ଜୟପୁରରୁ ଉଡିବ ବିମାନ; ବନ୍ଦରକୁ ମିଳିଲା ଏରୋଡ୍ରମ ଲାଇସେନ୍ସ

ଅନେକ ଦିନର ଆଶା ଆକାଂଖ୍ୟା ପୂରଣ ହୋଇଛି । କୋରାପୁଟର ଆଦିବାସୀ ଅଞ୍ଚଳକୁ ମିଳିବ ବିମାନ ସେବା । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫରୁ ଜୟପୁର ବିମାନ ବନ୍ଦରକୁ ଲାଇସେନ୍ସ ଦିଆଯାଇଛି ।

ଜୟପୁରରୁ ଉଡିବ ବିମାନ; ବନ୍ଦରକୁ ମିଳିଲା ଏରୋଡ୍ରମ ଲାଇସେନ୍ସ

ଜୟପୁରରୁ ଉଡିବ ବିମାନ; ବନ୍ଦରକୁ ମିଳିଲା ଏରୋଡ୍ରମ ଲାଇସେନ୍ସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଅନେକ ଦିନର ଆଶା ଆକାଂଖ୍ୟା ପୂରଣ ହୋଇଛି । କୋରାପୁଟର ଆଦିବାସୀ ଅଞ୍ଚଳକୁ ମିଳିବ ବିମାନ ସେବା । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫରୁ ଜୟପୁର ବିମାନ ବନ୍ଦରକୁ ଲାଇସେନ୍ସ ଦିଆଯାଇଛି । ଏହି ଖବର ଆସିବା ପରେ ସ୍ଥାନୀୟ ବାସିନ୍ଦା ଖୁସି ପ୍ରକଟ କରିଛନ୍ତି ।

ଉକ୍ତ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି ବିମାନ ଚଳାଚଳ କରୁନଥିଲା । ଯେଉଁ କାରଣରୁ ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିବା ସହ ବିମାନ ଚଳାଚଳ ପାଇଁ ଅନେକ ଦାବି ମଧ୍ୟ କରିଥିଲେ । ତେବେ ଜୟପୁରକୁ ଲାଇସେନ୍ସ ମିଳିବା ପରେ ଏହା ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବରେ ପରିଗଣିତ ହୋଇଛି । ପୂର୍ବରୁ ଭୁବନେଶ୍ୱର ଝାରସୁଗୁଡା ଏବଂ ରାଉରକେଲାକୁ ଏରୋଡ୍ରମ ଲାଇସେନ୍ସ ମିଳିଥିଲା । ଏବେ ଭାରତ ସରକାରଙ୍କର ଉଡାଣ ଯୋଜନାରେ ଜୟପୁର ବିମାନ ବନ୍ଦରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବିମାନଯାତ୍ରା ସମ୍ଭବ ହୋଇପାରିବ ।

ବିମାନବନ୍ଦର କାର୍ଯ୍ୟକ୍ଷମ ହେବାପରେ ଜୟପୁରକୁ ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଅନେକ ଲାଭ ମିଳିବ ବୋଲି କହିଛନ୍ତି ଅନେକ ବୁଦ୍ଧିଜିବୀ, ଶିଳ୍ପର ବିକାଶ ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ସୁଯୋଗ ମିଳିବ । ଏଥି ସହିତ ଅଞ୍ଚଳର ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ।

ତେବେ ଜୟପୁରକୁ ଲାଇସେନ୍ସ ମିଳିବା ପରେ ବିଧାୟକ ତାରା ବିହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୟପୁରୁ ବିମାନ ବନ୍ଦର ହେଉଛି ଏକ ପୁରୁଣା ବିମାନ ବନ୍ଦର, ଆଗରୁ ଏହା କାର୍ଯ୍ୟକ୍ଷମ କରାଇବା କଥା। ତଥାପି ବିଳମ୍ୱରେ କାର୍ଯ୍ୟକ୍ଷମ ହୋଇଥିବାରୁ ଆମେ ପଦକ୍ଷପକୁ ସ୍ୱାଗତ କରୁଛୁ । ଏଥିସହ କାର୍ଯ୍ୟକ୍ରମ କରାଇବା ପାଇଁ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ବିଧାୟକ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହାସହ ଭାରତୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଉଷା ପାଢୀ ମଧ୍ୟ ଟୁଇଟ୍ କରି ଖୁସିବ୍ୟକ୍ତ କରିଛନ୍ତି  । ତେବେ ଖୁବଶୀଘ୍ର  ଜୟପୁରରୁ ରାଜ୍ୟ ରାଜଧାନୀ ଓ ବିଭିନ୍ନ ପ୍ରାନ୍ତକୁ ବିମାନ ଚଳାଚଳ କରିବା ନେଇ ସେ ଆଶା ପ୍ରକଟ କରିଥିବା ଦେଖିବାକୁ ମିଳିଛି ।
Published by:Soubhagya Mishra
First published: