ଖାଇବା ତେଲର ହେବ ମାନ ପରୀକ୍ଷା
News18 Odia Digital
ଭୁବନେଶ୍ବର: ଖାଇବା ତେଲର ଅପମିଶ୍ରଣକୁ ନେଇ ଚିନ୍ତାରେ ଖାଦ୍ୟ ସୁରକ୍ଷା ବିଭାଗ। ଖାଇବା ତେଲର ହେବ ମାନ ପରୀକ୍ଷଣ। ସୋମବାରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡେଡ଼ ଖାଇବା ତେଲ ନମୁନା ସାରା ଓଡ଼ିଶାରୁ ସଂଗ୍ରହ କରାଯାଇ କୋଲକାତା ଲ୍ୟାଵରେ ହେବ ଟେଷ୍ଟ। ଅପମିଶ୍ରଣ ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ବିକ୍ରି ଉପରେ ଲାଗିବ ରୋକ।
ଖାଇବା ତେଲରେ ଅପମିଶ୍ରଣ ଅଭିଯୋଗ। ମିନେରାଲ ଅଏଲ, ଆର୍ଗେମନ ଅଏଲ, ବ୍ଲେଣ୍ଡେଡ଼ ଅଏଲ, ଟ୍ରାନ୍ସ ଫାଟି ଅଏଲର ଉପସ୍ଥିତି ବିଭିନ୍ନ ଖାଇବା ତେଲରେ କେତେ ରହିଛି ତାହାର ହେବ ମାନ ପରୀକ୍ଷଣ।
ବିଶେଷ କରି ପ୍ରତି ଖାଇବା ତେଲରେ କେତେ ଟ୍ରାନ୍ସଫାଟି ଏସିଡ ରହୁଛି ସେ ନେଇ ହେବ ହେବ ପରୀକ୍ଷା। ସେଥିପାଇଁ ସାରା ରାଜ୍ୟରୁ ସୋମବାରଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ତେଲ ନମୁନା ସଂଗ୍ରହ ହେବ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ମୋଟ ୧୨୬ଟି ତେଲ ନମୁନା ବିଭିନ୍ନ ରିଟେଲ କାଉଣ୍ଟର, ଗୋଦାମ, ମଲ ରୁ ସଂଗ୍ରହ କରାଯିବ। ବ୍ରାଣ୍ଡେଡ଼ ପ୍ୟାକେଟ ତେଲ ସହ ଖୋଲା ବନସ୍ପତି ତେଲର ନମୁନା ମଧ୍ୟ ସଂଗ୍ରହ ହେବ। ନମୁନାରେ ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ତେଲ ନମୁନା ସଂଗ୍ରହ ପାଇଁ ପ୍ରତି ଜିଲାରେ ୨ଟି ଟିମ ଓ ମ୍ୟୁନ୍ସିପାଲ ଅଞ୍ଚଳରେ ଟିମ ରହିବେ। ସାରା ରାଜ୍ୟରୁ ତେଲ ସଂଗ୍ରହ ହୋଇ କୋଲକାତା ଲ୍ୟାବରେ ହେବ ଟେଷ୍ଟିଂ।
ଖାଦ୍ୟ ନିରାପତ୍ତା ବିଭାଗର ଗଠନ ହେଲା ଟିମ, ସାରା ଦେଶରେ ତେଲ ଅପମିଶ୍ରଣ ନେଇ ଚାଲିବ ସ୍ୱତନ୍ତ୍ର ଅଭିଯାନ। ପ୍ରତି ଜିଲାରେ ନମୁନା ସଂଗ୍ରହ ପାଇଁ ରହିବେ ଦୁଇଟି ଲେଖାଏଁ ଟିମ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।