ସମ୍ବଲପୁରରେ ଉଠା ଦୋକାନ ଉପରେ ମାଡ଼ିଗଲା ଟ୍ରକ୍; ଚ଼ାରି ଜଣ ମୃତ, ଆଉ ଚ଼ାରି ଗୁରୁତର ଆହତ

ଅଚ଼ାନକ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ କିଛି ଉଠା ଦୋକାନ ଉପରେ ମାଡ଼ିଯାଇଥିଲା । ମୃତକମାନେ ଧନୁଯାତ୍ରାର ମୀନାବଜାରରେ ବ୍ୟାଗ୍ ଦୋକାନ କରିଥିଲେ ।

ସମ୍ବଲପୁରରେ ଉଠା ଦୋକାନ ଉପରେ ମାଡ଼ିଗଲା ଟ୍ରକ୍; ଚ଼ାରି ଜଣ ମୃତ, ଆଉ ଚ଼ାରି ଗୁରୁତର ଆହତ
ବୁର୍ଲା ଭୀମସାରରେ ଚ଼ିକିତ୍ସିତ ହେଉଥିବା ଜଣେ ଆହତ ବ୍ୟକ୍ତି
  • News18 Odia
  • Last Updated: January 21, 2020, 11:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସମ୍ବଲପୁର ଉପକଣ୍ଠ ପରମାଣପୁର ଧନୁଯାତ୍ରାରେ ଚ଼ାରି ଜଣ ଉଠା ଦୋକାନୀ ମୃତ୍ୟୁ ବରଣ କରିଛନ୍ତି ଓ ଆଉ ଚାରି ଜଣ ଗୁରୁତରଭାବେ ଆହତ ହୋଇଛନ୍ତି ।

ଶାସନ ଥାନା ଅନ୍ତର୍ଗତ ପରମାଣପୁରରେ ଧନୁଯାତ୍ରା ପାଇଁ ଲାଗିଥିବା ମୀନାବଜାରରେ ରାସ୍ତା କଡ଼ରେ ଅସ୍ଥାୟୀ ଦୋକାନ ଖୋଲି ବ୍ୟବସାୟ କରୁଥିବା ଦୋକାନୀମାନଙ୍କ ପାଇଁ ମଙ୍ଗଳବାର ସକାଳ ହଠାତ୍‌ ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା । ସେମାନେ ଗତ ରାତିରେ ଦୋକାନ ବନ୍ଦ କରି ଶୋଇଥିଲେ । ଭୋର ପାଖାପାଖି ସାଢ଼େ ଚ଼ାରିଟା ବେଳେ ଅଚ଼ାନକ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍‌ କିଛି ଦୋକାନ ଉପରେ ମାଡ଼ିଯାଇଥିଲା ।

ତିନି ଜଣ ଉଠା ଦୋକାନୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଆଉ ଜଣେ ବୁର୍ଲା ଭୀମସାରରେ ଚ଼ିକିତ୍ସା ଆରମ୍ଭ ହେବାର କିଛି ମିନିଟ ପରେ ଶେଷ ନିଶ୍ୱାସ ନେଇଥିଲେ । ମୃତକମାନଙ୍କର ନାଁ ମହମ୍ମଦ ସାୟତ (୪୦), ମହମ୍ମଦ ତେୟତ (୩୫), ୱାକାର ଆଲମ (୩୦) ଓ ମହମ୍ମଦ ଦାନିଶ (୨୨) ବୋଲି ଜଣା ପଡ଼ିଛି । ସେମାନେ ସମ୍ବଲପୁର ପେନସନପଡ଼ାର ବାସିନ୍ଦା ଥିଲେ । ତିନି ଜଣ ମୃତକ ଗୋଟିଏ ପରିବାରର ଥିଲେ ।

ରାଉରକେଲାରୁ ପାରାଦୀପ ଯାଉଥିବା ଏହି ଦ୍ରୁତଗାମୀ ଟ୍ରକଟି ତିନିଟି ଦୋକାନ ଉପରେ ଚ଼ଢ଼ିଯାଇଥିଲା । ଟ୍ରକଟିକୁ ପୋଲିସ ଜବତ କରିଛି, ହେଲେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।

ମୃତକମାନେ ଧନୁଯାତ୍ରାର ମୀନାବଜାରରେ ବ୍ୟାଗ୍‌ ଦୋକାନ କରିଥିଲେ । ସେମାନେ ଆର୍ଥିକଭାବେ ନିମ୍ନ ବର୍ଗର ଥିଲେ । ଦୁର୍ଘଟଣାର କାରଣ ବିଷୟରେ ପୋଲିସର ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଜଣେ ଅଧିକାରୀ ।
First published: January 21, 2020, 11:12 AM IST
corona virus btn
corona virus btn
Loading