News 18 Odia Digital
ଭୁବନେଶ୍ୱର; କଂଗ୍ରେସରେ (Congress) ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ (Bijay pattnaik) । ଦିଲ୍ଲୀ ଏଆଇସିସି (Delhi AICC) କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସରେ ଯୋଗଦେବା ପରେ ସେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି, ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁନି । ରାଜ୍ୟରେ କୁଶାସନ ଚାଲିଛି। ରାଜ୍ୟରେ ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି । ଏବେ ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି । କଂଗ୍ରେସ ସ୍ୱାଗତ କରୁଥିବାକୁ ନେଇ ବିଜେଡି କହିଛି ଶୂନରେ ଶୂନ ମିଶିବା ସହ ସମାନ। ବିଜେପି କହିଛି ଅର୍ଥ ବଳ ଥିଲେ ସଫଳତା ମିଳିବ।
ଏହି ଖବର ପଢ଼ନ୍ତୁ -
http://Women T20 WC: ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ; ଟିମ୍ ଇଣ୍ଡିଆ କେବେ ଓ କାହା ସହିତ ହେବ ମୁହାଁମୁହିଁଏଆଇସିସି ସଭାପତି ମଲିକାର୍ଜୁନ ଖାଡଗେ, ସାଧାରଣ ସମ୍ପାଦକ କେ.ସି ବେଣୁ ଗୋପାଳ, ପ୍ରଭାରୀ ଚେଲାକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ବିଜୟ ପଟ୍ଟନାୟକ। କଂଗ୍ରେସରେ ମିଶିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜୟ କହିଛନ୍ତି, ବିଜେଡି କେବଳ ଭୋଟ ସର୍ବସ୍ୱ ହୋଇଯାଇଛି । ଗଣତନ୍ତ୍ର ଚାଲିବ କେମିତି ? ଏ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର। ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର । ୪୦ ବର୍ଷର ନୀତି ଆଦର୍ଶ ଆଧାରରେ ଓଡ଼ିଶା ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶାରେ ଭାଇବ୍ରାଣ୍ଟ କଂଗ୍ରେସ ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
ଭାରତରେ ଏକତା ବଜାଇ ରଖିବା ଉଦ୍ଦେଶ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାର ସଫଳତା ପରେ ଏବେ ‘ହାତ ସେ ହାତ ଯୋଡୋ’ ଯାତ୍ରା ଆରମ୍ଭ ହୋଇଛି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ବହୁ ଛାମୁଆଁ ନେତା ପ୍ରେରିତ ହେବା ସହ କଂଗ୍ରେସ ଆଡକୁ ଢଳୁଛନ୍ତି । ଏହାରି ଭିତରେ ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ଯୁବନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସ୍ୱାଗତ କରିଛନ୍ତି। ବିଜୟଙ୍କ ଯୋଗଦାନକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବିଜେଡି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ଶୁନ୍ୟରେ ଶୂନ ମିଶିବା ଯାହା କଂଗ୍ରେସରେ ବିଜୟ ମିଶିବା ସେୟା । ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ଅର୍ଥ ଥିଲେ ସଫଳ ହେବେ କାରଣ ଓଡ଼ିଶାର ଭୋଟର ଅର୍ଥ ସର୍ବସ୍ୱ ।
ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟଶାସନ ସଚିବ ପଦରୁ ଅବସର ନେଇଥିଲେ । ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ କରାଯାଇଥିଲା । ଏହାପରେ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ବି ନିଯୁକ୍ତି ମିଳିଥିଲା । ମାତ୍ର ବିଜୟ ପଟ୍ଟନାୟକ ଗତ ୨୦୧୫ ଏପ୍ରିଲରେ ସେଠାରୁ ମଧ୍ୟ ଇସ୍ତଫା ଦେଇଥିଲେ । ରାଜନୀତିରେ ଯୋଗ ଦେବେ ବେଲେି ସେ ସରକାରୀ ପଦରୁ ଇସ୍ତଫା ଦେଇଥିବା କଥା ଜୋରସୋରରେ ଚର୍ଚ୍ଚା ହେଉଥିଲା । ହେଲେ ଶେଷରେ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗଦେଇଥିଲେ । ଏହାପରେ ସେ ୨୦୧୭ରେ ବେଦାନ୍ତରୁ ବି ଇସ୍ତଫା ଦେଇଥିଲେ । ଏବେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।