ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ର ପୋଷ୍ଟମର୍ଟମ୍‌: ଦେହରୁ ବାହାରିଲା ୪ଟି ଗୁଳି – ପିଞ୍ଜରାରୁ ୨ଟି ଓ ଜଙ୍ଘରୁ ୨ଟି

Four bullets found in gangster Haider body in post-mortem | ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ଦେଖାଇବା ପରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଥିଲା । କେନ୍ଦ୍ରାପଡ଼ାର ରଣପଡ଼ାରେ ଥିବା ତା’ ଗାଁକୁ ଆଣି ସେଠାରେ ତାକୁ କବର ଦିଆଯାଇଥିଲା ।

ହାଇଦରର ଶବ ଦେଖି ବାହାରୁଛନ୍ତି ତା’ ସ୍ତ୍ରୀ; (ଡାହାଣ) ମୃତ ହାଇଦର୍

ହାଇଦରର ଶବ ଦେଖି ବାହାରୁଛନ୍ତି ତା’ ସ୍ତ୍ରୀ; (ଡାହାଣ) ମୃତ ହାଇଦର୍

  • Share this:
News18 Odia Digital

ବାଲେଶ୍ବର: ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦରର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେବାର ଦିନକ ପରେ ରବିବାର ଦିନ ବାଲେଶ୍ୱର ସଦର ହସ୍ପିଟାଲରେ ତା’ର ପୋଷ୍ଟମର୍ଟମ କରାଯାଇଛି ଓ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଦେହର ବ୍ୟବଚ୍ଛେଦ ବେଳେ ସେଥିରୁ ଚାରିଟି ଗୁଳି ବାହାରିଥିଲା । ସେଥିରୁ ଗୋଟିଏ ପୂର୍ବରୁ ଥିଲା ବୋଲି କହିଛନ୍ତି ହସପିଟାଲ୍‌ କର୍ତ୍ତୃପକ୍ଷ ।

ସିମୁଳିଆରେ ଶନିବାର ଅପରାହ୍ଣରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ହାଇଦର୍‌ ଦେହରେ ବାଜିଥିଲା ତିନିଟି ଗୁଳି । ପୋଷ୍ଟମର୍ଟମରେ ତା’ ଛାତିରୁ ଦୁଇଟି ଗୁଳି ଓ ଜଙ୍ଘରୁ ଆଉ ଦୁଇଟି ଗୁଳି ବାହାର କରାଯାଇଥିଲା ବୋଲି କହିଛନ୍ତି ଡାକ୍ତର । ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ଦେଖାଇବା ପରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା ବୋଲି ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

‘‘ତିନିଟା ରିସେଣ୍ଟ୍‌ (ନିକଟରେ ଆସିଥିବା) ଗୁଳି ଓ ଆଉ ଗୋଟେ ତା’ର ବହୁତ ପୁରୁଣା ଗୁଳି ବାହାରିଛି । ଗୋଟେ ବାହାରିଲା ତା’ ୧୧-୧୨ ରିବରୁ (ପଞ୍ଜରାରୁ), ଜଙ୍ଘରୁ ବାହାରିଲା ଦି’ଟା, ଗୋଟେ ପୁରୁଣା, ଗୋଟେ ନୂଆ,’’ ଶବ ବ୍ୟବଚ୍ଛେଦ ଓ ଗୁଳି ମିଳିବା ବିଷୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ବାଲେଶ୍ବର ଜିଲ୍ଲା ହସ୍ପିଟାଲର ଡାକ୍ତର ସୁଶାନ୍ତ ନାୟକ ।

ବ୍ୟବଚ୍ଛେଦ ପରେ ହାଇଦରର ମୃତ ଦେହକୁ ବାହାରକୁ ଅଣାଯାଉଛି ।


ହାଇଦରର ମୃତ ଦେହକୁ ବ୍ୟବଚ୍ଛେଦ କରିବା ପାଇଁ ନେବା ପୂର୍ବରୁ ତା’ ଶରୀରକୁ ଯାଞ୍ଚ କରିବା ବେଳେ ପକେଟରୁ ଏକ ଫୋନ୍‌ ଡାଏରୀ ମିଳିଥିଲା । ଏହି ଡାଏରୀରେ କିଛି ଲୋକଙ୍କ ନାଁ ଓ ଫୋନ୍‌ ନମ୍ବର ଥିବା ଜଣାପଡ଼ିଛି । ପୋଲିସ ସେହି ଫୋନ୍‌ ଡାଏରୀକୁ ଜବତ କରିଛି । ସେଥିରେ ଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | କରୋନାରବ୍ରେକଥ୍ରୁ ଇନ୍ଫେକ୍ସନ୍ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

ସୋରୋ ନିକଟସ୍ଥ ସିମୁଳିଆରେ ଜାତୀୟ ରାଜପଥ କଡ଼ରେ ଏନକାଉଣ୍ଟର୍‌ ହୋଇଥିବା ସ୍ଥାନରେ ପୋଲିସ ଓ ଫରେନସିକ୍‌ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । କେଉଁଠି ପୋଲିସ ଗାଡ଼ି ଅଟକିଥିଲା, ହାଇଦର ଓହ୍ଲାଇ କେଉଁ ଆଡକୁ ଖସି ପଳାଇବାକୁ ଉଦ୍ୟମ କରିଥିଲା ଓ ଏନକାଉଣ୍ଟର୍‌ ସ୍ପଟ୍‌ ଆଦିର ଛାନଭିନ୍‌ କରିଛି ସାଇଣ୍ଟିଫିକ୍‌ ଟିମ୍‌। କଟକ ଆଡିସନାଲ ଡିସିପି ପ୍ରମୋଦ ରଥ, ବାଲେଶ୍ଵର ଏସ୍‌.ଡି.ପି.ଓ. ଓ ସିମୁଳିଆ ଥାନା ଅଧିକାରୀ ଛାନଭିନ୍‌ ବେଳେ ଦୁଇଟି ଖୋକା ଜବତ କରିଛନ୍ତି । ସିମୁଳିଆ ଥାନାରେ ହାଇଦର ନାଁରେ ଖସି ପଳାଇବା, ଡକାୟତି କରିବା ଓ ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ଆଉ ଏକ ମାମଲା ରୁଜୁ ହୋଇଛି । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା, ଧମକ ଦେବା ଓ ଗାଳିଗୁଲଜ କରିବା ନେଇ ମଧ୍ୟ ଦଫା ଲାଗିଛି ତା’ ବିରୁଦ୍ଧରେ ।

ଏହା ବି ପଢ଼ନ୍ତୁ | ଟାଲିବାନ୍ ଆକ୍ରମଣରେ ପ୍ରାଣ ହରେଇଲେ ପୁରସ୍କାର-ପ୍ରାପ୍ତ ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି

ରବିବାର ସନ୍ଧ୍ୟାରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ ଦେହକୁ ତା’ ଗାଁ କେନ୍ଦ୍ରାପଡ଼ାର ରଣପଡ଼ାକୁ ଣାଯାଇଥିଲା । ସେଠାରେ ଥିବା କବରସ୍ଥାନରେ ତାକୁ କବର ଦିଆଯାଇଥିଲା । ବାଲେଶ୍ବରରୁ ଆସି ସନ୍ଧ୍ୟା ୮ ଟା ୩୦ରେ ରଣପଡ଼ାରେ ଥିବା ତା’ ଘରେ ପହଞ୍ଚିଥିଲା ତା’ ମୃତଦେହ ।



ହାଇଦରର ଏନକାଉଣ୍ଟର୍‌ ପରେ କେନ୍ଦ୍ରାପଡ଼ା ଟାଉନ ସମେତ ବାରିମୂଳ, ଗୁଲନଗର, କପାଳେଶ୍ୱର ଓ ଯମଧର ପଞ୍ଚାୟତରେ ଜାରି କରାଯାଇଥିଲା ୧୪୪ ଧାରା। ଏହି କଟକଣା ଜୁଲାଇ ୩୦ ଦିନ ୧୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କେନ୍ଦ୍ରାପଡ଼ା ଟାଉନରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କୌଣସି ଜାଗାରେ ପାଞ୍ଚ ଜଣରୁ ଅଧିକ ଲୋକ ମେଳି କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା । ସକାଳ ୭ଟାରୁ ଦିନ ୧୧ ମଧ୍ୟରେ କେବଳ ଗ୍ରୋସରି,ପରିବା ଓ ଆମିଷ ଦୋକାନ ଖୋଲା ରହିବ। ହୋଟେଲ ଓ ରେସ୍ତୋରାଁରୁ ଲୋକେ ପାର୍ସଲ ନେଇପାରିବେ।
Published by:Anand S.T. Das
First published: