News18 Odia Digital
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ସମେତ ଅତି କମରେ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଅପରେସନରେ କେତେକ ମାଓବାଦୀ ଆହତ ବି ହୋଇଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କହିଛନ୍ତି ।
ପୋଲିସ ବଳକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଓ ଜିଲ୍ଲା ସ୍ବେଚ୍ଛାସେବୀ ଫୋର୍ସ (ଡିଭିଏଫ୍) ସୁରକ୍ଷା କର୍ମୀମାନେ ସକାଳେ ଜଙ୍ଗଲରେ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀମାନେ ମାଓବାଦୀଙ୍କ ନିକଟରେ ପହଞ୍ଚିବା ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ । ପୋଲିସ୍ ବଳ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲା । ସେଥିରେ ଚାରି ଜଣ ମାଓବାଦୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ବରିଷ୍ଠ ପୋଲିସ୍ ଅଧିକାରୀମାନେ ।
ଡିଜିପି ଅଭୟ କହିଛନ୍ତି ଯେ ସେହି ଅଞ୍ଚଳରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି । ମୃତ ଚାରି ଜଣ ମାଓବାଦୀ ନିଷିଦ୍ଧ ହୋଇଥିବା ସଙ୍ଗଠନ ସିପିଆଇ (ମାଓବାଦୀ)ର ବଂଶଧାରା-ନାଗାବଳି-ଘୁମୁସର ଡିଭିଜନର ସଦସ୍ୟ ଥିଲେ ବୋଲି ସନ୍ଦେହ କରାଯାଉଥିବା ସେ କହିଛନ୍ତି ।

ପୋଲିସ୍ ଏନକାଉଣ୍ଟର ସ୍ଥାନର ଏକ ଦୃଶ୍ୟ
‘‘ନିହତ ହୋଇଥିବା ଚାରି ଜଣ ମାଓବାଦୀଙ୍ତ ଭିତରେ ଜଣେ ମହିଳା କ୍ୟାଡର ବି ଅଛନ୍ତି । ଏନକାଉଣ୍ଟର ପରୋ ସେହି ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ୍ ତୀବ୍ର କରାଯାଇଛି,’’ କହିଛନ୍ତି କନ୍ଧମାଳ ଏସ୍.ପି. ପ୍ରତୀକ ସିଂ । ସେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଉକ୍ତ ସ୍ଥାନରେ ଯାଇ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ:
ଅଗଷ୍ଟ ୧୨ ପର୍ଯ୍ୟନ୍ତ କେଉଁ କେଉଁ ଟ୍ରେନ୍ ବାତିଲ୍ ହୋଇଛି ଓ କିପରି ଟଙ୍କା ଫେରସ୍ତ ପାଇବେ ଜାଣନ୍ତୁଏହି ଏନକାଉଣ୍ଟରରେ ଡିସିଏମ୍ ସଦସ୍ୟ ଓ KKBN ମାଓ ଡିଭିଜନର ନେତୃତ୍ବ ନେଉଥିବା ଦର୍ଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନକ୍ସଲ ନେତା ଜମ୍ପାନାର ଆତ୍ମସମର୍ପଣ ପରେ ଏହି ଡିଭିଜନର ନେତୃତ୍ବ ନେଉଥିଲା ଡେଭିଡ । ଡେଭିଡର ଏନ୍କାଉଣ୍ଟର ପରେ ଦର୍ଶୁ ଏହାର ନେତୃତ୍ବ ନେଉଥିଲା ।
ଏହା ବି ପଢ଼ନ୍ତୁ:
କରୋନା ନିୟମ ଉଲ୍ଲଙ୍ଘନ: ଗଞ୍ଜାମରେ ବିବାହ ସମୟରେ ବର, ବରପିତା ସମେତ ୫ ଗିରଫ; ହୋଟେଲ ସିଲପୋଲସ ବଳକୁ ଅଭିନନ୍ଦନ ଜଣାଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ ଏହି ଅପରେସନ ଚରମପନ୍ଥୀଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଓଡିଶାର ସଂକଳ୍ପକୁ ଆହୁରି ଦୃଢ଼ କରିଛି । ଏହି ସଫଳ ଏନକାଉଣ୍ଟର ପାଇଁ ସେ ଓଡିଶା ପୋଲିସର ଅଧିକାରୀ ଓ ଯବାନମାନଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କର ସାହସିକ କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଉଛି ବୋଲି କହିଛନ୍ତି ତ୍ରିପାଠୀ ।ଏହା ବି ପଢ଼ନ୍ତୁ:
‘ଫେଆର୍ & ଲଭଲି’ ନାଁ ବଦଳାଇ ‘ଗ୍ଲୋ & ଲଭଲି’ ହେଲା; ତା’ ପଛରେ ଅଛନ୍ତି ମୁମ୍ବାଇର ଝିଅ ଚନ୍ଦନାସପ୍ତାହକ ପୂର୍ବରୁ କନ୍ଧମାଳର ଫିରିଙ୍ଗିଆ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଗୋଟେ ମାଓବାଦୀ କ୍ୟାମ୍ପ ଠାବ କରିଥିଲେ ଓ ସେଠୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।