କାଳିଆ ପ୍ରେମରେ ବିଦେଶିନୀ; ୧୧ ବର୍ଷ ହେଲା ନିଜ ଦେଶ ଛାଡ଼ି କରୁଛନ୍ତି କୃଷ୍ଣ ସେବା

କୃଷ୍ଣ ପ୍ରେମରେ ୧୧ ବର୍ଷ ହେଲା ୟୁରୋପ ଛାଡ଼ି ବାଲେଶ୍ୱରରେ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ପୂଜା କରି ଜୀବନ ବିତାଉଛନ୍ତି ବିଦେଶିନୀ ଲୀଳାବତୀ ଦାସୀ । ସହର ଚାକଚକ୍ଯ ଛାଡ଼ି ଧନ ସମ୍ପତ୍ତି ଛାଡ଼ି ଜଗା ସେବାପାଇଁ ସେ ନିଜକୁ ଉସ୍ୱର୍ଗୀ କରି ଦେଇଛନ୍ତି ।

ଲୀଳାବତୀ ଦାସୀ (ପ୍ରତୀକାତ୍ମକ ଛବି)

ଲୀଳାବତୀ ଦାସୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର: ଆଜି ରଥ ଯାତ୍ରା ଏହି ପରିପ୍ରେକ୍ଷୀରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରହିଛି ସ୍ୱତନ୍ତ୍ରତା।  କାଳିଆ ପ୍ରେମରେ ସଭିଏଁ । ଜଣେ ବିଦେଶୀ କୃଷ୍ଣ ପ୍ରେମରେ ୧୧ ବର୍ଷ ହେଲା ୟୁରୋପ ଛାଡ଼ି ବାଲେଶ୍ୱରରେ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ପୂଜା କରି ଜୀବନ ବିତାଉଛନ୍ତି ।

ଜଗତର ନାଥ ଜଗନ୍ନାଥ । ସମସ୍ତଙ୍କ ପାଇଁ ମହାପ୍ରଭୁ। ଜାତି , ଧର୍ମ , ବର୍ଣ୍ଣ ତାରତମ୍ୟ କିଛି ନାହିଁ ଜଗା ପାଖରେ। ଏଣୁ ମହାପ୍ରଭୁଙ୍କ ସେବା କରି ନିଜର ଜୀବନ ସନ୍ୟାସ ଭାବରେ ବିତାଉଛନ୍ତି ୟୁରୋପର ନାଗରିକ । ସେହି ଵିଦେଶୀନିଙ୍କ ନାମ ହେଉଛି ଲୀଳାବତୀ ଦାସୀ। ଶ୍ରୀକୃଷ୍ଣ ଚୈତନ୍ୟ ମିଶନରେ ଯୋଡ଼ି ହୋଇ ୧୧ ବର୍ଷ ତଳେ ୪ ଧାମ ଦର୍ଶନ ପାଇଁ ଭାରତ ଚାଲି ଆସିଥିଲେ ସେ । ଏହାପରେ କୁମ୍ଭ ମେଳାରେ ପୂଜା କରି ବିଦେଶ ଫେରିଯିବାର ଯୋଜନା ଥିଲା ହେଲେ ଆଉ ସେ ଫେରିଲେ ନାହିଁ। 

କୃଷ୍ଣ ପ୍ରେମରେ ପଡ଼ି ମିଶନର ମହାରାଜଙ୍କ ନିର୍ଦ୍ଧେଶ କ୍ରମେରେ ଭାରତରେ ରହିଗଲେ।  ଆଉ ଶ୍ରୀକୃଷ୍ଣ ଚୈତନ୍ୟ ମିଶନରେ ଥିବା ଖନ୍ତାପଡ଼ା ମଠରେ ଦାସୀ ହୋଇ ଶ୍ରୀକୃଷ୍ଣ ସେବାରେ ଲାଗିଛନ୍ତି ଲୀଳାବତୀ। ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହିତ ସୁନ୍ଦର ସୁନ୍ଦର ଜଗନ୍ନାଥ ଭଜନ ଗାଇବା , ସଂସ୍କୃତ ଅନୁବାଦ ଜଗନ୍ନାଥ ମନ୍ତ୍ର ଗାଇବା ଆଉ ତାକୁ ବୁଝିବାରେ ମଧ୍ୟ ବେଶ ପାରଙ୍ଗମ ହୋଇ ଯାଇଛନ୍ତି ଲୀଳାବତୀ।   ୧୧ ବର୍ଷ ଭିତରେ ନିଜର ଭାଷା ଛାଡ଼ି ଓଡ଼ିଆ ଶିଖିଲେଣି ଲୀଳାବତୀ। ଖାଲି ଶିଖି ନାହାନ୍ତି ଓଡ଼ିଆ ବହି ପଢ଼ିବା ମଧ୍ୟ ଆରମ୍ଭ କରିଛନ୍ତି । ସେହିପରି ସଂସ୍କୃତ ଅନୁବାଦ ମଧ୍ୟ ପଢିପାରୁଛନ୍ତି ଲୀଳାବତୀ।

"ଚଳିତ ଥର ରଥଯାତ୍ର ଲୋକଙ୍କୁ ଅନୁମତି ଦିଆଯାଉଥିବା ବେଳେ ପୁରୀରେ ଜଗନ୍ନାଥ ଦର୍ଶନ କରିବା ତାଙ୍କର ଇଚ୍ଛା । ସାଧାରଣତଃ ବିଦେଶୀ ନାଗରିକମାନଙ୍କୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ଦିଅଯାଉନଥିବାରୁ ମୁଁ ଜଗା ଦର୍ଶନ କରି ପାରୁନାହିଁ । ଏଣୁ ରଥଯାତ୍ରରେ ଭକ୍ତଙ୍କ ଦର୍ଶନ ପାଇଁ ଜଗନ୍ନାଥ ନିଜେ ବଡ଼ ଦାଣ୍ଡକୁ ଆସୁଥିବା ବେଳେ ଜଗନ୍ନାଥଙ୍କୁ ଦର୍ଶନ କରି ପାରିବି,"କହିଛନ୍ତି ଲୀଳାବତୀ ଦାସୀ।

ଆଧୁନିକ ନାମରେ ସଂସ୍କୃତି ଭୁଲି ଯାଉଥିବା ଯୁବ ପିଢ଼ିଙ୍କ ପାଇଁ ଲୀଳାବତୀ ହେଉଛନ୍ତି ଜଣେ ଉଦାହରଣ। ସହର ଚାକଚକ୍ୟ ଛାଡ଼ି ଧନ ସମ୍ପତ୍ତି ଛାଡ଼ି ଜଗା ସେବାପାଇଁ ସେ ଉସ୍ୱର୍ଗୀ କରି ଦେଇଛନ୍ତି ନିଜ ଶରୀରକୁ।
Published by:Soumya Das
First published: