ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାର ଗୁରୁତର; ଧକ୍କା ଦେଲା କାଠ ବୋଝେଇ ଟ୍ରକ

ମାଲକାନଗିରିର ପୂର୍ବତନ କଂଗ୍ରେସ ବିଧାୟକ ନିମାଇ ଚନ୍ଦ୍ର ଶନିବାର ଦିନ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କୋରାପୁଟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନଂ ଜାତୀୟ ପଥରେ ଘଟିଛି ଘଟଣା।

ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାର

ମାଲକାନଗିରି ପୂର୍ବତନ ବିଧାୟକ ନିମାଇ ସରକାର

  • Share this:
News 18 Odia Digital

ମାଲକାନଗିରି: ମାଲକାନଗିରିର ପୂର୍ବତନ କଂଗ୍ରେସ ବିଧାୟକ ନିମାଇ ଚନ୍ଦ୍ରଙ୍କ ଶନିବାର ଦିନ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଗୁରୁତର ହୋଇଥିଲେ। ସୂଚନା ଅନୁଯାୟୀ  କୋରାପୁଟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନଂ ଜାତୀୟ ପଥରେ ଘଟିଛି ଏହି ଦୁର୍ଘଟଣା। ବାଇକରେ ଯାଉଥିବା ବେଳେ ରାସ୍ତାର ବାମ ପଟରୁ ବୋଲେରୋ ଗାଡିଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ଗାଡି ସହ ରାସ୍ତାରେ ପଡିଯାଇଥିଲେ ନିମାଇ ସରକାର ।

ଏହି ସମୟରେ କାଠ ବୋଝେଇ ଟ୍ରକଟି ତାଙ୍କ ବାଇକ ସହ ଗୋଡ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଧାର କରି ଆମ୍ବୁଲାନସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ନିମାଇ ସରକାରଙ୍କ ଡାହାଣ ଗୋଡର ହାଡ ଭାଙ୍ଗି ଯାଇଥିବା ସହ ମୁଣ୍ଡ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ କୋରାପୁଟର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Published by:Soumyashree Mishra
First published: