ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ; ରାସ୍ତା କଡ଼ ଦୋହାନୀଙ୍କ ଖାଦ୍ୟ ଯାଞ୍ଚ କରୁଛି ସୁରକ୍ଷା ବିଭାଗ

ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ; ରାସ୍ତା କଡ଼ ଦୋହାନୀଙ୍କ ଖାଦ୍ୟ ଯାଞ୍ଚ କରୁଛି ସୁରକ୍ଷା ବିଭାଗ

ରାସ୍ତା କଡ଼ ଖାଦ୍ୟ ଦୋକାନ ଗୁପଚୁପ, ଦହିବରା, ଚାଟ, ଫାଷ୍ଟଫୁଡ ଆଦି ଦୋକାନ ଉପରେ ଚଢ଼ାଉ କରିଛି ଜିଲ୍ଲା ଖାଦ୍ୟ ବିଭାଗ । ତେବେ ଚଢ଼ାଉ ବେଳେ ଅଧିକାଂଶ ଲୋକଙ୍କର ଫୁଡ୍ ଲାଇସେନ୍ସ ନଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ; ରାସ୍ତା କଡ଼ ଦୋହାନୀଙ୍କ ଖାଦ୍ୟ ଯାଞ୍ଚ କରୁଛି ସୁରକ୍ଷା ବିଭାଗ
ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ
  • News18 Odia
  • Last Updated: November 10, 2021, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ। ରାସ୍ତା କଡ଼ ଦୋକାନୀଙ୍କ ଖାଦ୍ୟ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆସିଥିବା ଗାଡ଼ି ଧରି ବୁଲି ବୁଲି ଦୋକାନ ଦୋକାନରେ ଯାଞ୍ଚ କରାଯାଉଛି ।

ଅଭିଯୋଗ ଅନୁସାରେ ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟର ରହୁନି ଉଚିତ୍ ମାନ। ଅଧିକ ଲାଭ ଆଶାରେ ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଛନ୍ତି ରାସ୍ତା କଡ଼ ଦୋକାନୀ। ବାସୀ ଖାଦ୍ୟ ସହିତ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଛନ୍ତି ଗ୍ରାହକଙ୍କୁ। ତେବେ ଏପରି ବାରମ୍ବାର ଅଭିଯୋଗ ପରେ ଏବେ ତତ୍ପର ହୋଇ ଉଠିଛି ଜିଲ୍ଲା ଖାଦ୍ୟ ବିଭାଗ। ସୋମବାର ଠାରୁ ସହରର ପ୍ରମୁଖ ଦୋକାନ ମାନଙ୍କରେ ଚଢ଼ାଉ କରିଛି ଖାଦ୍ୟ ବିଭାଗ । ମୁଖ୍ୟତଃ ପୂର୍ବରୁ ସହରର ବିଭିନ୍ନ ହୋଟେଲ, ରେଷ୍ଟୁରା ଉପରେ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯାଉଥିବା ବେଳେ ଏବେ ରାସ୍ତା କଡ଼ ଖାଦ୍ୟ ଦୋକାନ ଗୁପଚୁପ, ଦହିବରା, ଚାଟ, ଫାଷ୍ଟଫୁଡ ଆଦି ଦୋକାନ ଉପରେ ଚଢ଼ାଉ କରିଛି ଜିଲ୍ଲା ଖାଦ୍ୟ ବିଭାଗ । ତେବେ ଚଢ଼ାଉ ବେଳେ ଅଧିକାଂଶ ଲୋକଙ୍କର ଫୁଡ ଲାଇସେନ୍ସ ନଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସେହିପରି ଅନେକ ଦୋକାନୀଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ସେମାନେ ଫୁଡ୍ ଲାଇସେନ୍ସ ସାମ୍ନାରେ ଡିସପ୍ଲେ ନକରୁଥିବାର ଦେଖିବାକୁ ମିଳିଥିଲା।

ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅନୁଶ୍ରୀ ଖଟୁଆ କହିଛନ୍ତି, ‘‘ଆମେ ପୂର୍ବରୁ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରୁଥିଲୁ ଏବେ ରାସ୍ତା କଡ଼ର ଦୋକାନୀଙ୍କ ଖାଦ୍ୟର ମାନ ଯାଞ୍ଚ କରିବା ଆରମ୍ଭ ହୋଇଛି । ମୁଖ୍ୟତଃ ବାରମ୍ବାର ଅଭିଯୋଗ ହେଉଥିଲା ଏହି ସବୁ ଦୋକାନ ଗୁଡ଼ିକରେ ବାସି ଖାଦ୍ୟ ଦିଆଯାଉଛି ଯାହାକୁ ନେଇ ଏବେ ଏସବୁ ଉପରେ ଯାଞ୍ଚ ଆରମ୍ଭ କରିଛୁ। Mobile food testing laboratory van ଭୁବନେଶ୍ୱରରୁ ଆସିଛି ଯାହା ସାହାଯ୍ୟରେ ଆମେ ଯାଞ୍ଚ ଜାରି ରଖିଛୁ।"

ରାସ୍ତା କଡ଼ ଦୋକାନୀଙ୍କ ଖାଦ୍ୟ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଖାଦ୍ୟ ସୁରକ୍ଷା ବିଭାଗ


ଦୋକାନୀ ପ୍ରମୋଦ ରାଉତ କହିଛନ୍ତି, ‘‘ଆମେ ଖାଦ୍ୟ ଠିକ୍ ଓ ତାଜା ଖାଦ୍ୟ ଦେଉଛୁ । କିଛି ଲୋକ ନିଶ୍ଚୟ ଖରାପ ଖାଦ୍ୟ ଦେଉଛନ୍ତି ଯାହାକୁ ନେଇ ସମସ୍ତେ ବଦନାମ ହେଉଛନ୍ତି। ଆମର ଫୁଡ୍ ଲାଇସେନ୍ସ ରହିଛି ଯାହାକୁ ଦୋକାନ ସାମ୍ନାରେ ଲଗାଇଛୁ।"

ଖାଦ୍ୟର ମାନ ଯାଞ୍ଚ ନେଇ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଖାଦ୍ୟ ପରୀକ୍ଷା ଭ୍ୟାନ ବାଲେଶ୍ୱରରେ ପହଞ୍ଚିଛି । Mobile food testing laboratory ନାମକ ଏହି ଗାଡ଼ିରେ ତକ୍ଷଣାତ୍ ଖାଦ୍ୟର ମାନ ପରୀକ୍ଷା କରି ହେବ । ଫଳରେ ଯେଉଁ ଖାଦ୍ୟ ଗୁଡ଼ିକର ମାନ ନେଇ ସନ୍ଦେହ କରିବେ କତ୍ତୃପକ୍ଷ ସେମାନଙ୍କ ଖାଦ୍ୟର ସାମ୍ପୁଲ କଲେକ୍ସନ କରାଯାଇ ପରୀକ୍ଷା ପାଇଁ ଦିଆଯାଇଛି ଆଉ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମିଳିବା ପରେ ଭୁଲ୍ ଥିଲେ ବା ଖାଦ୍ୟର ମାନ ଖରାପ ଥିଲେ କଡ଼ା କାର୍ଯ୍ୟନୁଷ୍ଠାନ ନେଉଛି ଖାଦ୍ୟ ସୁରକ୍ଷା ବିଭାଗ। ଏହି ଗାଡ଼ି ବାଲେଶ୍ୱରରେ ଚାରି ଦିନ ରହିବାକୁ ଥିବାବେଳେ ଏହା ସାହାଯ୍ୟରେ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ପରୀକ୍ଷା କରାଯିବା ନେଇ ଯୋଜନା କରିଛି ଖାଦ୍ୟ ସୁରକ୍ଷା ବିଭାଗ।

ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସମେତ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି ।

ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ


ADMO ମେଡିକାଲ ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି, "କିଛି ବରିଷ୍ଠ ଅଧିକାରୀଙ୍କ ନେଇ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ଖାଦ୍ୟ ସୁରକ୍ଷା ଅଫିସରୁ ଯେଉଁ ଗାଡ଼ି ଆସିଛି ତାହା ମାଧ୍ୟମରେ ତକ୍ଷଣାତ୍ ଯାଞ୍ଚ କରାଯାଇ ରିପୋର୍ଟ ମିଳିପାରୁଛି। କେବଳ ଖାଦ୍ୟର ମାନ ନୁହେଁ ଫୁଡ୍ ଲାସେନ୍ସ ନେଇ ମଧ୍ୟ ଆମେ ଯାଞ୍ଚ କରିଛୁ ।’’

ପୂର୍ବରୁ ଖାଦ୍ୟ ନମୁନା ସଂଗ୍ରହ ପରେ ଟେଷ୍ଟିଂ ପାଇଁ ଭୁବନେଶ୍ବର ପଠା ଯାଉଥିବାରୁ ସେଠାରୁ ରିପୋର୍ଟ ଆସିବାକୁ ଅନେକ ଦିନ ସମୟ ଲାଗୁଥିଲା ଏବେ ତକ୍ଷଣାତ୍ ରିପୋର୍ଟ ମିଳିପାରୁଥିବାରୁ ଆଗାମୀ ଚାରି ଦିନରେ ଅନେକ ସାମ୍ପୁଲ ପରୀକ୍ଷା କରିପାରିବ ଖାଦ୍ୟ ସୁରକ୍ଷା ବିଭାଗ।
Published by: Lipina Das
First published: November 10, 2021, 1:58 PM IST