ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ୪ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ୪ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ

Four suspected spys arrested at Chandipur missile centre for stealing data for Pakistan | କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଏହି ଚାରି ଜଣ ସନ୍ଦିଗ୍ଧ ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଠିକା କର୍ମଚାରୀମାନେ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ ନିକଟରେ କାର୍ଯ୍ୟ କରୁଥିଲେ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ୪ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ
ଗିରଫ ହୋଇଥିବା (ବାମରୁ ଡାହାଣ) ପ୍ରକାଶ ବେହେରା, ବସନ୍ତ ବେହେରା ଓ ଶେଖ୍ ଫୁସାଫିର୍
  • News18 Odia
  • Last Updated: September 14, 2021, 9:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଡି.ଆର୍‌.ଡି.ଓ.ର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ (ଆଇ.ଟି.ଆର୍‌.) ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଓ ବାହାରକୁ ପଠାଇବା ଅଭିଯୋଗରେ ଚାରି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ସକାଳେ ଆଇ.ଟି.ଆର୍‌.ରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଏହି ଚାରି ଣଙ୍କୁ ଉଠାଇ ଆଣିଛି ବାଲେଶ୍ୱର ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ଼ । ସେମାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍‌ ଅଧୀନରେ ଗିରଫ କରାଯାଇଛି ।

ଆଜିକୁ ଛଅ ବର୍ଷ ତଳେ ଈଶ୍ୱର ଚନ୍ଦ୍ର ବେହରା ନାମକ ବ୍ୟକ୍ତି ଚାନ୍ଦିପୁର DRDOର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେବା ଅଭିଯୋଗରେ ଧରାପଡି଼ଥିଲେ । ଇଶ୍ୱର ଆଜୀବନ କାରାଦଣ୍ଡ ସଜା ପାଇ ଏବେ ଜେଲରେ ଅଛନ୍ତି । ଏବେ ପୁଣି ସେମିତି ଏକ ଘଟଣାର ଶିକାର ହୋଇଛି ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସଙ୍ଗଠନ । ଗିରଫ ହୋଇଥିବା ସନ୍ଦିଗ୍ଧ ଗୁପ୍ତଚରମାନଙ୍କ ମଧ୍ୟରେ ଅଛନ୍ତି ଲଞ୍ଚ ପ୍ୟାଡ୍‌-୩ର ଏ.ସି. ଜେନେରେଟର୍‌ ଅପରେଟର ବସନ୍ତ ବେହେରା, ଶେଖ ଫୁସାଫିର୍‌ ଓ ପ୍ରକାଶ ବେହେରା । ଚତୁର୍ଥ ସନ୍ଦିଗ୍ଧର ନାମ ଗୋପନ ରଖାଯାଇଥିବା କହିଛି ପୋଲିସ ।

ଏହା ବି ପଢ଼ନ୍ତୁ | UPରେ ମହିଳା ଫେସବୁକରେ CMଙ୍କୁ ‘ପ୍ଲିଜ୍ ହେଲ୍ପ ମି, ସର୍’ ଲେଖିଲେ, ତା’ ପରେ ଆତ୍ମହତ୍ୟା କଲେ

କେନ୍ଦ୍ରୀୟ ଗୋଇନ୍ଦା ସୂଚନା ଆଧାରରେ ବାଲେଶ୍ୱର ପୋଲିସର ଏକ ସ୍ପେଶାଲ ଟିମ୍‌ ସେପ୍ଟେମ୍ବର ୧୪ ତାରିଖ ସକାଳେ ଚାରି ଜଣ ଠିକା କର୍ମଚାରୀଙ୍କୁ ଟ୍ରାକ୍‌ କରିବା ସହ ଗିରଫ କରିଛି । ପାକିସ୍ତାନର କିଛି ଏଜେଣ୍ଟଙ୍କଠାରୁ ଟଙ୍କା ନେଇ ଏମାନେ ଆଇ.ଟି.ଆର୍‌.ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନଙ୍କୁ ଦେଉଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଏମାନଙ୍କୁ ପ୍ରତି ତଥ୍ୟ ପାଇଁ ୨୦ରୁ ୨୫ ହଜାର ଟଙ୍କା ମିଳୁଥିଲା।  ଏହି ଚାରି ଜଣ ବାରମ୍ବାର ISD କଲ୍‌ ନମ୍ବରରେ କଥା ହେଉଥିଲେ ବୋଲି କହିଛନ୍ତି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଚାନ୍ଦିପୁରରେ ଥିବା ଆଇ.ଟି.ଆର୍.


ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଏହି ଚାରି ଜଣ ସନ୍ଦିଗ୍ଧ ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ଯେ ଏହି ଠିକା କର୍ମଚାରୀମାନେ କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ ନିକଟରେ କାର୍ଯ୍ୟ କରୁଥିଲେ । ଏହି ଲଞ୍ଚ୍‌ ପ୍ୟାଡ୍‌ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଉଛି। ସନ୍ଦିଗ୍ଧ ବସନ୍ତ ବେହେରା ପୃଥ୍ବୀ କ୍ଷେପଣାସ୍ତ୍ର ଲଞ୍ଚ୍‌ ପ୍ୟାଡ୍‌-୩ର ଏ.ସି. ଜେନେରେଟର୍‌ ଅପରେଟର ଭାବେ କାମ କରୁଥିଲା । କୁହାଯାଉଛି ଯେ ବସନ୍ତ ପୃଥ୍ବୀ କ୍ଷେପଣାସ୍ତ୍ରର ତଥ୍ୟ ବାହାରକୁ ଦେଉଥିଲେ । ଜାତୀୟ ସୁରକ୍ଷା ଆଇନ୍‌ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ପୋଲିସ ଆଇ.ଜି. ହିଂମାଶୁ ଲାଲ ।

ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ଗିରଫ

‘‘ଆମ ପାଖକୁ କିଛି ଭରସାଯୋଗ୍ୟ ତଥ୍ୟ ଆସିଥିଲା । ଆମେ ଜାଣିବାକୁ ପାଇଥ୍ଲୁ ଯେ କେତେକ ଲୋକ ଜାତୀୟ ସୁରକ୍ଷା ସହ ଜଡ଼ିତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଦେଶୀ ସଂସ୍ଥା ହାତକୁ ଦେଉଛନ୍ତି । ତା’ ଉପରେ କାମ କରିବା ପରେ ଆମେ ବାଲେଶ୍ୱର ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଚାରି ଜଣ ଲୋକଙ୍କୁ ଗିରଫ କରିଛୁ । ସେମାନଙ୍କ ସହ ପଚରାଉଚରା ଚାଲିଛି ଓ ଆହୁରି ତଦନ୍ତ ଚାଲିଛି । ଏମିତି ମାମଲା ପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚ୍‌ ସାମନାକୁ ଆଣିଥିଲା । ସେହି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲା ଓ ତାକୁ ଦଣ୍ଡ ମିଳିଥିଲା,’’ କହିଛନ୍ତି ପୂର୍ବାଞ୍ଚଳ ପୋଲିସ୍‌ ଆଇ.ଜି. ହିଂମାଶୁ ଲାଲ୍ ।

ଗିରଫଦାରୀ ବିଷୟରେ ପୂର୍ବାଞ୍ଚଳ ପୋଲିସ ଆଇ.ଜି. ହିଂମାଶୁ ଲାଲ  (ବାମ)ସୂଚନା ଦେଉଛନ୍ତି ।


ଏହା ବି ପଢ଼ନ୍ତୁ | କ୍ରିକେଟର୍ଶୋଏବ୍ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’

ଏହି ସନ୍ଦିଗ୍ଧମାନଙ୍କ ଫୋନରୁ ବାରମ୍ବାର ଦେଶ ବାହାରକୁ କଲ୍‌ ଯିବା ଦ୍ବାରା କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍କାନରରେ ଏମାନେ ଆସିଥିଲେ । ଏମାନଙ୍କ ନାମରେ ସଙ୍ଗୀନ ଦଫା ଲାଗିଛି । କୋର୍ଟରେ ହଜାର କରାଯିବା ପରେ ପୋଲିସ ଏମାନଙ୍କୁ ରିମାଣ୍ଡରେ ଆଣିପାରେ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତିର ପୁରୋଧା ସୈଦ୍ ଅଲୀ ଶାହ ଗିଲାନୀଙ୍କ ଦେହାନ୍ତ ହେଲା

ବାଲେଶ୍ବର ଏସ୍‌.ପି. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ ଗିରଫ ହୋଇଥିବା ଚାରି ଜଣ ଲୋକ ଆଇ.ଟି.ଆର୍‌.ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସେମାନେ କେଉଁ କାମ କରୁଥିଲେ ତାହା କହିବାକୁ ମନା କରି ସେ କହିଛନ୍ତି, ‘‘ଏବେ ତଦନ୍ତ ଚାଲିଛି । ଏହି ମାମଲାରେ ଅନ୍ୟମାନେ ବି ସମ୍ପୃକ୍ତ ଥାଇପାରନ୍ତି । ତେଣୁ ଏବେ ସବୁ କଥା କହିବା ଉଚିତ ହେବନି ।’’



ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇ.ଏସ୍‌.ଆଇ.କୁ ଗୁଇନ୍ଦା ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ୨୦୧୫ ଡିସେମ୍ବରରେ ଚାନ୍ଦିପୁର ଆଇ.ଟି.ଆର୍‌.ର ଠିକା କ୍ୟାମେରାମ୍ୟାନ ଈଶ୍ବର ବେହେରାଙ୍କୁ ଗିରଫ କରାଯାଇଥିଲା । ସେହି ମାମଲାର ଶୁଣାଣି ପରେ କୋର୍ଟ ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ ।
Published by: Anand S.T. Das
First published: September 14, 2021, 9:00 PM IST