ବନ୍ୟା କ୍ଷୟକ୍ଷତି ରିପୋର୍ଟ; ବିରୋଧୀଙ୍କୁ ଜବାବ ଦେଲେ ସରକାରୀ ଦଳ ମୂଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି

ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାବେଳେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ସରକାରୀ ଦଳ ମୂଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

ବନ୍ୟା କ୍ଷୟକ୍ଷତି ରିପୋର୍ଟ; ବିରୋଧୀଙ୍କୁ ଜବାବ ଦେଲେ ସରକାରୀ ଦଳ ମୂଖ୍ୟ ସଚେତକ

ବନ୍ୟା କ୍ଷୟକ୍ଷତି ରିପୋର୍ଟ; ବିରୋଧୀଙ୍କୁ ଜବାବ ଦେଲେ ସରକାରୀ ଦଳ ମୂଖ୍ୟ ସଚେତକ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାବେଳେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ସରକାରୀ ଦଳ ମୂଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବନ୍ୟା କ୍ଷଯକ୍ଷତି ଆକଳନ ସଠିକ ଢଙ୍ଗରେ ହୋଇଛି । ଯେଉଁ ରିପୋର୍ଟ ଆସିଛି ତାକୁ ନେଇ ସରକାର ଘୋଷଣା କଲେ । ବିରୋଧୀଙ୍କ ଅଭିଯୋଗରେ ବାସ୍ତବତା ନାହିଁ । ଶ୍ୱେତପତ୍ର କାହିଁକି ଜାରିହେବ । ତେବେ ସରକାରଙ୍କ ରିପୋର୍ଟକୁ ନେଇ ଯଦି କାହାର କୌଣସି ଆପତ୍ତି ଥାଏ ସରକାରଙ୍କ ଦୃଷ୍ଟି ଆଣିବାରେ କିଛି ଅସୁବିଧା ନାହିଁ । ତେବେ କ୍ଷଯକ୍ଷତିର ଯେଉଁ ଆକଳନ ହୋଇଛି ତାହା ଗ୍ରାଉଣ୍ଡ ରିପୋର୍ଟ ସର୍ଭେ ଆଧାରରେ ହୋଇଛି । ସର୍ଭେ ଠିକ ଅଛି । ଲୋକଙ୍କ ପାଖରେ ଠିକ ସମୟରେ କ୍ଷତି ପୂରଣ ପହଞ୍ଚିବ । ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ । ସେମାନେ ଗ୍ରାଉଣ୍ଡକୁ କେହି ଯାଇଛନ୍ତି ନା ନାହିଁ ତାକୁ ନେଇ ସନ୍ଦେହ ଅଛି ।

ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ବର୍ଷିଥିଲେ ଉଭୟ ବିଜେପି ଏବଂ କଂଗ୍ରେସ । ଏ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ ଦାବି କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟରେ କୁହାଯାଇଛି ବନ୍ୟାରେ ୧୪୨୩୫ ବାସଗୃହ, ୩୩ % ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଗତ ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଟି ଜିଲ୍ଲାରେ ବ୍ୟାପାର କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନେ ରିପୋର୍ଟ ପ୍ରଦାନ କରିଛନ୍ତି । ଯାହା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ରାଶି ଘୋଷଣା ହୋଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବନ୍ୟା ପରିଚାଳନାରେ ସମ୍ପୂର୍ଣ ଫେଲ ମାରିଛନ୍ତି ରାଜ୍ୟ ସରକାର । ଏବେ ସରକାର ଯେଉଁ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ତାହା ତରବରିଆ ଭାବେ ତିଆରି ହୋଇଛି । ୧୨୮ କୋଟି ଟଙ୍କା ସହାୟତା ରାଶି ଘୋଷଣା ସମ୍ପୂର୍ଣ ତ୍ରୁଟିପୂର୍ଣ୍ଣ କେତେବେଳେ ସର୍ଭେ କଲେ ସରକାର, କୋଉ ସରକାରୀ ଅଫିସରୀ ବୁଲି କେଉଁ ଅଂଚଳ ବୁଲି କେବେ ସର୍ଭେ କଲେ । ସରକାର ଏକ ଶ୍ୱେତ ପତ୍ର ଜାରି କରନ୍ତୁ। ଯେଉଁଥିଲେ ନାମ, ଘର, ବ୍ଲକ ଆଦି କ୍ଷତିଗ୍ରସ୍ତଙ୍କ ତାଲିକା ବାହାର କରନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ବିଜେପି ସ୍ୱରରେ ସ୍ୱର ମିଳାଇଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ନବୀନ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ।
Published by:Soubhagya Mishra
First published: