ଆସୁଛି ବନ୍ୟା; ବଢୁଛି ମହାନଦୀ ଜଳସ୍ତର.. ଭୟରେ ତଳିଆ ଅଞ୍ଚଳ ଲୋକ

ମହାନଦୀର ଉପରମୁଣ୍ଡରେ ଗତ ଦୁଇଦିନ ହେଲାଣି ପ୍ରବଳ ବର୍ଷା ହୋଇଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ରାଜ୍ୟର ୪ ଜିଲ୍ଲା ପାଇଁ ରେଡ୍ ଏବଂ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ସାତୋଟି ଜିଲ୍ଲାର ୭ ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛି ।

ବଢୁଛି ମହାନଦୀ ନଦୀର ଜଳସ୍ତର,

ବଢୁଛି ମହାନଦୀ ନଦୀର ଜଳସ୍ତର,

  • Share this:
News 18 odia Digital

ଭୁବନେଶ୍ୱର; ଓଡ଼ିଶାରେ ଲାଗି ରହିଥିବା ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସୂଚନା ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ଗତ ଦୁଇଦିନ ହେଲାଣି ପ୍ରବଳ ବର୍ଷା ହୋଇଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ରାଜ୍ୟର ୪ ଜିଲ୍ଲା ପାଇଁ ରେଡ୍ ଏବଂ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ ୧୫ ତାରିଖ ସକାଳେ ମହାନଦୀରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ଇଞ୍ଜିନିୟର ବିଜୟ କୁମାର ମିଶ୍ର କହିଛନ୍ତି । ଡ୍ୟାମ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଶନିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୩ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ୩, ୪୮,୭୬୦ କ୍ୟୁସେକ ନିଷ୍କାସିତ ହେଉଥିଲା । ଗତ ତିନି ଦିନ ଧରି ପ୍ରବଳ ବର୍ଷା ହେତୁ ବାମ ପାର୍ଶ୍ୱରେ ୧୬ ଫାଟକ ଏବଂ ଡାହାଣ ପାର୍ଶ୍ୱରେ ଆଠଟି ବନ୍ୟା ଜଳ ନିଷ୍କାସିତ ହେଇଥିଲା । ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ସାତୋଟି ଜିଲ୍ଲାର ୭ ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛି । ସେମାନେ ଜିଲ୍ଲାକୁ ଯାଇ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି କାର୍ଯ୍ୟ କରିବେ ବୋଲି ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ସନ୍ଧ୍ୟା ୭ଟାରେ ପୁଣି ଆହୁରି ୪ଟି ଗେଟ୍ ଖୋଲାଯାଇଥିଲା। ଏଭଳି ସର୍ବ ମୋଟ ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳ ପ୍ରବେଶ ମାତ୍ରା ଆହୁରି ବଢ଼ିବା‌ ଆଶଙ୍କା ରହିଛି ।

ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬. ୮୭ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୪,୩୯,୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ଜଳଭଣ୍ଡାରରୁ ସର୍ବମୋଟ ୫, ୬୩, ୮୦୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏହାର ପ୍ରଭାବରେ ହୀରାକୁଦ ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଏହି ସମୟରେ କଟକ ଜିଲ୍ଲା କଲେକ୍ଟର ଭବାନୀ ଶଙ୍କର କହିଛନ୍ତି ଯେ ଯଦି ଏହା ଘଟେ ତେବେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ କଟକ ପ୍ରସ୍ତୁତ ଅଛି । “ଜିଲାରେ ୨୫ ସ୍ଥାୟୀ ଆଶ୍ରୟ ଗୃହ ଏବଂ ୫୩୬ ଅସ୍ଥାୟୀ ଆଶ୍ରୟ ଗୃହ ଅଛି। ଆବଶ୍ୟକ ସ୍ଥଳେ ରିଲିଫ୍ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ୨୫ଟି ପାୱାର ମୋଟର ଡଙ୍ଗା ରଖିଛି । "

ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ମଧ୍ୟ ଜଳସ୍ତର ବଢ଼ି ଚାଲିଛି । ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ଆହରୁି ବର୍ଷା ହେବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକରେ ମଧ୍ୟ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
Published by:Soumyashree Mishra
First published: