ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ଖାଦ୍ୟ ନିରାପତ୍ତା କମିସନର ଯାମିନି ଷଡଙ୍ଗୀ

ପୁରୀ ଜିଲ୍ଲାରେ ଆସନ୍ତା ୨୯ ତାରିଖରୁ ଧାନ କିଣାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଓ ଖାଦ୍ୟ ନିରାପତ୍ତା କମିସନର ଯାମିନି ଷଡଙ୍ଗୀ।

ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ଖାଦ୍ୟ ନିରାପତ୍ତା କମିଶନର ଯାମିନି ଷଡଙ୍ଗୀ

ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲେ ଖାଦ୍ୟ ନିରାପତ୍ତା କମିଶନର ଯାମିନି ଷଡଙ୍ଗୀ

  • Share this:
News18 Odia Digital

ପୁରୀ: ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଅକ୍ସିଜେନ ପ୍ଲାଣ୍ଟ ଯାଞ୍ଚ କରି ତା'ର କ୍ଷମତା ବଢ଼ାଇବା ନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସବୁ ଜିଲ୍ଲାରେ ଜାନୁଆରୀ ୩ ତାରିଖରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ପୁରୀ ଜିଲ୍ଲାରେ ଆସନ୍ତା ୨୯ ତାରିଖରୁ ଧାନ କିଣାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ଓ ଖାଦ୍ୟ ନିରାପତ୍ତା କମିସନର ଯାମିନି ଷଡଙ୍ଗୀ।

"ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷାରେ ପୁରୀ ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଚାଷ ଜମିରେ ଧାନ ଫସଲ ପ୍ରଭାବିତ ହୋଇଥିଲା । ଏନେଇ କେନ୍ଦ୍ରୀୟ ଟିମ ଫସଲ ହାନୀର ଅନୁଧ୍ୟାନ କରିଥିବା ବେଳେ ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀ ପାଇବେ କ୍ଷତି ପୂରଣ ସହାୟତା। ହେଲେ ଯେଉଁ ସବୁ ଚାଷୀ ଫସଲ ଅମଳ କରିଛନ୍ତି ହେଲେ ଓଦା ଯୋଗୁଁ ଗଜା ହେବାର ଭୟ ଅଛି। ସେ ନେଇ ସେମାନଙ୍କ ଧାନ ଗୁଡିକୁ ଶୀଘ୍ର କିଣିବା ପାଇଁ ନିଆଯାଇଛି ପଦକ୍ଷେପ। ଧାନ ସଂଗ୍ରହ ଓ ମଣ୍ଡି ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଚାଷୀମାନେ ଯେଭଳି ସେମାନଙ୍କ ଧାନକୁ ସୁବିଧାରେ ବିକ୍ରୟ କରିପାରିବେ ସେ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ଗତ ୨୨ ତାରିଖରେ ଧାର୍ଯ୍ୟ ହୋଇଥିବା ବେଳେ ତାହାକୁ ଘୁଞ୍ଚାଇ ୨୯ ତାରିଖ କରାଯାଇଛି। ଯେଉଁଠି ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଜାନୁଆରୀ ୩ ତାରିଖ ରଖାଯାଇଛି,’’ କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର ଯାମିନି ଷଡଙ୍ଗୀ।

ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତାଙ୍କ କହିଛନ୍ତି, "ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ୧୮୪ଟି ମଣ୍ଡି ଖୋଲି ୬୬,୦୦୦ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ନିମନ୍ତେ ଧାନ କିଣାଯିବ। ପ୍ରତ୍ୟେକ ପାକ୍ସରେ ଧାନମାନ ନିର୍ଣ୍ଣୟ ନିମନ୍ତେ ମେସିନ ରହିବ। ଧାନ ଅମଳ ହୋଇନଥିବାରୁ ସାତ ଦିନ ଧାନ କିଣା ଯିବାକୁ ସମୟ ଧାର୍ଯ୍ୟ ବଢ଼ାଇ ଦିଆଯାଇଛି। ନିମାପଡା ଓ ପିପିଲି ବ୍ଲକରେ ଡିସେମ୍ବର ୨୯ରୁ ଧାନ କିଣା ଆରମ୍ଭ ହେବ। ତେଣୁ ଚାଷୀମାନଙ୍କୁ ଏନେଇ ଜଣାଇ ଦିଆଯାଇଛି । ତେବେ ମଙ୍ଗଳବାର ଦିନ ପୁରୀ ଗସ୍ତରେ ଆସି ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର ଯାମିନି ଷଡଙ୍ଗୀ ମାଳତୀପାଟପୁର ଓ ସାକ୍ଷୀଗୋପାଳ ଯାଇ ମଣ୍ଡି ବ୍ୟବସ୍ଥାର ଯାଞ୍ଚ କରିଥିଲେ।’’

"ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ପୁରୀ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ ସମ୍ପର୍କିତ ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ବୈଠକରେ ଆଲୋଚନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର, ଟିକାକରଣ, ଅକ୍ସିଜେନ ପ୍ଲାଣ୍ଟ ଯାଞ୍ଚ, କୋଭିଡ ପ୍ରସ୍ତୁତି ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। କୋଭିଡର ତୃତୀୟ ଲହର ଓମିକ୍ରନକୁ ନେଇ ସଦର ମୁଖ୍ୟ ଚିକିତ୍ସାଳୟ ଓ ଆଇଡିଏଚ୍ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ ପ୍ଲାଣ୍ଟର କାର୍ଯ୍ୟକ୍ଷମ ଓ ତାର କ୍ଷମତା ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ,’’ କହିଛନ୍ତି ଏଡିଏମଓ ତଥା ସିଡିଏମଓ ଇନ ଚାର୍ଜ ଡ.ପ୍ରଣବ ଶଙ୍କର ଦାସ।

ଏବେବି ପୁରୀ ଜିଲ୍ଲାରେ ୧୧ଟି ବ୍ଲକରେ ଧାନ ଅମଳ ହୋଇନଥିବା ବେଳେ କିଛି ଧାନ ଗଜା ହୋଇଗଲାଣି । ଏସବୁ ସ୍ଥିତିରେ କିଭଳି ଚାଷୀଟିଏ ତା' ମୁଲର ମୁଲ୍ୟ ପାଇବ ଓ ଧାନ ବିକ୍ରି ବେଳେ ରାଜ୍ୟ ସରକାର ଧାନର ମାନକୁ ନେଇ କୋହଳ କରିବେ ତାହା ଦେଖିବା ବାକି ରହିଲା ।
Published by:Lipina Das
First published:
)}