ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମନ୍ତ୍ରୀ ଉଷା ଦେବୀଙ୍କ ସହ ଶ୍ରୀକାନ୍ତ ସାହୁ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ରଙ୍ଗେଇଲୁଣ୍ଡାରୁ ବିମାନ ଉଡ଼ିଲା । ପ୍ରଥମ ଦିନରେ ବ୍ରହ୍ମପୁର ମେୟର, ଡ଼େପୁଟି ମେୟର, ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିମାନରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଯାତ୍ରା କଲେ ।

ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମନ୍ତ୍ରୀ ଉଷା ଦେବୀଙ୍କ ସହ ଶ୍ରୀକାନ୍ତ ସାହୁ

ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମନ୍ତ୍ରୀ ଉଷା ଦେବୀଙ୍କ ସହ ଶ୍ରୀକାନ୍ତ ସାହୁ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର: ବହୁ ପ୍ରତୀକ୍ଷାର ଅନ୍ତ ଘଟିବା ସହ ରଙ୍ଗେଇଲୁଣ୍ଡାରୁ (rangeilunda) ବିମାନ ଉଡ଼ିଲା । ଆଜି ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର (bhubaneswar) ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କରିଥିଲେ । ଭୁବନେଶ୍ବରରେ ବିମାନ ସେବାର ଶୁଭାରମ୍ଭ ପରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ମଧ୍ୟ ଯାତ୍ରୀମାନଙ୍କ ବିମାନ ସେବାର ଶୁଭାରମ୍ଭ କରିଥିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଭୁବନେଶ୍ବର ବିମାନ ବନ୍ଦରରୁ ୯.୩୦ ମିନିଟ୍ ସମୟରୁ ବିମାନ ବାହାରି ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ୧୦.୪୫ ମିନିଟ୍‌ ସମୟରେ ପହଞ୍ଚିଥିଲା । ଉକ୍ତ ବିମାନରେ ଭୁବନେଶ୍ବର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଚାରି ଜଣ ଛାତ୍ରୀ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ । ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବା ପରେ ଚାରି ଛାତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାସହିତ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଥିବା ବିମାନ ବନ୍ଦରର ଅନ୍ୟ ଏକ ଗେଟକୁ ଶୁଭାରମ୍ଭ କରିଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।

‘‘ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୮୦ ମସିହାରେ ରଙ୍ଗେଇଲୁଣ୍ଡାକୁ ଆସିଥିଲେ ନିଜ ବିମାନ ଡ଼ାକୋଟାରେ । ଆଉ ସେହି ସମୟରେ ସେ କହିଥିଲେ ଏହି ରଙ୍ଗେଇଲୁଣ୍ଡା ଷ୍ଟ୍ରିପକୁ ଏୟାର ଷ୍ଟ୍ରିପ୍ (airstrip) କରିବା ନିମନ୍ତେ ଉଦ୍ୟମ କରିବେ । ବିଜୁ ବାବୁଙ୍କ ଉଦ୍ୟମ ଓ ସ୍ବପ୍ନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିପାରିଛନ୍ତି ବୋଲି କହିଛନ୍ତି,‘‘ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ।

‘‘ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ମେଡ଼ିକାଲ ଓ ବ୍ୟବସାୟ କ୍ଷେତ୍ର ନିମନ୍ତେ ଲୋକେ ସହରକୁ ଆସିଥାନ୍ତି । ବର୍ତ୍ତମାନ ବିମାନ ସେବା ସହରକୁ ଯୋଡ଼ି ହେବା ପରେ ପର୍ଯ୍ୟଟନ, ବ୍ୟବସାୟିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ ବୋଲି କହିଛନ୍ତି,‘‘ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ‘‘ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଆ ଓ୍ବାନ ଏୟାରର ୯ ସିଟ୍‌ ବିଶିଷ୍ଟ ବିମାନ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ଚଳାଚଳ ହେବ । ପରବର୍ତ୍ତୀ ସମୟରେ ଏହାର ସିଟ୍‌ ବଢ଼ିବା ସହିତ ରାଜ୍ୟ ଅନ୍ୟ ସ୍ଥାନ ସହ ବାହାର ରାଜ୍ୟକୁ କିଭଳି ବିମାନ ଚଳାଚଳ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି,‘‘ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।

ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ୧୧.୦୫ ମିନିଟ୍‌ ସମୟରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲା ବିମାନ । ଆଉ ପ୍ରଥମ ଦିନରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ବିବେକ ରେଡ଼, ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ସିଏଚ. ଉଷାରାଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ ବିମାନରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବରକୁ ଯାଇଥିଲେ ।
‘‘ବିଭିନ୍ନ କ୍ଷେତ୍ରକୁ ନେଇ ଯଦି ଚିନ୍ତା କରାଯାଏ ଗଞ୍ଜାମ ଓ ବ୍ରହ୍ମପୁରରେ ଏକ ବିମାନ ବନ୍ଦରର ଆବଶ୍ୟକତା ରହିଥିଲା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି । ଆଉ ପ୍ରଥମ ଦିନର ବିମାନ ଉଡ଼ାଣରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବରକୁ ଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ସୁଯୋଗ ଦେଇଥିବା ଯୋଗୁଁ ବେଶ ଖୁସି ଥିବା କହିଛନ୍ତି,‘‘ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ।

‘‘ମେଡ଼ିକାଲ, ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବାକୁ ହେଲେ ଟ୍ରେନ କିମ୍ବା ବସ ଯୋଗେ ଯାତାୟତ ହେବାକୁ ପଡ଼ୁଥିଲା । ଯାହାକି ସମୟ ସାପେକ୍ଷ ହେଉଥିଲା । କିନ୍ତୁ ବର୍ତ୍ତମାନ ବିମାନ ଚଳାଚଳ ହୋଇଥିବା ଯୋଗୁଁ କମ ସମୟ ମଧ୍ୟରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ଯାତାୟତ କରିହେବ । ଏଭଳି ସୁବିଧା କରିଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରହ୍ମପୁର ବାସିନ୍ଦା,‘‘ ଆର ମୂରଲୀ ମୋହନ ।

ଏହି ଖବର ପଢନ୍ତୁ - http://ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନ ତେନ୍ଦୁଲକରଙ୍କ ବିଶାଳକାୟ ପ୍ରତିମୂର୍ତ୍ତି

ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ଆସିଥିବା ଚାରି ଜଣ ଛାତ୍ରୀ ମଧ୍ୟ ପ୍ରଥମ ଥର ନିମନ୍ତେ ବିମାନରେ ବସିଥିବା ଯୋଗୁଁ ବେଶ୍ ଖୁସି ଥିଲେ । ବିଭିନ୍ନ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ କମ ସମୟ ମଧ୍ୟରେ ଭୁବନେଶ୍ବରରୁ ବ୍ରହ୍ମପୁରକୁ ଆସି ହେବ । ଏଭଳି ସୁବିଧା ସବୁ ବର୍ଗର ଲୋକଙ୍କୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଛାତ୍ରୀମାନେ । ପୂର୍ବରୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ବିମାନ ଚଳାଚଳ ନିମନ୍ତେ କେବଳ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ମୁଖ୍ୟମନ୍ତ୍ରୀ ସହ ମାନ୍ୟଗଣ୍ୟ ଅତିଥି ମାନଙ୍କ ଆଗମନ କ୍ଷେତ୍ରରେ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ସପ୍ତାହରେ ଦୁଇ ଥର ସର୍ବସାଧାରଣଙ୍କ ନିମନ୍ତେ ରଙ୍ଗେଇଲୁଣ୍ଡା-ଭୁବେନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ନିମନ୍ତେ ବ୍ୟବହାର କରାଯିବ ।
Published by:Soubhagya Mishra
First published: