ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ! ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା

ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ । ବରଗଡରେ ବନ୍ଦ ଘରେ ପଡିଛି ୪ ମୃତଦେହ ।

୪ ଜଣଙ୍କୁ ବୀଭତ୍ସ ହତ୍ୟା

୪ ଜଣଙ୍କୁ ବୀଭତ୍ସ ହତ୍ୟା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବରଗଡ଼: ବରଗଡରେ ବନ୍ଦ ଘରେ ପଡିଛି ୪ ମୃତଦେହ । ଭଟଲି ଥାନା ଅଧିନ ଝିକିଝିକି ଗାଁରେ ଚାଞ୍ଚଲ୍ୟ। ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ହତ୍ୟାକାରୀ ଦାଦା ସମସ୍ତ ୪ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ପୁତୁରା, ବୋହୂ ଏବଂ ଦୁଇ ପିଲାଙ୍କୁ ବି ଛାଡିଲାଣି ଅଭିଯୁକ୍ତ । ଘର ଭିତରେ ୪ଜଣଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ।

ସେପଟେ ଯାହାର ସୂଚନା ପାଇ ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତ ଦାଦା ଘଟଣା ପରଠାରୁ ଫେରାର ଥିଲା । ଏବେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରୁଛି । ଅଭିଯୁକ୍ତ ଗିରଫ ପରେ ହତ୍ୟାର ସଠିକ୍‌ ଜଣାପଡିବ ବୋଲି ପୋଲିସ ଆଶା ରଖିଛି ।
Published by:Soumya Das
First published: