ଭାରତର ପୁରାଣ ଓ ଶାସ୍ତ୍ର ଏକ ହିତକର ପରିବେଶରେ ବଞ୍ଚିବାକୁ ଭିତ୍ତିଭୂମି ଯୋଗାଇଛି: ରାଜ୍ୟପାଳ

ପୁରାଣ, ଶାସ୍ତ୍ର, ମିଥ୍ ଆଦି ଏକ ହିତକର ପରିବେଶ ଓ ପରିସ୍ଥିତିରେ ବଞ୍ଚିବା ପାଇଁ ଭିତ୍ତିଭୂମି ପ୍ରଦାନ କରିଆସିଛି ବୋଲି କହିଛନ୍ତି ରାଜ୍ଯପାଳ ଗଣେଶୀ ଲାଲ ।

ଫକୀର ମୋହନ ବିଶ୍ୱବିଦ୍ୟାଳୟ  ୨୪ ତମ ପ୍ରତିଷ୍ଠା ଦିବସ ପାଳନ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ୨୪ ତମ ପ୍ରତିଷ୍ଠା ଦିବସ ପାଳନ

  • Share this:
News 18 Digital

ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏହାର ୨୪ ତମ ଫାଉଣ୍ଡେସନ ଦିବସ ପାଳନ କରିଛି। ନେଇ କ୍ୟାମ୍ପସ ମଧ୍ୟରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାମହିମ ରାଜ୍ୟପାଳ ଗଣେଶ୍ରୀ ଲାଲ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ବ୍ୟାସ ଗୌରବ ସମ୍ମାନ ଓ ପ୍ରସିଦ୍ଧ ତାମିଲ ଲେଖକ ପେରୁମଲ ମୁରଗାନଙ୍କୁ ଫକୀର ମୋହନ ରାଷ୍ଟ୍ରୀୟ ସାହିତ୍ୟ ସମ୍ମାନ ୨୦୨୨ ପୁରସ୍କାର ପ୍ରଦାନ କରାଯାଇଥିଲା।

"ମଣିଷ ବିବର୍ତ୍ତନବାଦର ଚରମ ପ୍ରତିଶ୍ରୁତି ବୋଲି କହି ସାଧନା ଓ ସ୍ୱାଭିମାନ ବଳରେ ସେ ଅତୁଳନୀୟ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ହୋଇ ପାରିବ ବୋଲି ମତ ଦେଇଥିଲେ ରାଜ୍ୟପାଳ । ଭାରତବର୍ଷର ପୁରାଣ, ଶାସ୍ତ୍ର, ମିଥ୍ ଆଦିରେ ବିଶ୍ୱକୁ ଦୃଷ୍ଟାନ୍ତ ଯୋଗାଇବା ଉପଯୋଗୀ କଥନିକା ଲିପିବଦ୍ଧ ହୋଇଛି। ଏଗୁଡ଼ିକ ଶାଶ୍ଵତ ଓ ସୁନ୍ଦର ତଥା ଏକ ହିତକର ପରିବେଶ ଓ ପରିସ୍ଥିତିରେ ବଞ୍ଚିବା ପାଇଁ ଭିତ୍ତିଭୂମି ପ୍ରଦାନ କରିଆସିଛି ଓ ସେସବୁ ଆମ ମୌଳିକ ଶିକ୍ଷାର ଆଧାର ହେବା ଉଚିତ ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ।

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବର୍ତ୍ତମାନ ଧାନ, ପାନ, ମୀନ ସହିତ ଅନ୍ୟାନ୍ୟ ବିଷୟରେ ପ୍ରୋଜେକ୍ଟ ଆଣି ମୂଲ୍ୟବୋଧ ଭିତ୍ତିକ ଗବେଷଣାକୁ ପ୍ରାଥମିକତା ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ଏଥି ସହିତ କ୍ରୀଡ଼ା, ସ୍ୱାସ୍ଥ୍ୟ, ଶିକ୍ଷା ତଥା ଜ୍ଞାନବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରାଥମିକ ସ୍ତରରୁ ଗୁରୁତ୍ଵ ଦିଆଯାଉଥିବା କଥା ସେ ପ୍ରକାଶ କରିଥିଲେ।

ସାଂସଦ ଶ୍ରୀଯୁକ୍ତ ପ୍ରତାପ୍ ଚନ୍ଦ୍ର ଷଡଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶା ବୀର ପୁରୁଷ ପ୍ରସବିନୀ ମାଟି, ଦେଶ ତଥା ରାଷ୍ଟ୍ର ହିତରେ ଜୀବନ ବଞ୍ଚି ମଣିଷ ଏଠି ମହାନ୍ ହୋଇଯାଏ ବୋଲି କହିବା ସହିତ ଏକ ସମରାଷ୍ଟ୍ର ନିର୍ମାଣର ସ୍ଵପ୍ନ ନେଇ ବିଶ୍ଵବିଦ୍ୟାଳୟରୁ ବିଦ୍ୟାର୍ଥୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଜ୍ଞାନ ବିଜ୍ଞାନର ଉପଯୋଗ କରିପାରିଲେ ଶ୍ରମ ସାର୍ଥକ ହେବ ଓ ଏହି ଅନୁଷ୍ଠାନ ସୁନାମ ଅର୍ଜନ କରିପାରିବ ବୋଲି ସେ କହିଥିଲେ ।

ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର ବିଶ୍ଵବିଦ୍ୟାଳୟ ଆମ ଜାତୀୟ ଜୀବନର ଅସ୍ମିତା, ଏଠାରେ ବିଶ୍ୱସ୍ତରୀୟ ଜ୍ଞାନ ଚର୍ଚାର ଅବସର ରହିଛି ବୋଲି କହିଥିଲେ।

ତାମିଲ୍ ଭାଷାର ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପେରୁମାଲ୍ ମୁରୁଗାନ୍ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଓ ତାମିଲ୍ ଭାଷାର ସମ୍ପର୍କ ତଥା ଭାଷା ପରିବାର ବିଷୟରେ ସଂକ୍ଷିପ୍ତ ପରିଚୟ ଦେଇ ବକ୍ତବ୍ୟ ଆରମ୍ଭ କରି ଆଜି ତାଙ୍କୁ ସମ୍ମାନିତ କରାଯାଉଥିବା ହେତୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ପ୍ରତିଷ୍ଠା ଦିବସ ପାଳନ କରିବାର ତାତ୍ପର୍ଯ୍ୟ ତଥା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ପ୍ରାଶାସନିକ ଶ୍ରୀଯୁକ୍ତ ସଂଜୀବ କୁମାର ହୋତା ଫକୀର ମୋହନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ରବୀନ୍ଦ୍ର ଦାସଙ୍କ ଠାରୁ ଆରମ୍ଭ କରି କବି ବ୍ରଜନାଥ ରଥଙ୍କ ପର୍ଯ୍ୟନ୍ତ ସମସ୍ତେ ବହୁ ଶ୍ରମଦାନ କରିଛିନ୍ତି ବୋଲି କହି ସେମାନଙ୍କ ବଳିଦାନ ଓ ମହତ୍ତ୍ୱକୁ ସ୍ମରଣ କରିଥିଲେ ।

ଏହି ଅବସରରେ ଦେବେନ୍ଦ୍ର ଆଚାର୍ଯ୍ୟ ଓ ପୂଜାରାଣୀ ବେହେରାଙ୍କୁ ବେଷ୍ଟ୍ ଭଲ୍ଯୁଣ୍ଟର ପାଇଁ ଏନ୍ ଏସ୍ ଏସ୍ ପୁରସ୍କାର ଓ ଗୌରାଙ୍ଗ ପିଲା ଓ ପଙ୍କଜିନୀ ଦାସଙ୍କୁ ବେଷ୍ଟ୍ ପ୍ରୋଗ୍ରାମ୍ ଅଫିସର୍ ରୂପେ ୨୦୨୧-୨୨ ମସିହା ପାଇଁ ଏନ୍ ଏସ୍ ଏସ୍ ଅୱାର୍ଡରେ ସମ୍ମାନିତ କରାଯାଇଥିଲା। ସେହିପରି ଶ୍ରୀ ବିଶ୍ଵନାଥ ସାହୁଙ୍କୁ ୨୦୨୧ ମସିହାର ବେଷ୍ଟ୍ ପି. ଜି. ଛାତ୍ର ରୂପେ ପ୍ରଫେସର ଇନ୍ଦ୍ରମଣି ପତି ସ୍ଵର୍ଣ୍ଣପଦକ, ଡାକ୍ତର ଦିଲ୍ଲୀପ କୁମାର ବେହେରାଙ୍କୁ “ଫକୀର ମୋହନ ଯୁବ ଲେଖକ ସମ୍ମାନ” ୨୦୨୨ (କବିତା ବାରିକ ପ୍ରଦତ୍ତ), ବୈଜ୍ଞାନିକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଓ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ “ବ୍ୟାସ ଗୌରବ ସମ୍ମାନ” ୨୦୨୨ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ତାମିଲ୍ ଭାଷାର ଲେଖକ ଶ୍ରୀଯୁକ୍ତ ପେରୁମାଲ୍ ମୁରୁଗାନ୍ ଙ୍କ “ଫକୀର ମୋହନ ଜାତୀୟ ସାହିତ୍ୟ ପୁରସ୍କାର” ୨୦୨୨ ରେ ସମ୍ମାନିତ କରାଯାଇଥିଲା।

ଏହାପୂର୍ବରୁ ଫାଉଣ୍ଡେସନ ଦିବସ ପାଳନ ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳୟ (ଶାନ୍ତି କାନନ) ଙ୍କ ଜନ୍ମ ସ୍ଥାନରୁ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ପର୍ଯ୍ୟନ୍ତ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।
Published by:Soumya Das
First published: