ଏକ ବର୍ଷ ହେଲା ଚାଷୀ ବୀମା ଟଙ୍କା ପାଇ ନାହାଁନ୍ତି: କଂଗ୍ରେସ ନେତା ନରସିଂହ ମିଶ୍ର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗତ ଏକ ବର୍ଷ ହେଲା ଚାଷୀ ବୀମା ଟଙ୍କା ପାଇନାହାନ୍ତି। ଗତ ୨୦୨୦- ୨୧ଖରିଫ ଋତୁରେ ଅନେକ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବୀମା ପାଇନାହିଁନ୍ତି ଚାଷୀ

ବୀମା ପାଇନାହିଁନ୍ତି ଚାଷୀ

  • Share this:
News 18 Odia Digital

ଭୁବନେଶ୍ୱର : ବିଧାନସଭାରେ ପୁଣି ଚାଷୀ ପ୍ରସଙ୍ଗ ଉଠାଇ ସରଗରମ କରିଛନ୍ତି ବିରୋଧୀ । ପୁଣି ଚାଷୀ ସମସ୍ୟାକୁ ନେଇ ଗୃହରେ ସରଗରମ ଆଲୋଚନା। କଂଗ୍ରେସ ପକ୍ଷରୁ ଆଗତ ରାଜ୍ୟରେ ଚାଷୀ ଫସଲ ବୀମା ଟଙ୍କା , କୃଷି ଋଣ ପାଇବାରୁ ବଞ୍ଚିତ , ଚାଷୀ କୁଳ ହତାଶ ସମ୍ପକ୍ରିତ ମୁଲତବୀ ପ୍ରସ୍ତାବ ନେଇ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ଏ ସଂକ୍ରାନ୍ତରେ ମୂଲତବୀ ପ୍ରସ୍ତାବ ଆଣିଥିବା ବେଳେ ବିସ୍ତୃତ ଆଲୋଚନା ହୋଇଛି। ସମବାୟ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ବିବରଣୀ ରଖିଛନ୍ତି। ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି" ଚାଷୀଙ୍କୁ ଋଣ ଯୋଗେଇବାରେ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ୨୦୧୯ ମସିହାରେ ଏକ ବୀମା କମ୍ପାନୀ ଚାଷୀଙ୍କୁ ହଇରାଣ କରୁଥିବାରୁ କମ୍ପାନୀ ନାଁରେ ଅଭିଯୋଗ ଆସିବା ପରେ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯାଇଛି।

୨୦୧୭-୧୮ ମସିହାରେ ୩୦.୭୪ ଲକ୍ଷ ଚାଷୀଙ୍କୁ ୧୧ହଜାର କୋଟି , ୨୦୧୮-୧୯ ରେ ୩୩.୬୧ ଲକ୍ଷ ଚାଷୀଙ୍କୁ ୧୨ ହଜାର ୮୧୦ କୋଟି ୨୦୧୯-୨୦ରେ ୩୧.୬୫ ଲକ୍ଷ ଚାଷୀଙ୍କୁ ୧୩ ହଜାର ୭୧କୋଟି, ୨୦୨୦-୨୧ ରେ ୩୪. ୪୦ଲକ୍ଷ ଚାଷୀଙ୍କୁ ୧୫ ହଜାର ୧୮୯କୋଟିଟଙ୍କା, ୨୦୨୧-୨୨ରେ ୩୪. ୬୪ଲକ୍ଷ ଚାଷୀଙ୍କୁ ୧୬ ହଜାର୪୯ କୋଟି ଟଙ୍କା ଋଣ ଦିଆଯାଇଛ। ୨୦୨୨ରେ ଖରିଫ ଚାଷ ପାଇଁ ୯ହଜାର କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୧.୫୮ଲକ୍ଷ ଚାଷୀଙ୍କୁ ୫ହଜାର ୪୫୩ କୋଟି ଟଙ୍କା ଋଣ ଦିଆଯାଇଛି। ଯେଉଁ କମ୍ପାନୀ ମାନେ ଚାଷୀଙ୍କୁ ଫସଲ ବୀମା ଦେବାରେ ହଇରାଣ କରିବା ଅଭିଯୋଗ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗତ ଏକ ବର୍ଷ ହେଲା ଚାଷୀ ବୀମା ଟଙ୍କା ପାଇନାହାନ୍ତି। ଗତ ୨୦୨୦- ୨୧ ଖରିଫ ଋତୁରେ ଅନେକ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ବୀମା ଟଙ୍କା ମିଳି ନ ଥିବାରୁ ଚାଷୀ ଋଣ ପରିଶୋଧ କରି ପାରୁ ନାହିଁନ୍ତି। ଘରୋଇ ବୀମା କଂପାନୀ ମାନେ ଲାଭ ଖାଉଛନ୍ତି , ଚାଷୀଙ୍କୁ ଶୋଷଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ ଓ ଘରୋଇ ବୀମା କମ୍ପାନି ବଦଳରେ ସରକାରୀ ବୀମା କମ୍ପାନୀ ଜରିଆରେ ଫସଲ ବୀମା କରାଯାଉ ବୋଲି ଦାବି କରିଛନ୍ତି। ଏହା ସହ କହିଛନ୍ତି ସମବାୟ ବ୍ୟାଙ୍କରେ ନୁଆ ଚାଷୀଙ୍କୁ ଋଣ ଦିଆଯାଉନାହିଁ। ସେଠାରେ କେବଳ ପିସି କାରବାର ଚାଲିଛି। ନୂଆ ଋଣ ଆଳରେ ପୁରୁଣା ଋଣ କୁ ବଢାଯାଇ ଚାଷୀଙ୍କ ଉପରେ ବୋଝ ଲଦାଯାଉଛି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ନରସିଂହ।

ସେହିପରି ବିଜେପି ବିଧାୟକ ମୁକେଶ ମହଲିଙ୍ଗ କହିଛନ୍ତି " ରାଜ୍ୟକୁ ୧୧ ଟି କ୍ଲାଇମେଟିକ ଏବଂ ୬ଟି କ୍ଳଷ୍ଟରରେ ବିଭକ୍ତ କରାଯାଇଛି। ଏହି ଆଧାରରେ ଫସଲ ବୀମା ପାଇଁ ଜିଲ୍ଲା ସ୍ତରରେ ଟେଣ୍ଡର କରାଯାଉଛି। କ୍ଲଷ୍ଟର ସଂଖ୍ୟା କାମ ଥିବାରୁ ଘରୋଇ ବୀମା କମ୍ପାନୀ ମାନେ ଏକଚାଟିଆ କାରବାର କରୁଛନ୍ତି "।
Published by:Sujit Swain
First published: