News18 Odia Digital
ଭୁବନେଶ୍ୱର: ବୋହୂର ବିବାହ କରାଇଲେ ଶଶୁର। ଏଭଳି ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।
ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି।।କିନ୍ତୁ ଆଜି ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ କହିଛନ୍ତି ନବୀନ।
ଗତକାଲି ନବୀନ ନନ୍ଦଙ୍କ ପୁଅ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପତ୍ନୀ ମଧୁସ୍ମିତାଙ୍କର ବାଲେଶ୍ଵର ନିବାସୀ ଶିବ ଚନ୍ଦନଙ୍କ ସହ ଭୁବନେଶ୍ବର ନୟାପଲ୍ଲୀ ନିକଟ ଲକ୍ଷ୍ମୀ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି। ଉଭୟ ପରିବାରର ସମ୍ମତି କ୍ରମେ ଏ ବିବାହ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଗତ ୨୦୨୧ରେ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କୋରନାରେ ପ୍ରାଣ ହରାଇଥିଲେ। ସମ୍ବିତଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।