- News18 Odia
- Last Updated :
- Other, India
News18 Odia Digital
Mayurbhanj: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷୀ ରେଞ୍ଜ ଚାକିଡି ବିଟ୍ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମ କୁମାର ଜେନା । ଘଟଣାସ୍ଥଳରେ ବାଙ୍ଗିରିପୋଷୀ ପୋଲିସ ଓ ବନକର୍ମଚାରୀଙ୍କ ତନାଘନା ଜାରି ରହିଛି।
ଶିମିଳିପାଳ ଅଭୟାରଣ୍ୟରେ ବନକର୍ମଚାରୀ ଘନ ଘନ ପାଟ୍ରୋଲିଂ ଯୋଗୁଁ ଅସୁବିଧାରେ ପଡିଥିଲେ ଶିକାରୀ । ଅଭୟାରଣ୍ୟରେ ଅବାଧ ଶିକାର କରିପାରୁନଥିବାରୁ ରାଗରେ ଶିକାରୀମାନେ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାଛଡା ବିଭିନ୍ନ ସମୟରେ ବନବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି । ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଏ ଘଟଣାନକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ । ଏହା ପଛରେ କୌଣସି ରାକେଟ୍ କିମ୍ବା ମାଫିଆଙ୍କ ହାତ ରହିଛି କି ତାର ମଧ୍ୟ ତଦନ୍ତ ହେବା ଦରକାର ବୋଲି ବୁଦ୍ଧିଜୀବୀ କହିଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।