ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମୁଣ୍ଡଳି ବ୍ୟାରେଜରେ ହାତୀ ଫସି ମରିବା ଘଟଣାରେ ପଦାରେ ପଡ଼ିଲା ବନ ବିଭାଗର ଅକ୍ଷମଣୀୟ ତ୍ରୁଟି

ମୁଣ୍ଡଳି ବ୍ୟାରେଜରେ ହାତୀ ଫସି ମରିବା ଘଟଣାରେ ପଦାରେ ପଡ଼ିଲା ବନ ବିଭାଗର ଅକ୍ଷମଣୀୟ ତ୍ରୁଟି

ହାତୀ ମୃତ୍ୟୁର ତଦନ୍ତ ବନ ବିଭାଗ ଆରମ୍ଭ କରିଥିବା ବେଳେ ବୋଟ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ହାତୀ ବାବଦରେ ସ୍ଥାନୀୟ ବାସିନ୍ଦା ତଥା ପ୍ରତ୍ୟକ୍ଷଦର୍ଶୀମାନେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ମୁଣ୍ଡଳି ବ୍ୟାରେଜରେ ହାତୀ ଫସି ମରିବା ଘଟଣାରେ ପଦାରେ ପଡ଼ିଲା ବନ ବିଭାଗର ଅକ୍ଷମଣୀୟ ତ୍ରୁଟି
ମୁଣ୍ଡଳୀ ବ୍ୟାରେଜରେ ହାତୀଟି ଫସି ରହିଥିବା ବେଳର ଏକ ଦୃଶ୍ୟ
  • News18 Odia
  • Last Updated: September 30, 2021, 7:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ହାତୀ ଫସିଯିବା ଓ ହାତୀ ଉଦ୍ଧାର ସମୟରେ ଦୁଇଟି ଅମୂଲ୍ୟ ମାନବ ଜୀବନ ଚାଲିଯିବା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ହାତୀ ମୃତ୍ୟୁ ନେଇ ଆରମ୍ଭ ହୋଇଛି ତନାଘନା । କାହିଁକି ଓ କେଉଁ ପରିସ୍ଥିତି ହାତୀ ପଲ ଭରା ନଦୀ ଭିତରକୁ ପଶିଲେ ତା’ର ଉତ୍ତର ଖୋଜିବା ଆରମ୍ଭ ହୋଇଛି ।

ହାତୀଙ୍କ ପାଇଁ ନଦୀ ପାର୍‌ ହେବା କୌଣସି ଅସ୍ବାଭାବିକ କାର୍ଯ୍ୟ ନୁହେଁ । ବିଶେଷ କରି ଯେଉଁ ମୁଣ୍ଡଳି ବ୍ୟାରେଜରେ ନଦୀ ପାର୍‌ ହେଉଥିବା ସମୟରେ ହାତୀ ପଲ ଫସିଥିଲେ ସେହି ବ୍ୟାରେଜର ଉପର ମୁଣ୍ଡ ଦେଇ ବିଭିନ୍ନ ସମୟରେ ହାତୀମାନେ ଯାତାୟତ କରିଛନ୍ତି । କିନ୍ତୁ ଏ ଥର କାହିଁକି ଘଟିଲା ଏହି ଅଘଟଣ? କାହିଁକି ନଦୀ ପାର୍‌ ହେଉଥିବା ସମୟରେ ତିନିଟି ହାତୀ ନଦୀ ମଧ୍ୟରେ ଫସି ରହିଯାଇଥିଲେ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ତଥା ପ୍ରତ୍ୟକ୍ଷଦର୍ଶୀମାନେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ।

ଏହା ବି ପଢ଼ନ୍ତୁ | Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?

ସେମାନଙ୍କ କହିବା ଅନୁସାରେ ହାତୀ ପଲକୁ ନଦୀ ପାର୍‌ ହେବା ପାଇଁ ବାଧ୍ୟ କରାଯାଇଥିଲା । ନିଆଁ ହୁଳା ଦେଖାଇ ଖୋଦ୍‌ ବନ ବିଭାଗର କର୍ମଚାରୀମାନେ ହାତୀମାନଙ୍କୁ ଭରା ନଦୀ ମଧ୍ୟକୁ ପଶିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରାଜ୍ୟ ପଶୁ କଲ୍ୟାଣ ବୋର୍ଡ଼ର ସଦସ୍ୟ ବିଶ୍ବଜିତ ପ୍ରଧାନ


ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

‘‘ଏଥିରେ ସମ୍ପୂର୍ଣ୍ଣ ଦାୟୀ ବନ ବିଭାଗ । ଯେଉଁ ଦିନ ହାତୀ ନଦୀ କୂଳକୁ ଆସିଲା ସେହି ରାତିରେ ବନ ବିଭାଗର କର୍ମଚାରୀମାନେ ବାଣ ଫୁଟାଇ ହାତୀକୁ ମହାନଦୀ ଭିତରକୁ ପୂରାଇବା କ’ଣ ଆବଶ୍ୟକ ଥିଲା? ଦ୍ୱିତୀୟରେ ହାତୀଟି ସକାଳେ ନଦୀ ଭିତରେ ପଶିଯାଇଥିବାର ସେମାନେ ଦେଖିବା ପରେ ଯଦି ସେମାନଙ୍କର ହାତୀକୁ ସୁରକ୍ଷା ଦେବାର ଲକ୍ଷ୍ୟ ଥିଲା ତାହେଲେ ବ୍ରିଜକୁ ସିଲ୍ କରାଯାଇ ପାରିଥାନ୍ତା । ତା’ ଦ୍ୱାରା ହାତୀ ଲୋକଙ୍କୁ ଦେଖି ଭୟଭୀତ ହୋଇ ନ ଥାନ୍ତା । ମାତ୍ର ସେ ସବୁ ନ କରି ସେହି ହାତୀକୁ ନିଆଁ ହୁଳା ଦେଖାଇ ଏମିତି ଭୟଭୀତ କରାଇଲେ ଯେ ହାତୀଟି ଶେଷରେ ନଦୀରେ ବୁଡ଼ି ଗଲା,’’ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ତଥା ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ସାମଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଏହି କମଳା ରଙ୍ଗର ଡ୍ରେସ୍ ଦାମ୍ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ସଙ୍ଗଠନମାନଙ୍କ ଅଭିଯୋଗ ମୁତାବକ ହାତୀମାନେ ନିଜ ନିୟମିତ ଚଲାପଥ ଦେଇ ଆଗକୁ ବଢୁଥିଲେ । କିନ୍ତୁ ନଦୀରେ ଭରା ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖି ହାତୀ ପଲ ଏକ ସୁରକ୍ଷିତ ବା କମ୍‌ ପାଣିଥିବା ସ୍ଥାନ ଦେଇ ନଦୀ ପାର୍‌ ହେବା ପାଇଁ ଉଦ୍ୟମ କରୁଥିଲେ । ହାତୀମାନେ ନଦୀରେ ପହଁରିବାରେ ଅଭ୍ୟସ୍ଥ ଥିଲେ ମଧ୍ୟ ସାଙ୍ଗରେ ଛୁଆ ହାତୀ ଥିବାରୁ ଗଭୀର ପାଣିରେ ପଶି ନଦୀ ପାର୍‌ ହେବା ସେମାନଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା । ସେଥି ପାଇଁ ହାତୀ ପଲର ନେତୃତ୍ବ ନେଉଥିବା ଦଳପତି ହାତୀ ଏକ ସୁରକ୍ଷିତ ସ୍ଥାନ ଖୋଜୁଥିଲା ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ଗିରଫ; VIDEO ଭାଇରାଲ ହୋଇଥିଲା

ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ନିଆଁ ହୁଳା ଦେଖାଇ ହାତୀ ପଲକୁ ନଦୀ ପାର୍‌ ହେବା ପାଇଁ ବାଧ୍ୟ କରିଥିଲେ । ସେଥି ପାଇଁ ନଦୀ ପାଣିରେ ଭାସି ପ୍ରଥମେ ଗୋଟିଏ ଛୁଆ ହାତୀର ମୃତ୍ୟୁ ଘଟିଥିଲା ଓ ଅନ୍ୟ ହାତୀମାନେ ନଦୀ ପାର୍‌ ହୋଇଯାଇଥିବା ବେଳେ ଗୋଟିଏ ଦନ୍ତା ନଦୀ ମଧ୍ୟରେ ଫସି ରହିଥିଲା ବୋଲି ସେମାନେ କହିଛନ୍ତି । ସେହି ଦନ୍ତାଟିକୁ ନିଜେ ମନକୁ ମନ ଉପରକୁ ଉଠିବା ପାଇଁ ସୁଯୋଗ ନ ଦେଇ ୨୪ ତାରିଖ ରାତିରେ ତାକୁ ନିଆଁ ହୁଳା ଦେଖାଇ ଭୟଭୀତ କରାଯିବାରୁ ସେ ନଦୀ ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲା ବୋଲି ସେମାନେ କହିଛନ୍ତି ।

ମହାନଦୀ କୂଳରେ ଢିଅସାହିରେ ଏହି ସ୍ଥାନରେ ମୃତ ହାତୀଟିକୁ ପୋତିଦିଆଯାଇଛି ।


ଏହା ବି ପଢ଼ନ୍ତୁ | ବୟସ ୨୫ ବର୍ଷ, ଓଜନ ୧୦୦ କିଲୋରୁ ଅଧିକ, ଧମନୀରେ ୯୯% ବ୍ଲକେଜ୍; ସର୍ଜରୀ କରି ଜୀବନ ବଞ୍ଚାଗଲା

ସ୍ଥାନୀୟ ଅଞ୍ଚଳରୁ ଏମିତି ଅଭିଯୋଗ ଆସିବା ପରେ ହାତୀର ମୃତ୍ୟୁ ତଦନ୍ତ ସହ କେଉଁ ପରିସ୍ଥିତିରେ ହାତୀ ପଲ ନଦୀ ଭିତରକୁ ପଶିଲା ତା’ର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ବନ୍ୟ ଜନ୍ତୁ ବୋର୍ଡ଼କୁ ଚିଠି ଲେଖିଛନ୍ତି ରାଜ୍ୟ ପଶୁ କଲ୍ୟାଣ ବୋର୍ଡ଼ର ସଦସ୍ୟ ବିଶ୍ବଜିତ ପ୍ରଧାନ ।

ଏହା ବି ପଢ଼ନ୍ତୁ | WhatsApp Pay: ଭଲ ଖବରଏବେ ହ୍ୱାଟ୍ସଆପରେ ଟଙ୍କା ପଠେଇଲେ ମିଳିବ କ୍ୟାଶବ୍ୟାକ୍

‘‘ହାତୀ ଏମିତି ଏକ ଜନ୍ତୁ ଯାହାର ୧୧ ମାଇଲ୍‌ ଦୂରରୁ ଜଳର ଉତ୍ସ ସମ୍ପର୍କରେ ଜାଣିପାରିବାର କ୍ଷମତା ଅଛି । ଏହି କ୍ଷେତ୍ରରେ ବି ହାତୀମାନେ ନଦୀରେ ପାଣିଥିବା ନେଇ ବହୁ ପୂର୍ବରୁ ସୂଚନା ପାଇ ସାରିଥିବେ । ତଥାପି ସେମାନେ ନିଜ ଜୀବନକୁ ବିପନ୍ନ କରି କାହିଁକି ନଦୀ ପାର୍‌ ହେଉଥିଲେ?  କିଏ ସେମାନଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଥିଲା? କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା? ଏହି ସବୁ ପ୍ରଶ୍ନ ନେଇ ବନ ବିଭାଗର ଭୂମିକା ସନ୍ଦେହ ଘେର ଭିତରକୁ ଆସୁଛି । ଜାତୀୟ ବନ୍ୟ ଜନ୍ତୁ ବୋର୍ଡ଼ ଦ୍ବାରା ତଦନ୍ତ ହେଲେ ତାହା ସ୍ପଷ୍ଟ ହେବ,’’ କହିଛନ୍ତି ବିଶ୍ବଜିତ ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UNGAରେ PM ମୋଦି ନାଁ ନେଇ ପାକିସ୍ତାନ ଚୀନକୁ ଜବରଦସ୍ତ ସମାଲୋଚନା କଲେ - VIDEO

ଏ ସବୁ ପ୍ରଶ୍ନ ଉପରେ ଆଠଗଡ଼ ଡି.ଏଫ୍‌.ଓ. କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ହାତୀ ମୃତ୍ୟୁ ଘଟଣା ଅତି ଦୁଃଖଦାୟକ ଓ ତା’ର ପୁନରାବୃତ୍ତି ନ ହେବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସିଟି ରେଞ୍ଜର୍‌ । ଏହାରି ଭିତରେ ମୃତ ହାତୀ ଠାବ ହୋଇଥିବା କଟକ ଢିଅ ସାହିର ନଦୀ ପଠାରେ ତା’ର ପୋଷ୍ଟ ମର୍ଟମ୍‌ କରାଯାଇଛି ଓ ସେଠାରେ ହିଁ ତାକୁ ପୋତି ଦିଆଯାଇଛି । ହାତୀ ମୃତ୍ୟୁର ତଦନ୍ତ ବନ ବିଭାଗ ଆରମ୍ଭ କରିଥିବା ବେଳେ ବୋଟ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
Published by: Anand S.T. Das
First published: September 29, 2021, 11:59 PM IST