ଜେଲ ଗଲେ ରସିକିଆ ସରକାରୀ ବାବୁ; ୪ଜଣକୁ ବାହା ହୋଇ ବନ୍ଧା ହେଲେ

Fraud Marriage: ଗିରଫ ହେଲେ ରସିକିଆ ସରକାରୀ ବାବୁ। ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ପୋଲିସ। ଯନ୍ତ୍ରୀ ଜଣେ କି ଦୁଇ ଜଣ ନୁହେଁ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ।

ଜେଲ ଗଲେ ରସିକିଆ ସରକାରୀ ବାବୁ

ଜେଲ ଗଲେ ରସିକିଆ ସରକାରୀ ବାବୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ରାୟଗଡ଼ା: ମେଟ୍ରୋମୋନିରେ ଆପଣ ବିବାହ କରୁଥିଲେ ସାବଧାନ, ନହେଲେ ଆପଣ ମଧ୍ୟ ବିହରେ ପରେ ହେବେ ହଇରାଣ। ଏଭଳି କିଛି ଘଟଣା ସମ୍ମାନକୁ ଆସିଛି।

୪ଜଣକୁ ବିବାହ କରି ବନ୍ଧା ହେଲେ କୋଠା ବାଡ଼ି ଓ ରାସ୍ତା ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ (Engineer)। କନିଷ୍ଠ ଯନ୍ତ୍ରୀଙ୍କ ଚତୁର୍ଥ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ରାୟଗଡା (Rayagada) ପୋଲିସ ଗିରଫ କରିଛି।

ସେ ହିନ୍ଦୁ ଧର୍ମ ଅନୁଯାଇ ଗୋଟିଏ ପତ୍ନୀ ଥାଇ ଆଉ ୩ ଜଣଙ୍କୁ ବାହା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଚତୁର୍ଥ ପତ୍ନୀ।

ଏଭଳି ଅଭିଯୋଗ ଆଣିଛନ୍ତି ରାୟଗଡ଼ା ଜିଲ୍ଲା ପୂର୍ତ୍ତି ବିଭଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନଙ୍କ ପତ୍ନୀ ସୁନିତା କିଷାନ। ସୁନିତା କିଷାନଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଗୋପୀନାଥ କିଷାନକୁ ଗିରଫ କରିଛି।

ନିଜ ବାପା ମା'ଙ୍କ ସହିତ ରାୟଗଡା ଥାନାକୁ ଆସି ମାମଲା ରୁଜୁ କରିଛନ୍ତି ସୁନିତା। ତାଙ୍କ ସ୍ୱାମୀ ଗୋପୀନାଥ କିଷାନ ରାୟଗଡା ଜିଲ୍ଲା କୋଠାବାଡ଼ି ରାସ୍ତା ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି।

ଗୋପୀନାଥ କିଷାନ ସୁନିତାଙ୍କୁ ବିବାହ କରିବା ସହିତ ପୂର୍ବରୁ ଅନ୍ୟ ୩ ଜଣ ଯୁବତୀଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ସେ ତାଙ୍କୁ ଶାରୀରିକ ନିର୍ଯାତନ ସହିତ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଅଧିକ ଯୌତୁକ ଦାବି ଓ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।

ସୁନିତା କିଷାନ ଛତିଶଗଡ଼ର ରାୟଗଡ ଜିଲ୍ଲା ଘଟିକି ପାଲି ଗାଁ ବାସିନ୍ଦା। ସେ ସମ୍ବଲପୁର ଜିଲ୍ଲା ଘୁମୁସର ଗାଁର ଗୋପୀନାଥ କିଷାନକୁ ଦୀର୍ଘ ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କର ପ୍ରଥମ ଚିହ୍ନା ମେଟ୍ରୋମୋନି ଜରିଆରେ ସମ୍ପର୍କ ଯୋଡିଥିଲେ।

ପରିବାରଙ୍କ ନିଷ୍ପତ୍ତି ଅନୁସାରେ ଗତ ବର୍ଷ ଫେବୃଆରୀରେ ଝାରସୁଗୁଡା ସ୍ଥିତ ଝଡେସ୍ୱର ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା। କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ ମାତ୍ର ପାଞ୍ଚ ମାସ ପରେ ତିକ୍ତତା ଦେଖା ଦେଇଥିଲା। ଯୌତୁକ ନିର୍ଯାତନ ଅଭିଯୋଗ କରି ସୁନିତା କିଷାନ ଗତ ଜୁନ ମାସରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟଙ୍କୁ ବୁଝାସୁଝା କରି ଦିଆଯାଇଥିଲା।

ତଥାପି ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରୁ ପତ୍ନୀ ସୁନିତାଙ୍କ ମଧ୍ୟରେ ସ୍ୱାମୀଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେ କିଷାନଙ୍କ ଚତୁର୍ଥ ସ୍ତ୍ରୀ ବୋଲି ଜାଣିପାରି ସହ ପରିବାରେ ସୋମବାର ଆସି ଥାନାରେ ଏତଲା ଦେଇଥିଲେ।

ପଢ଼ନ୍ତୁ ଏହି ଖବର:  କୁକୁର ପାଳିଲେ ମାନିବାକୁ ହେବ BMC ନିୟମ

ଆଇପିସିରେ ରୁଜୁ କରି ଆଜି କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ନାହିଁ।

ରାୟଗଡ଼ାରୁ ଗଜମୋହନ ଗରଡ଼ିଆଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: