ପୁରୀ: ମଦ ପିଇ ବନ ବିଭାଗର ଗାଡି଼କୁ ରେସିଂ କାର୍ ଭଳି ଚଳାଉଥିଲେ; ଅଳ୍ପକେ ବଞ୍ଚିଲେ ଦମ୍ପତି

ଗାଡି଼ର ନମ୍ବର ପ୍ଲେଟରେ ବନ ବିଭାଗ ଲେଖାଯାଇଥିଲା । ଗାଡି ଭିତରେ ଥିବା ଲୋକଙ୍କୁ ବାହାରକୁ କାଢିଲା ବେଳେ ସେମାନଙ୍କ ମୁଣ୍ଡ ଝୁଙ୍କି ପଡୁଥିଲା । ସେମାନଙ୍କ କଥାରେ ବି ତାଳମେଳ ରହୁ ନ ଥିଲା ।

ବନ ବିଭାଗର ଅଧିକାରୀ ଓ ଡ୍ରାଇଭର୍ ତଳେ ପଡ଼ି ଲୋକଙ୍କ ଠାରୁ କ୍ଷମା ମାଗିଥିଲେ ।

ବନ ବିଭାଗର ଅଧିକାରୀ ଓ ଡ୍ରାଇଭର୍ ତଳେ ପଡ଼ି ଲୋକଙ୍କ ଠାରୁ କ୍ଷମା ମାଗିଥିଲେ ।

  • Share this:
News18 Odia Digital

ପୁରୀ: ନନ୍ଦନକାନନରୁ ପୁରୀ ଆସି ଅଫିସିଆଲ୍‌ କାମ ସାରି ଭୁବନେଶ୍ୱର ଫେରିବା ବେଳେ ବନ ବିଭାଗର ଜଣେ ଅଧିକାରୀଙ୍କ କାର୍‌ ରାସ୍ତାରେ ବାଇକରେ ଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା । ଦମ୍ପତି ଅଳ୍ପକେ ରକ୍ଷା ପାଇଥିଲେ । କାରରେ ଥିବା ବନ ବିଭାଗର ଅଧିକାରୀ ଓ ଡ୍ରାଇଭର୍‌ ଏବେ ଦାୟିତ୍ୱହୀନ ଗାଡ଼ି ଚାଳନା ଓ ମଦ ପିଇ ଗାଡ଼ି ଚାଳନା ଅଭିଯୋଗର ସାମନା କରୁଛନ୍ତି ।

ପୁରୀର ଭିଆଇପି ରୋଡରେ ଧୂଳି ଉଡାଇ ତାବ୍ର ବେଗରେ କାରଟି ବଡଦାଣ୍ଡ ଆଡ଼କୁ ଯାଉଥିବା ବେଳେ ଝାଡେଶ୍ୱରୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଦମ୍ପତି ବାଇକରେ ରାସ୍ତା ପାର ହେଉଥିବା ବେଳେ କାରଟି ସେମାନଙ୍କୁ ଧକ୍କା ମାରିଥିଲା । ସୌଭାଗ୍ୟବଶତଃ ଦମ୍ପତି ବଞ୍ଚିଯାଇଥିଲେ । ଏହି ଦୁର୍ଘଟଣା ଶନିବାର ଦିନ ଘଟିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ

ପୋଲିସର ସୂଚନା ଅନୁସାରେ ନନ୍ଦନକାନନ ଏସିଏଫ୍ ଅଫିସରୁ ଏହି କାର୍‌ (ଓଡି-୦୨-ଏଫ୍‌-୪୯୨୨) ପୁରୀ ଆସିଥିଲା । ଏଥିରେ ଡ୍ରାଇଭର ଥିଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳର ଜିତେନ୍ଦ୍ର ପରିଡ଼ା ଓ ତାଙ୍କ ସହ ଥିଲେ ଜଣେ ଅଫିସ ଜୁନିଅର ଆକାଉଣ୍ଟାଣ୍ଟ୍ । ପୁରୀ ଡିଏଜି ଅଫିସରେ କିଛି ବିଲ୍‌ ଡିପୋଜିଟ କରିବା ପରେ ଦୁହେଁ ଫେରୁଥିଲେ । ସରକାରୀ ଗାଡିକୁ ରେସିଂ କାର୍‌ ଭଳି ଡ୍ରାଇଭର ଚଳାଉଥିଲେ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ଏହି କାରଟିକୁ ରେସିଂ କାରଂ ପରି ଦ୍ରୁତ ଗତିରେ ଚଳାଉଥିଲେ ଡ୍ରାଇଭର୍ ।


‘‘ଦୁର୍ଘଟଣା ପରେ କାରଟି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ମାଡି଼ବସିଥିଲେ । ଗାଡି଼ର ନମ୍ବର ପ୍ଲେଟରେ ବନ ବିଭାଗ ଲେଖାଯାଇଥିଲା । ଗାଡି ଭିତରେ ଥିବା ଲୋକଙ୍କୁ ବାହାରକୁ କାଢିଲା ବେଳେ ସେମାନଙ୍କ ମୁଣ୍ଡ ଝୁଙ୍କି ପଡୁଥିଲା । ସେମାନଙ୍କ କଥାରେ ବି ତାଳମେଳ ରହୁ ନ ଥିଲା । ଏପରିକି ସେ ନିଜକୁ ବନ ବିଭାଗର ଡେପୁଟୀ ଡାଇରେକ୍ଟର ବୋଲି ପରିଚୟ ଦେଉଥିଲେ । ବାବୁଙ୍କ ଏଭଳି ଅବସ୍ଥା ସମୟରେ ଡ୍ରାଇଭର ବି କିଛି କମ ନ ଥିଲେ । ଦୁର୍ଘଟଣା ସ୍ଥଳରେ ଲୋକେ ଘେରିଯାଇଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟେ ତଳେ ପଡି଼ ଭୁଲ୍‌ ମାଗିଥିଲେ,’’ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଯୁବକ ହେକ୍ଟର ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ

ଟ୍ରାଫିକ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ ଘଟଣା ସ୍ଥଳରେ ପହଞ୍ଚି ବ୍ରେଥ୍‌ ଆନାଲାଇଜର ଲଗାଇ ଡ୍ରାଇଭରର ଆଲକୋହଲ ପରିମାଣ ମାପିଥିଲେ ।



‘‘୧୦୦ ଏମ୍‌.ଏଲ୍‌. ରକ୍ତରେ ୧୭୮ ମିଲିଗ୍ରାମ୍‌ ଆଲକୋହଲ ଥିବା ଜଣାପଡିଥିଲା । ତେଣୁ ଡ୍ରଙ୍କେନ ଡ୍ରାଇଭିଂ ଧାରାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରିଥିଲା । ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଆର୍‌.ଟି.ଓ.ଙ୍କୁ ସୁପାରିସ କରାଯାଇଛି,’’ କହିଛନ୍ତି ଦାଶ ।
Published by:Anand ST Das
First published: