ଅନୁଗୁଳରେ ଜଙ୍ଗଲ ନିଆଁ ଗାଁ ମୁହାଁ ହେଲା; ବନ ବିଭାଗ ନିଆଁ ଲିଭାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି

ବନ ବିଭାଗର କର୍ମଚାରୀମାନେ ଗାଁ ଲୋକଙ୍କୁ ସାମିଲ ନ କରି ନିଜେ ନିଜେ ନିଆଁ ଲିଭାଉଥିବାରୁ ତାହା ବିଫଳ ହେଉଛି ବୋଲି କହିଛନ୍ତି ପରିବେଶ ପ୍ରେମୀମାନେ । ବହୁ ମୂଲ୍ୟବାନ ଗଛ ପୋଡି଼ ପାଉଁଶ ହେଲାଣି ଓ ଅନେକ ସରୀସୃପ ପୋଡି଼ ମଲେଣି ।

ଅନୁଗୁଳରେ ଜଙ୍ଗଲ ନିଆଁ ଗାଁ ମୁହାଁ ହେଲା; ବନ ବିଭାଗ ନିଆଁ ଲିଭାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି
ଜଙ୍ଗଲ ନିଆଁର ପ୍ରଭାବରେ ଜୈବ ବିବିଧତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡି଼ଛି ।
  • News18 Odia
  • Last Updated: March 10, 2021, 12:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରି ମହାନ୍ତି | News18 Odia Digital

ଅନୁଗୁଳ: ଦୀର୍ଘ ଦିନ ହେଲା ଅନୁଗୁଳ ଜିଲ୍ଲାର ସବୁ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିବା ବେଳେ ବନ ବିଭାଗ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଓ ପୁରୁଣା ଯନ୍ତ୍ରପାତିକୁ ନେଇ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯେତେ ଚେଷ୍ଟା କଲେ ବା ତାହା ବିଫଳ ହେଉଛି । ଫଳରେ ବନ୍ୟ ଜନ୍ତୁ ଅସ୍ତବ୍ୟସ୍ତ ହୋଇ ଜନବସତି ମୁହାଁ ହେଉଥିବା ଦେଖାଗଲାଣି । କେତେକ ସ୍ଥାନରେ ଜଙ୍ଗଲ ନିଆଁ ଗାଁ ମୁହାଁ ହୋଇ ପଡି଼ଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି ।

ଜଙ୍ଗଲ ନିଆଁର ପ୍ରଭାବରେ ତାପମାତ୍ରା ହୁ ହୁ ହୋଇ ବଢୁଥିବାରୁ ଓ ଚାରି ଆଡ଼େ କଳା ପାଉଁଶ ଏବଂ ଅଧା ପୋଡ଼ା ଗଛ ଦିଶୁଥିବାରୁ ବିଶେଷତଃ ଜଙ୍ଗଲ ସୀମୀନ୍ତବର୍ତ୍ତୀ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନୁଗୁଳ ଜିଲ୍ଲାରେ ଅନୁଗୁଳ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଓ ଦେବଗଡ଼ ବନଖଣ୍ଡର ପାଲଲହଡା ରେଞ୍ଜ ରହିଛି । ଜିଳାରେ ଥିବା ମୋ’ଟ ୨,୭୦୦ ବର୍ଗ କି.ମି ଜଙ୍ଗଲ ଓ ଜଙ୍ଗଲ ଜମି ମଧ୍ୟରୁ ପ୍ରାୟ ୨,୦୦୦ ବର୍ଗ କିମି ଘଞ୍ଚ ଜଙ୍ଗଲରେ ଆବୃତ । କିନ୍ତୁ ଚଳିତ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ହିଁ ସବୁ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ବନ ବିଭାଗ ପକ୍ଷରେ କଷ୍ଟକର ହୋଇ ପଡିଛି । ଏହାର ପ୍ରଭାବରେ ଜୈବ ବିବିଧତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡି଼ଛି ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ବହୁ ମୂଲ୍ୟବାନ ଗଛ ଓ ଗୁଳ୍ମ ପୋଡି଼ ପାଉଁଶ ହୋଇଯାଇଛି । ଅନେକ ସରୀସୃପ ପୋଡି଼ ମରିଛନ୍ତି। ହାତୀ, ହରିଣ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଭୟରେ ଜନବସତି ଆଡକୁ ପଳାଇ ଆସୁଥବା ଦେଖାଯାଉଛି । ତେଣୁ ସେମାନଙ୍କ ଉପରେ ଶିକାରୀଙ୍କ ନଜର ରହୁଛି । ଲୋକେ ସନ୍ଧ୍ୟା ହେଲେ ବନ୍ୟ ଜନ୍ତୁ ଭୟରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ନିଆଁକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଓ ଏବେ ଜଙ୍ଗଲ ନିଆଁ ଗାଁ ଆଡ଼କୁ ବ୍ୟାପିବାରେ ଲାଗିଥିବାରୁ ଜନାକ୍ରୋଶ ବଢ଼ୁଛି ।

ନିଆଁ ଲିଭାଉଥିବା ବନ ବିଭାଗର କର୍ମଚାରୀମାନଙ୍କୁ ଗ୍ରାମବାସୀଙ୍କ ସହଯୋଗ ମିଳୁନାହିଁ ।


ଜିଲ୍ଲାରେ ଜଙ୍ଗଲ ସୀମୀନ୍ତବର୍ତ୍ତୀ ୩୦୦ରୁ ଅଧିକ ଗାଁ ରହିଛି । ସେହି ସବୁ ଗାଁର ଲୋକେ ରାତି ଦିନ ଜଗି ରହୁଛନ୍ତି । କିଭଳି ଜଙ୍ଗଲ ନିଆଁ ଗାଁ ଭିତରକୁ ନ ପଶିବ ସେଥି ପାଇଁ ପାଣି ଓ ଝାଡ଼ି ଧରି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଜିଲ୍ଲାରେ ଏକ ପ୍ରକାର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

‘‘ବନ ବିଭାଗ ପୂର୍ବରୁ ଜଙ୍ଗଲ ନିଆଁକୁ ଅଣଦେଖା କରି ଅନ୍ୟ ଉନ୍ନୟନମୂଳକ କାମରେ ଅଧିକ ସମୟ ବିନିଯୋଗ କଲା । ଫଳରେ କିଛି ସୁଫଳ ମିଳିବା ଆଗରୁ ନିଆଁ ବ୍ୟାପିଗଲା । ଜଙ୍ଗଲ ନିଆଁ ଲିଭାଇବାକୁ ବନ ବିଭାଗ କୌଣସି ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ନ କରି କେବଳ ସେହି ଚିରାଚରିତ ଢଙ୍ଗରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବାରୁ ତାହା ସଫଳ ହୋଇପାରିଲା ନାହିଁ । ଏବେ ପରିସ୍ଥିତି ଅନାୟତ୍ତ ହୋଇ ସାରିଛି,’’ କହିଛନ୍ତି ପରିବେଶ ପ୍ରେମୀ ସୁଶୀଲ ପ୍ରଧାନ।

ଏହା ବି ପଢ଼ନ୍ତୁ | ରାତିରେ ଜଲଦି ଶୋଇପଡ଼ୁଛନ୍ତି କି? ଯଦି ହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ

ଜଙ୍ଗଲରେ ନିଆଁକୁ ନିୟନ୍ତ୍ରଣ କରିବାକୁ କାମ୍ପା, ଆମ ଜଙ୍ଗଲ ଯୋଜନା, ପିସିସିଏଫ୍‌ ବନ୍ୟ ପ୍ରାଣୀ ଏବଂ ଏନ୍‌.ଟି.ସି.ଏ.ରୁ ପ୍ରଚୁର ଆର୍ଥିକ ଅନୁଦାନ ମିଳୁଥିବା ବେଳେ ତୃଣମୂଳ ସ୍ତରରେ ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କୁ କୌଣସି ପ୍ରକାର ସାମିଲ ନ କରି ନିଜେ ନିଜେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବାରୁ ତାହା ବିଫଳ ହୋଇଥିବା ସେ କହିଛନ୍ତି ।

ନିଆଁ ଲିଭାଇବାରେ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀମାନଙ୍କ ସହଯୋଗ ଜଙ୍ଗଲ ବିଭାଗକୁ ଆଦୌ ମିଳି ପାରୁନାହିଁ। ଫଳରେ ନିଆ ଲିଭାଇବା ସମ୍ଭବ ହୋଇ ପାରୁ ନାହିଁ। ଅନୁଗୁଳ ବନଖଣ୍ଡରେ ୪୦୦, ଆଠମଲ୍ଲିକ ବନଖଣ୍ଡରେ ପ୍ରାୟ ୩୦୦ ଏବଂ ପାଲଲହଡା ରେଞ୍ଜରେ ପ୍ରାୟ ୧୦୦ଟି ବନସୁରକ୍ଷା ସମିତି ଅଛି। ସେହିପରି ସାତକୋଶିଆ ବ୍ୟଘ୍ର ପ୍ରକଳ୍ପରେ ପ୍ରାୟ ୫୦ଟି ଇକୋ ଡେଭଲପମେଣ୍ଟ କମିଟି ଅଛି। ତେଣୁ ଏହି ସବୁ ସମିତିଗୁଡି଼କୁ ପ୍ରତ୍ୟକ୍ଷ ଭାବେ ନିଆଁ ଲିଭା କାମରେ ନିୟୋଜିତ କରିଥିଲେ ହୁଏତ ଜଙ୍ଗଲ ଗୁଡିକରେ ଏଭଳି ଭୟଙ୍କର ନିଆଁ ବ୍ୟାପି ନ ଥାନ୍ତା । କିନ୍ତୁ ବନ ବିଭାଗ ସେଭଳି କରି ନ ଥିବା ଅଭିଯୋଗ ହେଉଛି ।

ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!

‘‘ପର୍ଯ୍ୟାପ୍ତ ପରିମାଣର ଟଙ୍କା ଅନୁଦାନ ମିଳିଛି । ଯେଉଁ ବନ ସୁରକ୍ଷା ସମିତି ନିଆଁ ଲିଭା କାମରେ ସହଯୋଗ କରିବେ, ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଯିବା ପରେ ସେହି ସମିତିକୁ ୨,୫୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ କେତେକ ସମିତିର ସଦସ୍ୟ ପ୍ରଥମେ ଟଙ୍କା ମାଗୁଛନ୍ତି, ଯାହା ନିୟମ ବହିର୍ଭୁତ ହୋଇଥିବାରୁ କରାଯାଇ ପାରୁ ନାହିଁ,’’ କହିଛନ୍ତି ଆର୍‌.ସି.ସି.ଏଫ୍‌. ପ୍ରଦୀପ ରାଜ କରାଟେ ।

ଏହି କାରଣରୁ ଲୋକେ ବନ ବିଭାଗ ସହ ସହଯୋଗ କରୁନାହାଁନ୍ତି ବୋଲି ସେ କହିଛନ୍ତି । ତେଣୁ ପୁଣି ଥରେ ବିଭିନ୍ନ ଜାଗାରେ ଲୋକଙ୍କୁ ନେଇ ସଚେତନତା ସଭା କରା ଯାଉଛି । ଜିଲ୍ଲାର ସମସ୍ତ ଜଙ୍ଗଲରେ ନିଆଁ ଲାଗିଥିବା ସ୍ୱୀକାର କରି କରାଟେ କହିଛନ୍ତି ଯେ ଯଥା ସାଧ୍ୟ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

“ବନ ବିଭାଗ ଆଦୌ ଲୋକଙ୍କ ସହଯୋଗ ନେଉନି। ଅଳ୍ପ କିଛି କର୍ମଚାରୀ ଯାଇ ଜଙ୍ଗଲରେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି । ଏତେ ବଡ଼ ଜଙ୍ଗଲରେ ନିଆଁ ଲିଭାଇବା ଆଦୌ ସହଜ ନୁହେଁ। ନିଆଁ ଲିଭାଇବାକୁ ଟଙ୍କା ଆସୁଛି। ହେଲେ ତାହା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ,’’ କହିଛନ୍ତି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ମାୟାଧର ପ୍ରଧାନ।

ଏହା ବି ପଢ଼ନ୍ତୁ | ଆସୁଛିନୂଆ ଜିଓଫୋନ୍ ୨୦୨୧ଅଫର୍‌; ଅସୀମିତ କଲ୍ ଅନେକ ଡାଟା; ଭାରତ ହେବ ୨ଜି-ମୁକ୍ତ

ପରିବେଶ ପ୍ରେମୀ ସୁଶୀଲ ପ୍ରଧାନ କହିଛନ୍ତି ବନ ବିଭାଗ କର୍ମଚାରୀମାନେ ଜଙ୍ଗଲ ସୁରକ୍ଷା ଅପେକ୍ଷା ଅନ୍ୟାନ୍ୟ ଉନ୍ନୟନମୂଳକ କାମରେ ଅଧିକ ସମୟ ଦେଉଥିବାରୁ ନିଆଁ ଲିଭାଇବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ । ଫଳସ୍ୱରୂପ ଆଜି ଶହ ଶହ ହେକ୍ଟର ଜଙ୍ଗଲ ଜଳି ପୋଡି ପାଉଁଶ ହୋଇଗଲା ବୋଲି ସେ କହିଛନ୍ତି ।



“ଚଳିତ ବର୍ଷ ଦୀର୍ଘ ସାତ-ଆଠ ମାସ ହେଲା ବର୍ଷା ନାହିଁ। ତେଣୁ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡୁଛି। ଏବେ ଗାଁ ଗାଁରେ ସଭା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଉଛି। ନିଆଁ ଲିଭାରେ ସଫଳତା ପାଇଥିବା ବନ ସୁରକ୍ଷା ସମିତିକୁ ୨,୫୦୦ ଟଙ୍କା ପ୍ରୋତ୍ସାହନ ଦେବାକୁ କୁହା ଯାଉଛି । ଏହା ଛଡ଼ା ଜଙ୍ଗଲ ଭିତରେ କେହି ବିନା କାରଣରେ ବୁଲୁଥିବା ଦେଖିଲେ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି,’’ କହିଛନ୍ତି ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌.ସି.ସି.ଏଫ୍‌.) ପ୍ରଦୀପ ରାଜ କରାଟେ ।
Published by: Anand Shankar Thankur Das
First published: March 10, 2021, 12:31 AM IST