News 18 Odia Digital
ଭୁବନେଶ୍ୱର; ଆଜି ହାଇଦ୍ରାବାଦରେ ( Hyderabad ) BRS ରେ ବିଧିବଦ୍ଧ ଭାବେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ (Former CM) ଗିରିଧାରୀ ଗମାଙ୍ଗ, ଶିଶିର ଗମାଙ୍ଗ ଏବଂ ହେମା ଗାମାଙ୍ଗ। ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଛନ୍ତି ଗିରିଧାରୀ ଗମାଙ୍ଗ ପରିବାର । କିଛି ସମୟତଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ( biju patnaik international airport ) ବନ୍ଦରରେ ପହଞ୍ଚିଥିଲେ ।
ଅନ୍ୟପଟେ ଆଜି ଜୟରାମ ପାଙ୍ଗୀ ଏବଂ ରାମଚନ୍ଦ୍ର ହାଁସଦା ମଧ୍ୟ ହାଇଦ୍ରାବାଦରେ BRS ରେ ଯୋଗ ଦେବେ । ପୂର୍ବତନ ବିଧାୟକ, ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି BRS ରେ ଯୋଗ ଦେବେ । ୯ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ ଆଜି ମିଶୁଛନ୍ତି। ସେହିପରି ବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବୀ ମଧ୍ୟ BRS ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪୭ ଓ ୨୧ ସାଂସଦ ପାଇଁ ପ୍ରାର୍ଥୀ ଦଳରେ ସାମିଲ ହେବେ । ଓଡ଼ିଶା ଇତିହାସ ଓ ଭୂଗୋଳର ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି ।
ପଢ଼ନ୍ତୁ ଏହି ଖବର -
http://ଶ୍ୱଶୁର ବିବାହ କଲେ ବୋହୂକୁ; ବରକୁ ୭୦ କନ୍ୟାକୁ ୨୮ ବର୍ଷ ବୟସ.. ଜାଣନ୍ତୁ କାହିଁକି କଲେ ବିବାହPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।