ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନୂଆ ଗାଇଡଲାଇନକୁ ନେଇ BMC ଉପରେ ରାଗିଲେ ରାଜଧାନୀର କିଛି ସଙ୍ଘ; ଫାଟକରେ ତାଲା ପକାଇ କଲେ ଆନ୍ଦୋଳନ

ନୂଆ ଗାଇଡଲାଇନକୁ ନେଇ BMC ଉପରେ ରାଗିଲେ ରାଜଧାନୀର କିଛି ସଙ୍ଘ; ଫାଟକରେ ତାଲା ପକାଇ କଲେ ଆନ୍ଦୋଳନ

ରାଜ୍ୟ ରାଜଧାନୀରେ ଶୀତ ଦିନିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ବି.ଏମ.ସି. ଜାରି କରିଥିଲା ନୂଆ ଗାଇଡଲାଇନ୍ । ଏହାକୁ ବିରୋଧ କରି ବି.ଏମ.ସି. କାର୍ଯ୍ୟାଳୟ ଆଗରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ପାଞ୍ଚ ସଙ୍ଗଠନ ।

ନୂଆ ଗାଇଡଲାଇନକୁ ନେଇ BMC ଉପରେ ରାଗିଲେ ରାଜଧାନୀର କିଛି ସଙ୍ଘ; ଫାଟକରେ ତାଲା ପକାଇ କଲେ ଆନ୍ଦୋଳନ
ନୂଆ ଗାଇଡଲାଇନକୁ ନେଇ BMC ଉପରେ ରାଗିଲେ ରାଜଧାନୀର କିଛି ସଙ୍ଘ
  • News18 Odia
  • Last Updated: October 6, 2021, 12:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବି.ଏମ.ସି. ଗେଟରେ ତାଲା ପକାଇ ଆନ୍ଦୋଳନ କଲେ ପାଞ୍ଚଟି ସଙ୍ଗଠନ । ଏକାଠି ହୋଇ ଭୁବନେଶ୍ୱର କଳ୍ପନା ସ୍ଥିତ ବି.ଏମ.ସି. କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆନ୍ଦୋଳନ ତୀବ୍ର କରିଥିଲେ ସଙ୍ଗଠନର ସଦସ୍ୟମାନେ । ରାଜଧାନୀରେ ବିବାହ, ବ୍ରତ, ଓ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ନେଇ ସୋମବାର ବି.ଏମ.ସି.ର ପରିବର୍ତ୍ତିତ ଗାଇଡଲାଇନକୁ ବିରୋଧ କରିଥିଲେ ସମସ୍ତେ ।
ଟେଣ୍ଟ, କ୍ୟାଟେରିଂ, ପାୱାର, ଲାଇଟ ଓ ସାଉଣ୍ଡ ସଙ୍ଘ ପ୍ରତିବାଦ କରିଥିଲେ । କୋଭିଡ ମହାମାରୀର ପ୍ରକୋପ ଭିତରେ ଦେଢ଼ ବର୍ଷ ହେବ ସେମାନଙ୍କ ଜୀବନ ଜୀବିକା ବାଜିରେ ଲାଗିଥିବା ବେଳେ ଅଣ୍ଟା ସଳଖି ଛିଡ଼ା ହେବା ବେଳକୁ ବିଏମସିର ଏହି ଗାଇଡଲାଇନ ଶକ୍ତ ଆଘାତ ଦେଇଥିବା ସେମାନେ କହିଥିଲେ ।

ରାଜ୍ୟ ରାଜଧାନୀରେ ଶୀତ ଦିନିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ବି.ଏମ.ସି. ଜାରି କରିଥିଲା ନୂଆ ଗାଇଡଲାଇନ୍ । ଏହାକୁ ବିରୋଧ କରି ବି.ଏମ.ସି. କାର୍ଯ୍ୟାଳୟ ଆଗରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ପାଞ୍ଚ ସଙ୍ଗଠନ । ଟେଣ୍ଟ, କ୍ୟାଟେରିଂ, ପାୱାର, ଲାଇଟ୍ ଓ ସାଉଣ୍ଡ ସଙ୍ଘ ଏକାଠି ହୋଇ ବି.ଏମ.ସି.ର ଏହି ରାତି ଅଧିଆ ନୂଆ ଗାଇଡଲାଇନକୁ ବିରୋଧ କରିଥିଲେ ।

ଏହା ଦ୍ବାରା ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ପୂର୍ବ ନିଷ୍ପତ୍ତି ମୁତାବକ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫୦ ଲୋକଙ୍କୁ ଅନୁମତି ଦେବାକୁ ଦାବି କରିଥିଲେ । ନଚେତ ଦୁଇ ବର୍ଷ ଯେମିତି ଜୀବନ ଜୀବିକା ବନ୍ଦ ହୋଇ ପଡ଼ିଛି ଏହା ଦ୍ବାରା ସାରା ରାଜ୍ୟରୁ ୨୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସେମାନେ କହିଥିଲେ ।

BMC ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କଲେ ୫ଟି ସଙ୍ଘ


ସଙ୍ଘ ସମ୍ପାଦକ ଜଗଦୀଶ ଚନ୍ଦ୍ର ମହାରଣା କହିଥିଲେ,"ସବୁଠି କଟକଣା କୋହଳ ହୋଇଥିବାବେଳେ ବି.ଏମ.ସି. କାହିଁକି କଟକଣା ଜାରି କରିଛି। ସବୁ ଜାଗାରେ ୨୫୯ ଲୋକଙ୍କୁ ଆଲାଉ କରାଯାଉଥିବାବେଳେ ବି.ଏମ.ସି. ରାଜ୍ୟ ସରକାରଙ୍କ ଗାଇଡ଼ଲାଇନକୁ ଅବମାନନା କରିଛି। ତା ପୁଣି କୌଣସି ସଙ୍ଘ ସହ ଆଲୋଚନା ନ କରି। ଶେଷରେ ବି.ଏମ. ସି. କମିଶନର ଦେଖା କରିବାକୁ ମନା କଲେ । କାହିଁକି ବି.ଏମ.ସି. ଏପରି ନିଷ୍ପତ୍ତି ନେଇଛି ଓ ଏହାକୁ କୋହଳ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ।’’

ତେବେ ଦେଢ଼ ବର୍ଷ ହେବ କଟକଣା ଓ କୋହଳ ଭିତରେ ଟେଣ୍ଟ କପଡ଼ା, କ୍ୟାଟେରିଂ ସାମଗ୍ରୀ, ଲାଇଟ୍, ସାଉଣ୍ଡ, ଚେୟାର ଆଦି ସରଂଜାମ କେବଳ ଗଦା ହୋଇ ରହିଛି । ଥାକ ମାରି ଗୋଦାମ ଘରେ ଅଳିଆ ଭଳି ପଡ଼ି ରହିଛି । ସତେ ଯେପରି ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି । ଏପରି ସ୍ଥିତିରେ ବି.ଏମ.ସି. ୨୫୦ ଲୋକଙ୍କ ଅନୁମତିକୁ ହ୍ରାସ କରି ହଠାତ୍ ୫୦ ଭିତରେ ସୀମିତ ରଖି ସେମାନଙ୍କ ଜୀବିକ ଉପରେ ଶକ୍ତ ପ୍ରହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ବି.ଏମ.ସି. ଗାଇଡଲାଇନ ପରିବର୍ତ୍ତନ କରି ଶୀତକାଳୀନ ନୁହେଁ ବରଂ ପାର୍ବଣ ଋତୁ ନା କେବଳ ଅକ୍ଟୋବର ମାସ ପାଇଁ ଉଦ୍ଦିଷ୍ଟ ତାହା ସ୍ପଷ୍ଟ କରିବାକୁ ଦାବି କରିଛି ସଙ୍ଘ ।

"ଫେବୃଆରୀ ମାସ ପର୍ଯ୍ୟନ୍ତ ବିବାହ, ବ୍ରତ ଘର ଓ ଅନ୍ୟାନ୍ୟ ଭୋଜି ଭାତ ଆୟୋଜନ ପାଇଁ ଆମେ ଆଡ଼ଭାନ୍ସ ରଖିଛୁ। ଏବେ ଏହି ନୂଆ କଟକଣା ପରେ ଏହାକୁ ଆମେ କେମିତି ମ୍ୟାନେଜ କରିବୁ। ଲୋକଙ୍କ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବାବେଳେ ଏବେ ତାଙ୍କୁ କେଉଁଠୁ ଟଙ୍କା ଫେରାଇବୁ। ଏପଟେ ସରକାର ନିଜ ଜିଦରେ ଅଟଳ ଅଛନ୍ତି। ଏହି ନିୟମକୁ ସରକାର କୋହଳ କରିବାକୁ ଦାବି,’’ କରିଥିଲେ ଚିତ୍ରସେନ ରେଡ୍ଡି, ଟେଣ୍ଟ ମାଲିକ।

ବି.ଏମ.ସି. ଜାରି କରିଥିବା ଗାଇଡଲାଇନରେ ନିର୍ଦ୍ଧିଷ୍ଟ ଭାବେ କେଉଁ ତାରିଖରୁ କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବା ତାହା ଉଲ୍ଲେଖ ନ କରି କେବଳ ଶୀତ ଋତୁ ପାଇଁ ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି ଆଗାମୀ ଦିନରେ ବି.ଏମ.ସି. କି ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରିଛନ୍ତି ସମସ୍ତେ ।
Published by: Lipina Das
First published: October 6, 2021, 12:27 PM IST