଡା ବିରିଆନି ପହଞ୍ଚାଇଥିବାରୁ ଆପଣଙ୍କ ସମ୍ପୂର୍ଣ୍ଣ ଅର୍ଥରାଶି ଆମେ ଫେରସ୍ତ କରୁଛୁ ।
Published by:Soubhagya Mishra
First published: