ଗଞ୍ଜାମରେ ଅଘଟଣ: ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ଚ଼ାରି ଜଣ ପିଲା ମୃତ

ଅଘଟଣ ବିଷୟରେ ଜାଣିବା ପରେ ସମବେଦନା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନୟକ । ମୃତକଙ୍କ ପରିବାରକୁ ଚ଼ାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସେ । ଆହତ ବାଳକଟିର ମାଗଣା ଚ଼ିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମରେ ଅଘଟଣ: ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ଚ଼ାରି ଜଣ ପିଲା ମୃତ
ଜଣେ ଗୁରୁତର ଆହତ ପିଲାର ଚ଼ିକିତ୍ସା ଚ଼ାଲିଛି ।
  • News18 Odia
  • Last Updated: February 23, 2020, 9:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଖେଳ ଖେଳରୁ ନିଆଁ ଲାଗି ଚ଼ାଲି ଗଲା ଚ଼ାରି ଜଣ ନିରୀହ ପିଲାଙ୍କ ଜୀବନ । ବାଡ଼ିରେ ପାଳ ଘର କରି ଖେଳୁଥିବା ବେଳେ ସେଥିରେ ନିଆଁ ଲାଗି ଅକାଳରେ ମଉଳି ଗଲା ପାଞ୍ଚ ବର୍ଷରୁ ସାତ ବର୍ଷ ମଧ୍ୟରେ ଥିବା ତିନି ଜଣ ପିଲାଙ୍କ ଜୀବନ ।

ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଛଟା ଗାଁରେ । ଆଜି ସକାଳେ ଗାଁର ଚ଼ାରି ଜଣ ଛୋଟ ପିଲା ଏକ ପାଳ ଘର କରି ଖେଳୁଥିବା ବେଳେ ହଠାତ୍ ପାଳ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଚ଼ାରି ଜଣ ପିଲା ପୋଡ଼ିହୋଇ ଯାଇଥିଲେ ।

ଗୁରୁତରଭାବେ ପୋଡ଼ିଯାଇଥିବା ଚ଼ାରି ପିଲାଙ୍କୁ ପ୍ରଥମେ ପୋଲସରା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେମାନଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚ଼ିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚ଼ିକିତ୍ସାଧୀନ ଅବସ୍ଥାରେ ତିନି ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା ।

ଆଉ ଜଣେ ଆହତ ପିଲାର ଚ଼ିକିତ୍ସା ଚ଼ାଲିଛି ।


ମୃତ ତିନି ଜଣ ପିଲା ହୋଉଛନ୍ତି ଇତିଶ୍ରୀ ଜେନା (୫ ବର୍ଷ), ସାଇରାମ ଜାନି (୬ ବର୍ଷ) ଓ ଦୀପକ ଗୌଡ଼ (୭ ବର୍ଷ) । ଗୁରୁତର ଆହତ ହୋଇ ଏବେ ଏମ୍‌.କେ.ସି.ଜି. ହସ୍ପିଟାଲରେ ଚ଼ିକିତ୍ସିତ ହେଉଥିବା ପିଲାଟି ହେଉଛି ଆଲୋକ ଜେନା (୬ ବର୍ଷ) । ତା’ର ସ୍ଥିତିରେ ସୁଧାର ନ ଆସିବାରୁ ତାକୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସନ୍ଧ୍ୟାରେ ତା‘ର ମୃତ୍ୟୁ ଘଟିଥିଲା ।

‘‘ଆଜି ରବିବାର ଥିବାରୁ ପିଲାମାନେ ସ୍କୁଲ୍‌ ନ ଯାଇ ଘରେ ଥିଲେ ଓ ବାଡ଼ିରେ ଖେଳୁଥିଲେ । ପାଳରେ ଘର କରି ସେମାନେ ଖେଳୁଥିଲେ । କେତେବେଳେ କେମିତି ସେହି ପାଳରେ ନିଆଁ ଲାଗିଯାଇଥିଲା । ସେମାନେ ଜାଣି ପାରି ନ ଥିଲେ । ଜଳିଯାଇଥିଲେ । ସେମାନଙ୍କ ଚ଼ିତ୍କାର ଶୁଣି ପରିବାର ଲୋକେ ଆସି ତାଙ୍କୁ ଟାଣି ବାହାରକୁ ଆଣିଥିଲେ, ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା,’’ କହିଛନ୍ତି ଖଇରଛଟା ଗାଁର ଜଣେ ଗ୍ରାମବାସୀ ।

ଏହି ଅଘଟଣ ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ପିଲାମାନଙ୍କର ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପିଲାମାନଙ୍କ ଖେଳ ପ୍ରତି ନିଘା ନ ରଖି ଅବହେଳା କରିଥିବା ଭାବି ନିଜକୁ ଦୋଷ ଦେଉଛନ୍ତି ।

ଅଘଟଣ ବିଷୟରେ ଜାଣିବା ପରେ ଗଭୀର ଦୁଃଖ ଓ ସମବେଦନା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନୟକ । ମୃତକଙ୍କ ପରିବାରକୁ ଚ଼ାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସେ । ଆହତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ବାଳକଟିର ମାଗଣା ଚ଼ିକିତ୍ସା କରାଇବା ପାଇଁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
First published: February 23, 2020, 9:39 PM IST
corona virus btn
corona virus btn
Loading