ଭୁବନେଶ୍ୱରରେ ୫ ବର୍ଷର ବାଳକକୁ ହତ୍ୟା କରି ‘ଆତ୍ମହତ୍ୟା’ ଉଦ୍ୟମ କଲେ ପଡ଼ୋଶୀ ମହିଳା

ତନୁଶ୍ରୀଙ୍କ ଘର ଚଟାଣରେ ପଡ଼ି ରହିଥିଲା ଅବୋଧ ବାଳକ ସାଇରାମ୍ । ତା’ ବେକରେ ଏକ ଓଢ଼ଣୀ ଲାଗିଥିଲା ଓ ପାଟିରୁ ରକ୍ତ ବାହାରୁଥିଲା । ତା’ ପାଖରେ ତନୁଶ୍ରୀ ମଧ୍ଯ ଏକ ଖଟ ଉପରେ ଅଚେତ ଅବସ୍ଥାରେ ପଡ଼ିଥିଲେ l

ଭୁବନେଶ୍ୱରରେ ୫ ବର୍ଷର ବାଳକକୁ ହତ୍ୟା କରି ‘ଆତ୍ମହତ୍ୟା’ ଉଦ୍ୟମ କଲେ ପଡ଼ୋଶୀ ମହିଳା
ନିଜ ପଡ଼ୋଶୀ ତନୁଶ୍ରୀଙ୍କ ଘରେ ସାଇରାମ ପାତ୍ର ମୃତ ଅବସ୍ଥାରେ ମିଳିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାତ୍ର ପାଞ୍ଚ ବର୍ଷର ଅବୋଧ ବାଳକକୁ ହତ୍ୟା କଲା ଜଣେ ପଡ଼ୋଶୀ ମହିଳା । ଜୀବନ କଣ ବୋଲି ଜାଣି ନ ଥିବା ଶିଶୁର ଏମିତି କଣ ଭୁଲ ଥିଲା ଯେ ପଡୋଶୀ ଘରକୁ ଖେଳିବାକୁ ଯାଇଥିବାବେଳେ ତାକୁ ହତ୍ୟା କରିଦିଆଗଲା? ରାଜଧାନୀ ଭୁବନେଶ୍ୱରରେ ୫ ବର୍ଷର ବାଳକର ମୃତ୍ୟୁ ଘଟଣାରେ ଏଭଳି ଅନେକ ପ୍ରଶ୍ନକୁ ନେଇ ଲାଗିରହିଛି ସସପେନ୍ସ l

ବୁଧବାର ଅପରାହ୍ଣରେ ଖଣ୍ଡଗିରି ଥାନା ରାଜୀବ ନଗରରେ ହତ୍ୟାର ଶିକାର ହୋଇଛି ସମୀର କୁମାର ପାତ୍ରଙ୍କ ୫ ବର୍ଷର ପୁଅ ସାଇରାମ ପାତ୍ର। ସାଇରାମକୁ ପଡୋଶୀ ଘରର କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି, ଆଉ ସନ୍ଦେହର ଆଙ୍ଗୁଳି ଜଣେ ପଡ଼ୋଶୀ ମହିଳାଙ୍କ ଆଡ଼କୁ ଲମ୍ବିଛି l

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଅପରାହ୍ଣ ପ୍ରାୟ ସାଢେ ୪ଟା ବେଳେ ସାଇରାମ ପଡୋଶୀ ଘରକୁ ଖେଳିବାକୁ ଯାଇଥିଲା l କିଛି ସମୟ ପରେ ସେ ଘରକୁ ନ ଫେରିବାରୁ ତାକୁ ଖୋଜା ଖୋଜି ଆରମ୍ଭ କରିଥିଲେ ତା’ ମାଆ ଦୀପ୍ତିରାଣି ପାତ୍ର ଓ ପରିବାରର ଅନ୍ୟ ଲୋକେ l ତା’ ବଡ଼ ଭାଇ ଓମ୍‌ କୁମାର ପାତ୍ର ପଡୋଶୀ ତନୁଶ୍ରୀ ପରମାଣିକଙ୍କ ଘରକୁ ଯାଇ ସାଇରାମକୁ ଖୋଜିଥିଲେ l

ସାଇରାମର ମୃତ୍ୟୁ ପରେ ତା’ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।


ଏତିକି ବେଳେ ତନୁଶ୍ରୀଙ୍କ ଘର ଚଟାଣରେ ସାଇରାମ ପଡ଼ି ରହିଥିବା ଦେଖି ଓମ୍‌ ନିଜ ମାଆଙ୍କୁ ଡାକିଥିଲେ l ସାଇରାମଙ୍କ ବେକରେ ଏକ ଓଢ଼ଣୀ ଲାଗିଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖି ହୋସ୍‌ ଉଡିଯାଇଥିଲା ସମସ୍ତଙ୍କର l  ସବୁ ଠାରୁ ବଡ଼ କଥା ହେଲା ଯେ ସାଇରାମଙ୍କ ପାଖରେ ତନୁଶ୍ରୀ ମଧ୍ଯ ଖଟ ଉପରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା l କାଳେ ସାଇରାମ ବଞ୍ଚିଥିବ ସେଥି ପାଇଁ ପରିବାର ଲୋକ ତୁରନ୍ତ ତାକୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ l ହେଲେ ଡାକ୍ତର ସାଇରାମକୁ ପହଞ୍ଚିବା ମାତ୍ରେ ମୃତ ଘୋଷଣା କରିଥିଲେ l

‘‘ସାଇରାମକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ପୋଷ୍ଟମର୍ଟମ୍‌ ପରେ ମୃତ୍ୟୁର କାରଣ ଜଣାପଡ଼ିବ । ପଡ଼ୋଶୀ ତନୁଶ୍ରୀ ହସପିଟାଲରେ ଚେତା ଫେରିପାଇବା ପରେ ତାଙ୍କ ସହ ପଚରାଉଚରା କରାଯିବ,’’ କହିଛନ୍ତି ପୋଲିସର ଅନୁସନ୍ଧାନକାରୀ ଦଳରେ ଥିବା ଜଣେ ଅଫିସର ।

ଘଟଣା ପର ଠାରୁ ତନୁଶ୍ରୀ ହସ୍ପିଟାଲରେ ଭର୍ତ୍ତି ହେବା ଏହି ଘଟଣାକୁ ଅଧିକ ରହସ୍ୟ ଭିତରକୁ ଠେଲି ଦେଇଛି । ଏଭଳି ସ୍ଥିତିରେ ତନୁଶ୍ରୀ ହିଁ ସାଇରାମ ହତ୍ୟା ପଛର ରହସ୍ୟ ଖୋଲିବେ ବୋଲି ସମସ୍ତଙ୍କର ବିଶ୍ୱାସ ।

ସାଇରାମର ହତ୍ୟାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ତାଙ୍କ ପରିବାର l ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଇରାମର ଜେଜେବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଦାବି କରିଛନ୍ତି  l

ସମସ୍ତଙ୍କର ସନ୍ଦେହ ଚକ୍ଷୁ ଘୁରି ବୁଲୁଛି ତନୁଶ୍ରୀଙ୍କ ଉପରେ l ତନୁଶ୍ରୀଙ୍କ ଘରେ ତାଙ୍କ ବର୍ଷର ଶିଶୁ ପୁତ୍ର ସାଇରାମର ମୃତ ଦେହ ପଡ଼ିରହିଥିଲା l କିନ୍ତୁ ଏ ସମ୍ପର୍କରେ ତନୁଶ୍ରୀ କାହିଁକି କାହାକୁ କିଛି ସୂଚନା ଦେଇ ନ ଥିଲେ?l ତନୁଶ୍ରୀଙ୍କ ଅଚେତ ହେବା କେବଳ ବାହାନା ନା ଆଉ କିଛି? ସାଇରାମର ମୃତ୍ୟୁକୁ ନେଇ ଖଣ୍ଡଗିରି ଥାନାରେ ରୁଜୁ ହୋଇଛି ଏକ ମାମଲା l ତନୁଶ୍ରୀ ଚେତାରୁ ଫେରିବା ପରେ ପୋଲିସର ତଦନ୍ତ ଅଗ୍ରସର ହେବ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 11:57 PM IST
corona virus btn
corona virus btn
Loading