ଋଷ ଓ ଯୁକ୍ରେନର ଶାନ୍ତି ପାଇଁ କାର୍ତ୍ତିକ ବ୍ରତ ପାଳୁଛନ୍ତି ବିଦେଶୀ ଇସ୍କନ ଭକ୍ତମାନେ

ଶ୍ରୀକ୍ଷେତ୍ରରେ ଚୈତନ୍ୟ ଆରାଧନା କରୁଛନ୍ତି ବିଦେଶୀମାନେ। ଋଷ ଓ ଯୁକ୍ରେନରେ ଶାନ୍ତି ଫେରିଆସିବା ପାଇଁ କାର୍ତ୍ତିକ ବ୍ରତ କଲେ ବିଦେଶୀ ଇସ୍କନ ଭକ୍ତମାନେ।

ଋଷ ଓ ଯୁକ୍ରେନର ଶାନ୍ତି ପାଇଁ କାର୍ତ୍ତିକ ବ୍ରତ କଲେ ବିଦେଶୀ ଇସ୍କନ ଭକ୍ତମାନେ

ଋଷ ଓ ଯୁକ୍ରେନର ଶାନ୍ତି ପାଇଁ କାର୍ତ୍ତିକ ବ୍ରତ କଲେ ବିଦେଶୀ ଇସ୍କନ ଭକ୍ତମାନେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ ଏବେ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି।

ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିବା ସହ ସକାଳ ବେଳା ଶ୍ରୀମନ୍ଦିର ସମ୍ମୁଖରେ କରୁଛନ୍ତି ସଂକୀର୍ତ୍ତନ। ଆଉ ଏହି ବିଦେଶୀ ବ୍ରତଧାରୀଙ୍କ ମଧ୍ୟରେ ରହିଛନ୍ତି ଋଷ ଓ ଯୁକ୍ରେନର ବ୍ରତଧାରୀ। ଯେହେତୁ ଏହା ହେଉଛି ଧର୍ମର ମାସ। ତେଣୁ ଧର୍ମର ମାସରେ କିଭଳି ଋଷ ଓ ଯୁକ୍ରେନ ଭିତରେ ଶାନ୍ତି ଫେରିଆସିବ ସେ ନେଇ କାର୍ତ୍ତିକ ବ୍ରତ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡ଼ିଥିବା କହିଛନ୍ତି।

"ଚାଲିଛି ଧର୍ମର ମାସ। କେବଳ ନିଜର ମୋକ୍ଷ ପ୍ରାପ୍ତି ପାଇଁ ବ୍ରତ ନୁହେଁ ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଧର୍ମର ମାସ କାର୍ତ୍ତିକରେ ବ୍ରତ କରୁଛନ୍ତି ଯୁକ୍ରେନ ଓ ଋଷରୁ ଆସିଥିବା ବିଦେଶୀ ଇସ୍କନ ଭକ୍ତ। ସେମାନେ ଚୌତନ୍ୟ ମହାପ୍ରଭୁଙ୍କର ଆରାଧନା କରୁଥିବା ବେଳେ ଏଭଳି ଚୌତନ୍ୟ ଶ୍ରୀକ୍ଷେତ୍ରରେ ମଠରୁ ମଠ, ଶ୍ରୀମନ୍ଦିର ପରିକ୍ରମା ଆଦି କାର୍ତ୍ତିକ ମାସରେ କରୁଥିଲେ ସେହିଭଳି ତାଙ୍କର ଇସ୍କନ ଭକ୍ତମାନେ ସେହି ପରମ୍ପରାକୁ ଆପଣେଇଛନ୍ତି। ସେମାନେ ଆମ ପରମ୍ପରାକୁ ଶିକ୍ଷାଲାଭ କରି ଶ୍ରୀକ୍ଷେତ୍ରରେ ରହି କରୁଛନ୍ତି କାର୍ତ୍ତିକ ବ୍ରତ। ତୁଳଶୀ ଚଉରା ମୂଳେ ବୃନ୍ଦାବତୀଙ୍କ ପୂଜା, ରାଇଦାମୋଦର ପୂଜା, ସଂକୀର୍ତ୍ତନ ଓ ଭଜନ ପାଠ କରୁଛନ୍ତି। ତେବେ କାର୍ତ୍ତିକ ମାସରେ ଅନେକ ବୃଦ୍ଧାମାନେ ଯେଭଳି ନିଷ୍ଠାର ସହ ବ୍ରତ ପାଳନ କରୁଛନ୍ତି ତାହାକୁ ଦେଖି ଆମେ ଅନୁପ୍ରାଣିତ ହୋଇ ବ୍ରତ କରୁଛୁ,’’ କହିଛନ୍ତି ୟୁକ୍ରେନ ଇସ୍କନ ଭକ୍ତ ରୋମାରିଓ।

ବିଦେଶୀମାନେ ପାଳୁଛନ୍ତି କାର୍ତ୍ତିକ ମାସ


ୟୁକ୍ରେନ, ଋଋ, ଜାପାନ, ଜର୍ମାନ, ସ୍ୱିଜରଲ୍ୟାଣ୍ଡ, ଆମେରିକା, ଲଣ୍ଡନ ଆଦିରୁ ଆସିଥିବା ଇସ୍କନ ଭକ୍ତମାନେ ଧର୍ମର ମାସର କାର୍ତ୍ତିତରେ ବ୍ରତ କରିବା ସହ ହବିଷ କରୁଛନ୍ତି। ସକାଳୁ ବୃନ୍ଦବତୀ ପୁଜା ପରେ ଭଜନ ଓ କୀର୍ତ୍ତନ କରିବା ପରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଛନ୍ତି। ସେମାନେ ପୁରୀ ନିୟମ ନିଷ୍ଠାର ସହ ସ୍ୱର୍ଗଦ୍ୱାର ନିକଟରେ ଥିବା ଗିରିଧାରୀ ମଠରେ ରାଧାକୃଷ୍ଣଙ୍କ ଉପାସନା କରୁଥିବା କହିଛନ୍ତି ଗିରିଧାରୀ ମଠ ମଠାଧୀଶ ମହନ୍ତ ରାମକୃଷ୍ଣ ଚନ୍ଦ୍ର ଦାସ।

ବର୍ଷକରେ ଗୋଟିଏ ମାସ କାର୍ତ୍ତିକରେ ଧର୍ମର ମାସ ପାଳନ କରାଯାଉଛି। ଆଉ ଏହି ମାସରେ ରାଧାକୃଷ୍ଣଙ୍କ ଉପାସନା ଓ ବ୍ରତ କଲେ ସୁଖ ଶାନ୍ତି ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଆଉ ଏହି ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ ହୋଇ ଶ୍ରୀକ୍ଷେତ୍ରରେ ବିଦେଶୀ ଇସ୍କନ ଭକ୍ତମାନେ ଗିରିଧାରୀ ମଠରେ କରୁଛନ୍ତି କାର୍ତ୍ତିକ ବ୍ରତ। ଋଷ ଓ ଯୁକ୍ରେନରେ ଯୁଦ୍ଧ ଲାଗିରହିଥିବାରୁ ଦୁଇ ଦେଶ ମଧ୍ୟରେ ଚାଲିଛି ଆଶାନ୍ତି। ତେଣୁ ଶ୍ରୀକ୍ଷେତ୍ରରେ ଋଷ ଓ ୟୁକ୍ରେନର ଇସ୍କନ ଭକ୍ତମାନେ ମଠରେ ରହି ଧର୍ମର ମାସରେ ହବିଷ ବ୍ରତ ବା କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ତାଙ୍କର ବିଶ୍ୱାସ ଧର୍ମର ମାସରେ ବ୍ରତ କଲେ ମହାପ୍ରଭୁ ନିଶ୍ଚୟ ଆମ କଥା ଶୁଣିବେ। ଆଉ କୃଷ୍ଣ ଆମକୁ ଏହି କଷ୍ଟରୁ ଉଦ୍ଧାର କରିବେ । କାରଣ ଆମେ ପୁରୀ ଆସି ଧର୍ମର ମାସ କାର୍ତ୍ତିକରେ ସମସ୍ତ ନୀତି ଓ ବ୍ରତ ଉପରେ ଜାଣିବା ପରେ ଚଳିତ ବର୍ଷବ୍ରତ ପାଳନ କରୁଛୁ। ଆମ ସହ ଆହୁରି ଜର୍ମାନ, ସ୍ୱିଜରଲ୍ଯାଣ୍ଡ, ଲଣ୍ଡନର ଇସ୍କନ ବିଦେଶୀ ଭକ୍ତମାନେ ସେମାନଙ୍କ ନିଜ ପାଇଁ ବ୍ରତ ରଖୁଥିବା ବେଳେ ଆମେ ଦେଶର ଶାନ୍ତି ପାଇଁ ବ୍ରତ ରଖୁଥିବା କହିଛନ୍ତି ଋଷ ବିଦେଶୀ ଇସ୍କନ ଭକ୍ତ ମାରିଆ ଏଲିଜାଭେଟା।

ଋଷ ଓ ଯୁକ୍ରେନର ଶାନ୍ତି ପାଇଁ କାର୍ତ୍ତିକ ବ୍ରତ କଲେ ବିଦେଶୀ ଇସ୍କନ ଭକ୍ତମାନେ


ସାରା ବିଶ୍ୱରେ ଏବେ ଏକମାତ୍ର ବିଶ୍ୱର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତେଣୁ ବିଦେଶୀ ଇସ୍କନ ଭକ୍ତମାନେ ବି ବୁଝିଲେଣି ଉତ୍କଳୀୟ ପରମ୍ପରାରେ ହବିଷ ବ୍ରତର ମହତ୍ତ୍ବ। ଆଉ ସେମାନେ ନିଜ ପାଇଁ ନୁହେଁ ନିଜର ଦେଶ ଓ ବିଶ୍ୱ ଶାନ୍ତି ପାଇଁ ବ୍ରତ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
Published by:Lipina Das
First published: