ଡ୍ରଗ୍ସ କିଙ୍ଗପିନ ଆୟୁବ ଗିରଫ ପରେ ବାହାରିବ ବିଦେଶୀ ଲିଙ୍କ! NCB ତଦନ୍ତ ଦାବି

ଆୟୁବ ୨୦ ବର୍ଷ ଧରି ଚଳାଇଥିଲା ଡ୍ରଗ୍ସ କାରବାର। ପାକିସ୍ତାନ କିମ୍ବା ବାଂଲାଦେଶ ମାଫିଆ ସହିତ ଆୟୁବ ଲିଙ୍କ ସନ୍ଦେହ। ସେପଟେ ଘଟଣାକୁ ନେଇ STF କରିବ ଅଧିକ ତଦନ୍ତ।

ଗିରଫ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

ଗିରଫ ଅଭିଯୁକ୍ତ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ଆନ୍ତରାଜ୍ୟ ଡ୍ରଗ୍ସ ସିଣ୍ଡିକେଟର ମୁଖ୍ୟ ଆୟୁବ ଗିରଫ ପରେ ବାହାରିବକି ବିଦେଶୀ ଲିଙ୍କ ? ପାକିସ୍ତାନ କିମ୍ବା ବାଂଲାଦେଶ ମାଫିଆ ସହିତ ଆୟୁବ ଲିଙ୍କ ସନ୍ଦେହ। ସେପଟେ ଘଟଣାକୁ ନେଇ STF କରିବ ଅଧିକ ତଦନ୍ତ। ହେଲେ ବୁଦ୍ଧିଜୀବୀଙ୍କ ମତରେ NCB ତଦନ୍ତ କଲେ ବିଦେଶୀ ଲିଙ୍କ ସନ୍ଦେହର ଖୋଲିପାରେ ରହସ୍ୟ ।

ଆନ୍ତଃରାଜ୍ୟ ଡ୍ରଗ୍ସ କାରବାରରେ କାର୍ଯ୍ୟ କରୁଛି ଏକ ସିଣ୍ଡିକେଟ। ବଡ଼ ମାଫିଆଙ୍କ ପାଖରୁ ଆରମ୍ଭ କରି ଛୋଟ ବ୍ୟବସାୟୀ ମାନଙ୍କର ରହିଛି ଗୋଟିଏ ଚେନ। ତେବେ ପୂର୍ବରୁ ବାରମ୍ବାର ଡ୍ରଗ୍ସ ବ୍ୟବସାୟୀ ଧରାପଡୁଥିଲେ ହେଲେ ମୁଖ୍ୟ ସିଣ୍ଡିକେଟ ର ସଦସ୍ୟ ମାଫିଆ ଚକମା ଦେଇ ସବୁବେଳେ ଖସି ଯାଉଥିଲେ। ଦୁଇ ଦିନ ତଳେ ରାଜ୍ୟର ପ୍ରଥମ ୧୦ କେଜି ୬୦୦ ଗ୍ରାମ ବ୍ରାଉନସୁଗାର ସହିତ ଡ୍ରଗ୍ସ ମାଫିଆ ଆୟୁବ ଧରାପଡିଛି।

କୁହାଯାଉଛି ଆୟୁବ ୨୦ ବର୍ଷ ଧରି ଚଳାଇଥିଲା ଡ୍ରଗ୍ସ କାରବାର। ଆଉ ଏଇ ଡ୍ରଗ୍ସ ବାହାର ଦେଶରୁ ଆଣି ଆୟୁବ ଦେଶର ବିଭିନ୍ନ ରାଜ୍ୟକୁ ଚାଲାଣ କରୁଥିଲା। ଓଡ଼ିଶା ସମେତ , ପଶ୍ଚିମବଙ୍ଗ , ଛତିଶଗଡ଼ , ଝାଡଖଣ୍ଡର ମୁଖ୍ୟ ସପ୍ଲାୟର ଥିଲା ଆୟୁବ। ବାଂଲାଦେଶ ସୀମାରୁ ଅତି ସହଜରେ ଡ୍ରଗ୍ସ ଆଣି ଏଇ କାରବାର ହେଉଥିବା ବେଳେ ଏପରିକି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବିଭିନ୍ନ ଟ୍ରାନ୍ସପୋର୍ଟ ଟ୍ରକର ସାହାରା ମଧ୍ୟ ନେଉଥିଲା ଆୟୁବ।  ତେବେ ବ୍ରାଉନସୁଗାର ମୁଖ୍ୟତଃ ଆଫଗାନିସ୍ତାନରୁ ଆସିଥାଏ ଆଉ ଦେଶ ଭିତରକୁ ପ୍ରବେଶ ୩ ପୋଡ଼ଶୀ ଦେଶ ସୀମା ଦେଇ ହୋଇଥାଏ। ବାଂଲାଦେଶ, ନେପାଲ ଓ ପାକିସ୍ତାନ। ସେପଟେ ଆୟୁବର ଘର ମଧ୍ୟପ୍ରଦେଶର ମାନ୍ଦାସୋର ଜିଲ୍ଲାରେ ହୋଇଥିବା ବେଳେ ଏହା ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ।  ଏଣୁ ରାଜସ୍ଥାନର ସୀମାକୁ ଲାଗି ପାକିସ୍ତାନ ଥିବାରୁ ହୁଏତ ପାକିସ୍ତାନ ଦେଇ ଦେଶକୁ ପ୍ରବେଶ କରୁଥିବା ନିଶାର ଏକ ସପ୍ଲାୟର ମଧ୍ୟ ଆୟୁବ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ସେପଟେ ଘଟଣାକୁ ନେଇ ପୋଲିସ ଆରମ୍ଭ କରିଛି ଅଧିକ ତଦନ୍ତ। ଏନେଇ ରାଜ୍ୟ ବାହାରକୁ ଟିମ ପଠାଇ ତଦନ୍ତ ଅଧିକ କରିବା ସହିତ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ ପାଇଁ ଲାଗିଛି ବାଲେଶ୍ଵର ପୋଲିସ । ତେବେ ସୂଚନା ମୁତାବକ ଏହି ତଦନ୍ତ ଆଗକୁ ଏସ୍ଟିଫ ମଧ୍ୟ ନିଜ ହାତକୁ ନେଇ ଅଧିକ ଛାନବିନ ନେଇ ଯୋଜନା କରୁଥିବା କୁହାଯାଉଛି। ସେପଟେ ବୁଦ୍ଧିଜୀବୀ ହେଲେ ଏହାକୁ ନେଇ ଦେଇଛନ୍ତି ଅଲଗା ମତ । ଯେହେତୁ ରାଜ୍ୟ ବାହାର ମାଫିଆଙ୍କ ଲିଙ୍କ ରହିଛି ଏଣୁ ଓଡ଼ିଶା ପୋଲିସ ଏହି ତଦନ୍ତରେ ଅଧିକ ସଫଳ ହୋଇ ନପାରେ । ସେହିପରି ବିଦେଶ ଶକ୍ତିର ଏଜେଣ୍ଟ ହୋଇପାରେ ଆୟୁବ ଏଣୁ ଏହାକୁ ତଦନ୍ତ ଆଗକୁ ବଢ଼ାଇବା ପାଇଁ NCB ତଦନ୍ତ ଭାର ନେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ।

ଆୟୁବ ଗିରଫ ବାଲେଶ୍ୱର ପୋଲିସର ବଡ଼ ସଫଳତା ହେଲେ ଏହାର ଦେଶ ବିଦେଶ ଲିଙ୍କ ଉଜାଗର ପାଇଁ NCB ଭଳିଆ ବଡ଼ ତଦନ୍ତକାରୀ ସଂସ୍ଥାର ତଦନ୍ତ ଆବଶ୍ୟକ ।
Published by:Soumya Das
First published: