ପୁଣି ମାତିଲେ ସାରଥୀ ଭକ୍ତ, ନାଚଗୀତ ସହ କମ୍ପିଲା ଗାଁ ଦାଣ୍ଡ

 ପୁଣି ମାତିଲେ ସାରଥୀ ଭକ୍ତ

ପୁଣି ମାତିଲେ ସାରଥୀ ଭକ୍ତ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ମାଲକାନଗିରି : ପୁଣି ଏକାଠି ହେଲେ ସାରଥୀ ଭକ୍ତ, ନାଚଗୀତ ସହ କମ୍ପିଲା ଗାଁ ଦାଣ୍ଡ। ଏଥର କେନ୍ଦ୍ରାପଡ଼ା କି ରାଜଧାନୀ ନୁହେଁ, ଏଥର ମାଲକାନଗିରିରେ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବରଜା ଗ୍ରାମରେ। ଗାଁର ଜଣେ ବ୍ୟକ୍ତିଙ୍କ ପୁଅ ଜନ୍ମଦିନରେ ସାରଥୀଙ୍କ ପାଦୁକା ଯାତ୍ରା ସହ ସତସଙ୍ଗର ଆୟୋଜନ ହୋଇଛି।

ପ୍ରଶାସନଠାରୁ ଅନୁମତି ମଧ୍ୟ ଅଣାଯାଇଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ପ୍ରଶାସନର ଅନୁମତି ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରୁ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା। କୋୟା ଓ ବଣ୍ଡା ନୃତ୍ୟର ତାଳେ ତାଳେ ଅନୁଷ୍ଠିତ ହୋଇଥିଲା କଳସ ଯାତ୍ରା । ସଂଧ୍ୟାରେ ପାଦୁକା ପୂଜା ସହ ପ୍ରବଚନ ମଧ୍ୟ ଆୟୋଜନ ହୋଇଥିଲା। ରାଜ୍ୟର ସବୁ ଜିଲ୍ଲାରୁ ସାରଥୀ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାରେ ହଜାର ହଜାର ଭକ୍ତଙ୍କ ସମାଗମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ସମସ୍ତଙ୍କୁ ଚକିତ କରିଛି ।

କିଛି ଦିନ ତଳେ ଚର୍ଚ୍ଚିତ ସାରଥୀ ବାବାଙ୍କ ଭକ୍ତ ମାନଙ୍କ ଦ୍ୱାରା ଆୟୋଜିତ ପୂଜାର୍ଚ୍ଚନା ସଭାରେ ପୋଲିସର ଚଢ଼ାଉ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟାଲ ଛକ ନିକଟରେ । ସେଠାରେ ରହୁଥିବା ଜଣେ ସାରଥୀ ଭକ୍ତ ପ୍ରଶାନ୍ତ ବାରିକ ତାଙ୍କ ଘରେ ଅନ୍ୟ ଭକ୍ତମାନଙ୍କୁ ଡାକି ଏକ ପୂଜାର୍ଚ୍ଚନା କର୍ଯ୍ୟକ୍ରମ ଆୟୋଜନ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚି ପୂଜାର୍ଚ୍ଚତା ବନ୍ଦ କରିଥିବା ସହ ସେଠାରେ ଥିବା ସାରଥୀ ଭକ୍ତମାନଙ୍କୁ ଘଉଡ଼ାଇଥିଲା ।

ତେବେ ସାରଥୀଙ୍କୁ ଜାମିନ୍‌ ଦେବା ପାଇଁ ହାଇକୋର୍ଟ ବିଭିନ୍ନ ସର୍ତ୍ତ ରଖିଥିଲେ । ସର୍ତ୍ତରେ ରାଜି ହେବା ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ସର୍ତ୍ତ ଥିଲା ଯେ, ସାରଥୀଙ୍କର କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ ।
Published by:Sujit Swain
First published: