ଭୁବନେଶ୍ୱର: ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ଫେରାର୍ ହୋଇଥିଲା, ଧରା ପଡ଼ିଲା

ନିଜ ଅପହରଣ ନାଟକ କରିଥିବା ଫୁଡ୍ ଡେଲିଭରି ବୟ ପତିତପାବନ ପୃଷ୍ଟି ବର୍ଷେ ତଳେ ପ୍ରେମ ବିବାହ କରିଥିଲା ଓ ସ୍ତ୍ରୀ ସହ ଭଡ଼ାରେ ରହୁଥିଲା । ତା’ ସହ ମଧ୍ୟ ପ୍ରଦେଶରେ ଠାବ ହୋଇଥିବା ଯୁବତୀର ପରିବାର କହିଛି ସେ ଏହି ଯୁବତୀକୁ ଅପହରଣ କରିନେଇଛି ।

ନିଜ ପତ୍ନୀ ସହ ପତିତପାବନ; (ଡାହାଣ) ମଧ୍ୟ ପ୍ରଦେଶରେ ପ୍ରେମିକା ସହ ପତିତପାବନ

ନିଜ ପତ୍ନୀ ସହ ପତିତପାବନ; (ଡାହାଣ) ମଧ୍ୟ ପ୍ରଦେଶରେ ପ୍ରେମିକା ସହ ପତିତପାବନ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଫୁଡ୍‌ ଡେଲିଭରି ବୟ ପତିତପାବନ ପୃଷ୍ଟି (୨୯) ‘‘ଅପହରଣ’’ ଘଟଣାରେ ନୂଆ ମୋଡ଼ ଆସିଛି । ସୋମବାର ଦିନ ମଧ୍ୟ ପ୍ରଦେଶରେ ଏକ ରେଳ ଷ୍ଟେସନରୁ ରେଳବାଇ ପୋଲିସ ପତିତପାବନକୁ ଠାବ କରି ଅଟକ ରଖିଛି । ପତିତପାବନଙ୍କ ସାଙ୍ଗରେ ଜଣେ ଯୁବତୀଙ୍କୁ ମଧ୍ୟ ଅଟକ ରଖି କମିସନରେଟ ପୋଲିସକୁ ଅବଗତ କରାଇଛି ମଧ୍ୟ ପ୍ରଦେଶ ରେଳବାଇ ପୋଲିସ । ପତିତପାବନକୁ ନିଜ ହେଫାଜତକୁ ଆଣିବାକୁ ମଙ୍ଗଳବାର ଧଉଳି ଥାନା ପୋଲିସ ମଧ୍ୟ ପ୍ରଦେଶ ଯାଇଛି ।

ପତିତପାବନ ବର୍ଷେ ତଳେ ପ୍ରେମ ବିବାହ କରିଥିଲା ଓ ସ୍ତ୍ରୀକୁ ନେଇ ନୂଆଗାଁରେ ଭଡ଼ାରେ ରହୁଥିଲା । ମଧ୍ୟ ପ୍ରଦେଶରେ ତା’ ସହ ଠାବ ହୋଇଥିବା ଯୁବତୀ ଜଣକ ତା’ ପ୍ରେମିକା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଯୁବତୀଙ୍କ ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ଉଭୟ ପରସ୍ପରକୁ ବହୁ ଦିନରୁ ଜାଣିଛନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି।

ଏହା ବି ପଢ଼ନ୍ତୁ | ଅଭିନେତା ରଜତ ବେଦୀଙ୍କ କାର୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ପୋଲିସ FIR ରୁଜୁ କଲା

‘‘ଧଉଳି ଥାନାରେ ଅପହରଣ ନେଇ ଅଭିଯୋଗ ଆସିବା ପରେ ଆମେ ସବୁ ରେଳ ଷ୍ଟେସନକୁ ଅବଗତ କରିବା ସହ ପତିତପାବନର ଫଟୋ ଜାରି କରିଥିଲୁ । ସୋମବାର ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ଏକ ଷ୍ଟେସନରୁ ଆମକୁ ଫୋନ୍‌ ଆସିଥିଲା । ଧଉଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ଆମ ଟିମ୍‌ ମଧ୍ୟ ପ୍ରଦେଶ ଯାଇଛି । ବୁଧବାର ଟିମ ଭୁବନେଶ୍ୱରରେ ପହଞ୍ଚିବା ପରେ ଅପହରଣ ନାଟକ ପଛର କାରଣ ସ୍ପଷ୍ଟ ହେବ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୁବରାଜ ସିଂଙ୍କ Ex-ଗର୍ଲଫ୍ରେଣ୍ଡ୍କିମ୍ଶର୍ମାଙ୍କ ସହ ଏବେ ଟେନିସ୍ଖେଳାଳି ଲିଆଣ୍ଡର୍ ପେସଙ୍କ ପ୍ରେମ ଚାଲିଛି

ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ମିଳିବା ପରେ କମିଶନରେଟ୍‌ ପୋଲିସ ଜାଣିପାରିଥିଲା ଯେ ଏହା ଅପହରଣ ନ ଥିଲା । ‘‘ଆମେ ଅପହରଣ ପଛରେ କିଛି ରହସ୍ୟ ଥିବା ସନ୍ଦେହ କରୁଥିଲୁ । ବିଶେଷ କରି ପତିତପାବନକୁ ଅପହରଣ କରିଥିଲେ ଅପହରଣକାରୀମାନେ ତା’ ମୋବାଇଲ ଫୋନ୍‌ କେମିତି ନେଇ ନ ଥିଲେ ତାହା ଆମ ସନ୍ଦେହ ବଢ଼ାଇଥିଲା । ପୁଣି ସୋମବାର ଦିନ ଗୋପ ଥାନାରେ ଜଣେ ଯୁବତୀଙ୍କ ପରିବାର ଅଭିଯୋଗ କରିଥିଲେ ଯେ ପତିତପାବନ ତାଙ୍କ ଝିଅକୁ ଅପହରଣ କରିଛି । ତେଣୁ ଆମେ ସ୍ପଷ୍ଟ ହୋଇଥିଲୁ ଯେ ଅପହରଣ ଏକ ନାଟକ ଥିଲା,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

ସୂଚନା ଅନୁସାରେ ଗତ ଶନିବାର ରାତିରେ ପତିତପାବନ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ରାତି ୯ଟା ସମୟରେ ଫୋନ୍‌ କରି ନିଜ ସ୍ତ୍ରୀକୁ କହିଥିଲା ଯେ ତାଙ୍କ ବାଇକ୍‌ ଖରାପ ହୋଇଯାଇଛି । ସେ ସୁନ୍ଦରପଦା-ସାପୁର୍‌ ରାସ୍ତାରେ ଅଛି ଓ ଘରକୁ ଫେରିବାରେ ବିଳମ୍ବ ହେବ ବୋଲି କହିଥିଲା । ହେଲେ ରାତି ୧୧ଟା ବେଳେ ସ୍ତ୍ରୀଙ୍କ ହ୍ଵାଟ୍ସଆପକୁ ଏକ ଭଏସ୍‌ ରେକର୍ଡ଼ିଂ ପଠେଇ ସେ କହିଥିଲା ଯେ ତାଙ୍କୁ କିଛି ଲୋକ ମାଡ଼ ମାରି ଅପହରଣ କରୁଛନ୍ତି । ଏକ ଡାଲା ଅଟୋର ପଛରେ ତାଙ୍କୁ ମାଡ଼ ମାରିବା ସହ ଛୁରୀ ଭୁସିଦେଇଛନ୍ତି ବୋଲି ସେ ଏହି ଭଏସ୍‌ ରେକର୍ଡ଼ିଂରେ କହିଥିଲା । ସେ ଏବେ ଧଉଳି ପାଖାପଖି ଅଛି ବୋଲି ବି କହିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିନା ଅମ୍ବାନୀ ସାନ ପୁଅର ଜନ୍ମ ଦିନରେ ପରିବାରର ଆଲବମରୁ କିଛି ବିରଳ ଫଟୋ ଶେୟାର୍ କଲେ

ଧଉଳି ଥାନାରେ ପତିତପାବନଙ୍କ ପତ୍ନୀ ଅହଲ୍ୟା ପୃଷ୍ଟି ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରବିବାର ସକାଳୁ ପୋଲିସର ଏକ ଟିମ୍‌ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲା । ନୂଆଗାଁ ନଈ ପଠାରୁ ପତିତପାବନଙ୍କ ସାର୍ଟ, ଚପଲ, ପର୍ସ ଓ ଏକ ଛୁରୀ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ବୁଦା ଓ ବିଲ ଆଦି ସ୍ଥାନରେ ପୋଲିସ ଖାନତଲାସୀ କରିଥିଲେ ବି କିଛି ସୁରାକ ମିଳି ନ ଥିଲା ।



ପତିତପାବନର ପତା ମିଳିଲା ପରେ ତାଙ୍କ ପତ୍ନୀ କହିଛନ୍ତି, ‘‘ମୋ ସ୍ୱାମୀଙ୍କୁ ଏଭଳି ନାଟକ କରିବାକୁ ବାଧ୍ୟ କରାଯାଇଥିବ । ଅପହରଣ ନାଟକ ପଛରେ ସାଙ୍ଗରେ ଥିବା ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ହାତ ରହିଛି । ତେଣୁ ଏଥିରେ ମୋ’ ସ୍ଵାମୀଙ୍କର କୌଣସି ଭୂମିକା ନାହିଁ ।’’
Published by:Anand S.T. Das
First published: