ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୀର୍ଘ ୨ ବର୍ଷ ହେଲା କରୋନା ପାଇଁ ଫିକା ପଡ଼ିଛି ଭୁବନର ଐତିହାସିକ ବଳଦ ଯାତ୍ରା

ଦୀର୍ଘ ୨ ବର୍ଷ ହେଲା କରୋନା ପାଇଁ ଫିକା ପଡ଼ିଛି ଭୁବନର ଐତିହାସିକ ବଳଦ ଯାତ୍ରା

ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଅନୁମତି ଅନୁସାରେ ପୁଣି ଦୁଇଟି ବଳଦକୁ ନେଇ କରୋନା କଟକଣା ଭିତରେ ବଳଦ ଯାତ୍ରା ପାଳନ କରିଛନ୍ତି ଭୁବନବାସୀ।

ଦୀର୍ଘ ୨ ବର୍ଷ ହେଲା କରୋନା ପାଇଁ ଫିକା ପଡ଼ିଛି ଭୁବନର ଐତିହାସିକ ବଳଦ ଯାତ୍ରା
ଦୀର୍ଘ ୨ ବର୍ଷ ହେଲା କରୋନା ପାଇଁ ଫିକା ପଡ଼ିଛି ଭୁବନର ଐତିହାସିକ ବଳଦ ଯାତ୍ରା
  • News18 Odia
  • Last Updated: October 18, 2021, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଦୀର୍ଘ ଦୁଇ ବର୍ଷ ହେବ ଭୁବନର ଐତିହାସିକ ବଳଦ ଯାତ୍ରା ମହାମାରୀ କରୋନା ପାଇଁ ସମ୍ପୂର୍ଣ୍ଣ ଫିକା ପଡ଼ିଛି। ଥୋରିଆ ସମ୍ପ୍ରଦାୟ ଓ ବଣିଆ ସମ୍ପ୍ରଦାୟର ଦୁଇଟି ବଳଦକୁ ନେଇ ଚଳିତ ବର୍ଷ ମଧ୍ୟ ବଳଦଯାତ୍ରା କରାଯାଇଛି। ଦେଢ଼ ଶହ ବର୍ଷ ପୂର୍ବରୁ ଭୁବନରେ ଏହି ବଳଦ ଯାତ୍ରା ପାଳିତ ହୋଇ ଆସୁଛି। ଥୋରିଆ ସମ୍ପ୍ରଦାୟର ଲୋକେ ପ୍ରଥମେ ଏହି ବଳଦଯାତ୍ରା ଆରମ୍ଭ କରିଥିଲେ। କାଳକ୍ରମେ ବଣିଆ ସମାଜ ଓ ୩୦ରୁ ଅଧିକ ପାଟକ ଏହି ପର୍ବରେ ସାମିଲ ହୋଇ ସାରିଲେଣି । ଦୁଇଟି ବଳଦକୁ ନେଇ ଆରମ୍ଭ ହୋଇଥିବା ଏହି ନିଆରା ଯାତ୍ରା ବୃଦ୍ଧି ପାଇ ୭୦ଟି ବଳଦ ସାମିଲ ହୋଇଛନ୍ତି ଏଥିରେ ।

ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଅନୁମତି ଅନୁସାରେ ପୁଣି ଦୁଇଟି ବଳଦକୁ ନେଇ କରୋନା କଟକଣା ଭିତରେ ବଳଦ ଯାତ୍ରା ପାଳନ କରିଛନ୍ତି ଭୁବନବାସୀ।

ପ୍ରତ୍ୟେକ ବର୍ଷ ଦୁଇ ଦିନ ବ୍ୟାପି ଏହି ଯାତ୍ରା ପାଳନ କରାଯାଏ। ବିଜୟାଦଶମୀ ତିଥିକୁ (ଅନୁକୁଳ ଯାତ୍ରା) ଓ ଏକାଦଶୀ ଦିନ (ଭଷାଣି ଯାତ୍ରା) ଭାବେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭୁବନବାସୀ ଧୁମଧାମର ସହିତ ଯାତ୍ରାକୁ ଉପଭୋଗ କରିଥାନ୍ତି। ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ଧୁମଧାମରେ ବଳଦଯାତ୍ରା ହୋଇ ପାରୁନଥିବାରୁ ନିରାଶ ହୋଇଛନ୍ତି ଭୁବନବାସୀ।

ଭୁବନର ଐତିହାସିକ ବଳଦ ଯାତ୍ରା ମହାମାରୀ କରୋନା ପାଇଁ ସମ୍ପୂର୍ଣ୍ଣ ଫିକା ପଡ଼ିଛି


ଚନ୍ଦ୍ରଗୁପ୍ତଙ୍କ ଶାସନ କାଳରୁ ଥୋରିଆ ସମ୍ପ୍ରଦାୟର ପୁରୁଷମାନେ ତାଙ୍କର ଆରାଧ୍ୟ ଦେବୀ ବଣିଜାରୀ ଠାକୁରାଣୀଙ୍କ ନିକଟରେ ପୂଜାପାଠ କରି ବଳଦମାନଙ୍କୁ ନେଇ ବ୍ୟବସାୟ କରିବାକୁ ଯାଉଥିଲେ । ସମ୍ବଲପୁର ସୁନ୍ଦରଗଡ଼ ଦେଇ ବିହାର ପର୍ଯ୍ୟନ୍ତ ବ୍ୟବସାୟ କରୁଥିଲେ ବୋଲି କିମ୍ବଦନ୍ତି ରହିଛି। ସେହି କାଳରୁ ଏହି ବଳଦମାନଙ୍କୁ ନେଇ ଏହି ଯାତ୍ରା ପାଳିତ ହୋଇଆସୁଛି ବୋଲି ଭୁବନରେ ରହୁଥିବା ଥୋରିଆ ସମ୍ପ୍ରଦାୟର ଲୋକେ କୁହନ୍ତି।

୧୯୭୨ ମସିହାରେ ଭୁବନ ଏନ.ଏସି.ର ଆଖ୍ୟା ପାଇ କ୍ଷୁଦ୍ର ସହରରେ ପରିଣତ ହୋଇଥିଲା।ଏଠାରେ ରହୁଥିବା ପ୍ରାୟ ୩୬ ପାଟକ (ଜାତି)ର ଲୋକେ ବସବାସ କରୁଥିବା ବେଳେ ସମସ୍ତେ ଏହି ପର୍ବକୁ ପାଳିଥାନ୍ତି। ମହାଳୟା ଦିନ ଠାରୁ ଉଭୟ ଥୋରିଆ ଓ ବଳଦିଆ ଜାତିର ମହିଳାମାନେ ଘର ଲିପାପୋଛା କରିବା ସହିତ ଘଣ୍ଟ, ଖଣ୍ଡା, ମାଣ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଫା କରି ପୂଜାର୍ଚ୍ଚନା କରିଥାନ୍ତି। ଘରକୁ ସାଜ୍ଜସଜ୍ଜା କରିବା ସହିତ ଅଗଣାରେ ପୂର୍ଣ୍ଣ କଳସ ମଧ୍ୟ ରଖାଯାଇଥାଏ।

"ବିଜୟାଦଶମୀ ଦିନ ପ୍ରତ୍ୟେକ ଲୋକଙ୍କ ଘର ଆଗରେ ରହିଥିବା ଶୁଭ ଖୁଣ୍ଟିକୁ ପୂଜା କରାଯାଇ ବଳଦଙ୍କୁ ସେଠି ବନ୍ଧାଯାଏ। ବଳଦ ମାନକୁ ସିଂଘଉତ, ବହ୍ଲାଣ, ଘଣ୍ଟ ଘାଘୁଡି, ବେକରେ ବଡ଼ଘଣ୍ଟ ଓ ସାରମାଳ ଇତ୍ୟାଦି ଲଗାଇ ସୁସଜ୍ଜିତ କରି ଶୋଭାଯାତ୍ରାରେ ସାମିଲ କରାଯାଏ। ଶୁଭ ଖୁଣ୍ଟିରେ ଥରେ ବଳଦକୁ ବନ୍ଧାଯିବା ପରେ ବାହାର ଲୋକଙ୍କୁ ସ୍ପର୍ଶ କରିବାକୁ ଦିଆ ଯାଏନାହିଁ। ଏହି ସମୟରେ ବଳଦଙ୍କୁ କେହି ଛୁଇଁଲେ ବଳଦ ଅମାନିଆ ହେବାର ଭୟ ରହିଥାଏ। ଖୁଣ୍ଟିରୁ ଖୋଲାଯାଇ ବଳଦ ଥରେ ଶୋଭା ଯାତ୍ରାରେ ସାମିଲ ହେବା ପରେ ଆଉ ଛୁଆଁ ଅଛୁଆଁ ଭେଦଭାବ କିଛି ରହେ ନାହିଁ,’’ କହିଥିଲେ ବଣିଆ ସମାଜର ବଳଦିଆ ସିବାନନ୍ଦ ସାହୁ।

ଭୁବନର ଐତିହାସିକ ବଳଦ ଯାତ୍ରା


ବଳଦ ଯାତ୍ରା ପାଇଁ ଗଣେଶ ପୂଜା ଦିନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପଶୁ ମଣିଷ ଭିତରେ ଅନାବିକ ସମ୍ପର୍କର ମୁକ ସାକ୍ଷୀ ହେଉଛି ଏହି ବଳଦଯାତ୍ରା। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଯାତ୍ରା କେବେ ବନ୍ଦ ହୋଇନାହିଁ। ହେଲେ ଦୁଇ ବର୍ଷ ହେବ ମହାମାରୀ ପାଇଁ ବଡ଼ ଆୟୋଜନ ହୋଇ ପାରୁନାହିଁ। ତଥାପି ପରମ୍ପରା ବଜାୟ ରଖିବାକୁ ଯାଇ ସରକାରଙ୍କ ସମସ୍ତ ଗାଇଡଲାଇନ ମାନି ଆମେ ଯାତ୍ରା ସମ୍ପାଦନା କରୁଛୁ ବୋଲି
କହିଥିଲେ ବଳଦଯାତ୍ରା ଶାନ୍ତି କମିଟିର ସଭାପତି ବାସ୍ତବ ବେହେରା ।
Published by: Lipina Das
First published: October 18, 2021, 1:52 PM IST