ତାନ୍ତ୍ରିକକୁ କୋଟିପତି କରିଥିଲା ଭୁତ ! ସେୟାର ମାର୍କେଟରେ କରୁଥିଲା ନିବେଶ, ଚଢୁଥିଲା ଦାମି ଗାଡ଼ି

ଭୁତ, ପ୍ରେତକୁ କେହି ବିଶ୍ୱାସ କରନ୍ତି ଆଉ କେହି ଅନ୍ଧବିଶ୍ୱାସ ବୋଲି କୁହନ୍ତି । ତେବେ ଭୁତର ନାଁ ନେଇ ଜଣେ କୋଟିପତି ହୋଇପାରେ । ସେପରି ଏକ ସତ ସାମ୍ନାକୁ ଆସିଛି ।

ତାନ୍ତ୍ରିକକୁ କୋଟିପତି କରିଥିଲା ଭୁତ ! ସେୟାର ମାର୍କେଟରେ କରୁଥିଲା ନିବେଶ, ଚଢୁଥିଲା ଦାମି ଗାଡ଼ି

ତାନ୍ତ୍ରିକକୁ କୋଟିପତି କରିଥିଲା ଭୁତ ! ସେୟାର ମାର୍କେଟରେ କରୁଥିଲା ନିବେଶ, ଚଢୁଥିଲା ଦାମି ଗାଡ଼ି

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ମହଙ୍ଗା ପଡ଼ିଲା ଘରୁ ଭୁତ (Ghost) ବାଧା ଦୂର କରିବା ଉପାୟ । କାରଣ ଭୁତ ଠାରୁ ଭାରି ପଡିଲା ଭୁତକୁ ଭଗାଇବାର ଫିସ୍ (fees) । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ଭୁତ ଭଗାଇବା ପାଇଁ ୬୨ ଲକ୍ଷ ଟଙ୍କାର ଫିସ ନେଇଗଲା ତାନ୍ତ୍ରିକ । କଥାଟି ଅବିଶ୍ବାସ ଲଗୁଥିଲେ ମଧ୍ୟ ସତ (truth) । ଘଟଣାଟି ଘଟିଛି କଟକ ସହରରେ ।

ଭୁତ ଭଗାଇବା ନାଁରେ ଜଣେ ମହିଳାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଙ୍ଗଳାବାଗ ପୋଲିସ (police) କୈଫିକ ଖାନ ନାମକ ଜଣେ ତାନ୍ତ୍ରିକକୁ ଗିରଫ କରିଛି । ଏହା ସହ ତନ୍ତ୍ର ସାଧନାରେ ବ୍ୟବହୃତ ବିଭିନ୍ନ ଉପକରଣ ସହ ଠକେଇ ଟଙ୍କା ଓ କିଣାଯାଇଥିବା ବହୁ ସାମଗ୍ରୀକୁ ଜବତ କରିଛି ପୋଲିସ । ମାତ୍ର ୨୭ ବର୍ଷ ବୟସ୍କ କୈଫିକ ନିଜକୁ ଜଣେ ସିଦ୍ଧି ପ୍ରାପ୍ତ ତାନ୍ତ୍ରିକର ପରିଚୟ ଦେଇ କଟକ ମଙ୍ଗଳାବାଗର ଜଣେ ମହିଳାଙ୍କୁ ଠାରୁ ୬୨ ଲକ୍ଷ ଟଙ୍କାର ଠକି ନେଇଛି । ଏନେଇ ସମ୍ପୃକ୍ତ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାନ୍ତ୍ରିକ କୈଫିକକୁ ଗିରଫ (arrest) କରି କୋର୍ଟ ଚାଲାଣ କରିଛି । ଏହା ସହିତ ତା ପାଖରୁ ତନ୍ତ୍ର ସାଧାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ, ଠାକୁରଙ୍କ ମୂର୍ତ୍ତି ସହିତ ୨ ଲକ୍ଷ ୭୬ ହଜାର ନଗଦ ଟଙ୍କା, ଦୁଇଟି କାର୍ (car) ଗୋଟିଏ ବୁଲେଟ ଓ ୭୦ଟି ମୋବାଇଲ ଫୋନ୍ (mobile phone) ଭଳି ବହୁ ସାମଗ୍ରୀ ଜବତ ହୋଇଛି ।

"ଲୋକଙ୍କୁ ଭୁତ ପ୍ରେତର ଭୟ ଦେଖାଇ ପ୍ରଥମେ ସେମାନଙ୍କୁ ଭୟଭିତ କରାଇବା ଏବଂ ପରେ ବିଭିନ୍ନ ପ୍ରକାର ତନ୍ତ୍ର ବିଦ୍ୟାର ପ୍ରୟୋଗ କରି ଭୁତ ଭଗାଇବା ଭଳି କଥା କହି କୈଫିକ ଖାନ ଠକେଇ କରିଥାଏ । ତା ନାଁରେ ଆହୁରି କିଛି ଅଭିଯୋଗ ମଧ୍ୟ ଆମର ହସ୍ତଗତ ହୋଇଛି । ତେଣୁ ଯେଉଁମାନେ ବି କୈଫିକ ଖାନ ଦ୍ବାରା ଠକେଇର ଶିକାର ହୋଇଛନ୍ତି ସେମାନଙ୍କୁ ପୋଲିସରେ ଅଭିଯୋଗ କରିବା ପାଇଁ ଆପଣଙ୍କ ମାଧ୍ୟମରେ ମୁଁ ଅପିଲ କରୁଛି" କହିଛନ୍ତି କଟକ ଡିସିପି (cuttack dcp) ପିନାକ ମିଶ୍ର । ଠକେଇର ଶିକାର ହୋଇଥିବା ମହିଳା ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ବର୍ଷ ଅଗଷ୍ଟ ମାସରେ ସେ ନିଜ ଘରେ କିଛି ଭୌତିକ କାଣ୍ଡ ଘଟୁଥିବା ଅନୁଭବ କରିଥିଲେ । ପରେ ଜଣେ କେହି କହିବାରୁ ମହିଳା ଜଣଙ୍କ ଠକ କୈଫିକର ପାଖକୁ ଯାଇଥିଲେ । କୈଫିକ ତାଙ୍କ ଘରେ ଭୁତର ସାୟା ଥିବା ସହ ଘରର ଚଟାଣ ତଳେ ହୀରା (dimond) ଓ କସ୍ତୁରୀ ସହିତ ବହୁତ କିଛି ସାମଗ୍ରୀ  ରହିଥିବା କଥା ମହିଳାଙ୍କୁ କହିଥିଲା । ଏଥିପାଇଁ ସେହି ଘରେ ଭୁତର ପ୍ରଭାବ ରହୁଛି । ତେଣୁ ଭୁତକୁ ଭଗାଇବା ପାଇଁ ବିଭିନ୍ନ ଅନୁଷ୍ଠାନ କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଠକେଇ କରିଥିଲା । ତେବେ ତଦନ୍ତ ସମୟରେ ଠକେଇ ହୋଇଥିବା ସେହି ଟଙ୍କାରେ କୈଫିକ ଦାମୀ ଗାଡ଼ି କିଣିବା ସହ କିଛି ଟଙ୍କାକୁ ସେୟାର ବଜାର (share market) ଏବଂ ଏକ ମୋବାଇଲ ଦୋକାନରେ ଲଗାଇଥିବା ଜାଣିବାକୁ ପାଇଥିଲା ପୋଲିସ ।

ତେବେ ଅଭିଯୋଗ ପରେ କୈଫିକ ପୋଲିସ ଆଗରେ ସଫେଇ ଦେଇଛି ଯେ ସେ କିଛି ଭୁଲ କରିନାହିଁ । ଏଥିସହ ନାଟକୀୟ ଢଙ୍ଗରେ କହିଛି ଯଦି ମୁଁ ଭୁଲ କରିଥିବି ତେବେ ଆଲ୍ଲା ଓ ଅଦାଲତ ତାର ବିଚାର କରିବେ" ।
ତେବେ କୈଫିକ ରାଜ୍ୟର ବିଭିନ୍ନ ଲୋକଙ୍କ ଠାରୁ ସମାନ ଢଙ୍ଗରେ ଠକେଇ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଏହି ଖବର ପଢ଼ନ୍ତୁ -  ଅନଲାଇନରେ ଗେମକୁ ନେଇ ସରକାରଙ୍କ ପଦକ୍ଷପ: ଜାଣନ୍ତୁ କଣ ରହିବ ପ୍ରଭାବ ?
Published by:Soubhagya Mishra
First published: