News18 Odia Digital
Former PM Shahid Khaqan Abbasi: ବର୍ତ୍ତମାନ ପାକିସ୍ତାନ(Pakistan) ସବୁଠାରୁ ଖରାପ ଅର୍ଥନୈତିକ ପର୍ଯ୍ୟାୟରେ ଗତି କରୁଛି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛି। ଖାଦ୍ୟ ନ ପାଇ ଲୋକମାନେ ଜୀବନ ହରାଉଛନ୍ତି। ଏଥି ସହିତ ପାକିସ୍ତାନର ରାଜନୈତିକ ପରିସ୍ଥିତି ମଧ୍ୟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପାକିସ୍ତାନର ପୂର୍ବତନ ସାହିଦ ପ୍ରଧାନମନ୍ତ୍ରୀ ଖକାନ ଅବ୍ବାସି(PM Shahid Khaqan) ପୁଣି ଥରେ ଦେଶରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ଦିଗରେ ଏକ ବଡ଼ ସଙ୍କେତ ଦେଇଛି।
ଚିନ୍ତା ପ୍ରକଟ କରି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅବସ୍ଥା ଏତେ ଖରାପ ହୋଇଛି ଯେ ସେନା ବର୍ତ୍ତମାନ ସରକାରଙ୍କ ଗାଦିକୁ ଅକ୍ତିଆର କରିବାକୁ ନଜର ରଖିଛନ୍ତି। ସାହିଦ ଖକାନ ଅବ୍ବାସିଙ୍କ ଏହି ଦାବି ଦେଶର ରାଜନୈତିକ ପରିସ୍ଥିତିରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅବ୍ବାସି କହିଛନ୍ତି ଯେ ବର୍ତ୍ତମାନ ଦେଶର ବ୍ୟବସ୍ଥା ଏକ ବିଫଳତା ପ୍ରମାଣ କରୁଛି ଓ ଯେତେବେଳେ ଏହା ଘଟେ, ରାଜନୈତିକ ନେତୃତ୍ୱ ଆଗକୁ ବଢ଼ିବାକୁ ଅସମର୍ଥ ହୁଅନ୍ତି। ଏକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅବ୍ବାସି କହିଛନ୍ତି ଯେ ଯେତେବେଳେ ପାକିସ୍ତାନର ରାଜନୈତିକ ଅବସ୍ଥା ବିଗିଡିଯାଏ, ସେତେବେଳେ ଏକ ସରକାର ଗାଦିଚ୍ୟୁତ ହୁଅନ୍ତି। ଏଥର ମଧ୍ୟ ସମାନ ପରିସ୍ଥିତି ଦେଖାଯାଉଛି।
ପୁରୁଣା ପେନସନକୁ ନେଇ ଖୁସି ଖବର; ଏହି ଦିନଠୁ ଲାଗୁ କରିବେ ସରକାରପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖକାନ ଅବ୍ବାସି କହିଛନ୍ତି ଯେ ଦେଶ ବର୍ତ୍ତମାନ ଭଳି ଗୁରୁତର ଆର୍ଥିକ ତଥା ରାଜନୈତିକ ପରିସ୍ଥିତି କେବେ ଦେଖି ନାହିଁ। ଦେଶରେ ଅରାଜକତା ବିଷୟରେ ଅବ୍ବାସି ଚେତାବନୀ ଦେଇ କହିଛନ୍ତି ଯେ ଯଦି ସମାଜ ଏବଂ ସଂଗଠନ ମଧ୍ୟରେ ବିବାଦ ଆହୁରି ଗଭୀର ହୁଏ, ତେବେ ସେନା ଦ୍ୱାରା କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କେବଳ ପାକିସ୍ତାନ ନୁହେଁ, ବିଶ୍ୱର ଅନେକ ଦେଶରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ଯେ ଯେତେବେଳେ ସେଠାରେ ରାଜନୈତିକ ଏବଂ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ ଏବଂ କାର୍ଯ୍ୟ ସଠିକ୍ ଭାବେ ହୁଏ ନାହିଁ, ସେତେବେଳେ ଅତିରିକ୍ତ ସାମ୍ବିଧାନିକ ପଦ୍ଧତି ଗ୍ରହଣ କରାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।