ATM ପରି ATG ମେସିନରୁ ମିଳିବ ଖାଦ୍ୟଶସ୍ୟ: ଖାଦ୍ୟ ମନ୍ତ୍ରୀ ଅତନୁ ସବ୍ଯସାଚୀ

ଟଙ୍କା ପରି ଅଟୋମେଟିକ ମେସିନରୁ ମିଳିବ ଖାଦ୍ୟଶସ୍ୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ଯସାଚୀ।

ATM ପରି ATG ମେସିନରୁ ମିଳିବ ଖାଦ୍ୟଶସ୍ୟ (ପ୍ରତୀକାତ୍ମକ ଛବି)

ATM ପରି ATG ମେସିନରୁ ମିଳିବ ଖାଦ୍ୟଶସ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଏଟିଏମ୍ ପରି ହେବ ଏଟିଜି । ଟଙ୍କା ପରି ଅଟୋମେଟିକ ମେସିନରୁ ମିଳିବ ଖାଦ୍ୟଶସ୍ୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ଯସାଚୀ।

ଖାଦ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟବସ୍ଥା ପାଇଲଟ ଭାବେ ଭୁବନେଶ୍ବରରୁ ଆରମ୍ଭ ହେବ। ଏଥିପାଇଁ ସ୍ଵତନ୍ତ୍ର କୋଡ କାର୍ଡ଼ର ବ୍ୟବସ୍ଥା କରାଯିବ। ସରକାର ଏ ନେଇ ଯୋଜନା କରୁଛନ୍ତି।

ଆହୁରି ମଧ୍ୟ ଖାଦ୍ୟ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶସ୍ୟ ପହଞ୍ଚିବାର ସରକାର ବ୍ୟବସ୍ଥା କରୁଛନ୍ତି।

ଆଜି ବିଧାନସଭାରେ ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୨୯  ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳିକରଣ କରାଯାଉଛି।

ବିନା ସୁଧରେ ଚାଷୀଙ୍କୁ ଋଣ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ।
Published by:Soumya Das
First published: